ସନ୍ଧ୍ୟାରେ ବନାଇ ଖାଆନ୍ତୁ ପନୀର ପପକର୍ନ ପକୋଡା, ଚାର ଚୁସକିରେ ମଜା ଆସିଯିବ

ଆବଶ୍ୟକ ସାମଗ୍ରୀ

ପନୀର – ୨୫୦ ଗ୍ରାମ୍‌
ବେସନ – ୧ କପ୍‌
ଅଦା ରସୁଣ ପେଷ୍ଟ – ଏକ ଚାମଚ
ହଳଦି ପାଉଡର – ୧/୨ ଚାମଚ
କାଶ୍ମୀର ଲାଲ ଲଙ୍କା ପାଉଡର – ୧/୪ ଚାମଚ
ଗୋଲମରୀଚ –୧/୪ ଚାମଚ
ବେକିଙ୍ଗ ସୋଡା – ଏକ ଚିମୁଟା
ବ୍ରେଡ ଗୁଣ୍ଡ – ୧/୨ କପ୍‌
ଲୁଣ ସ୍ୱାଦାନୁସାରେ

ପ୍ରସ୍ତୁତି ପ୍ରଣାଳୀ

  • ଏକ ପାତ୍ରରେ ପ୍ରଥମେ ପନୀରକୁ ଚାରି କୋଣିଆ କରି କାଟି ଦିଅନ୍ତୁ।
  • ଏବେ ଏଥିରେ କାଶ୍ମୀର ଲାଲ ଲଙ୍କା ପାଉଡର, ଗୋଲମରୀଚ ଏବଂ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ।
  • ଏବେ ହାଲକା ହାତରେ ପନୀର ସହିତ ଏହି ମସଲାକୁ ମିଶାଇ ଦିଅନ୍ତୁ।
  • ଏବେ ଏକ ପାତ୍ରରେ ବେସନ ପକାନ୍ତୁ। ଏହାପରେ କାଶ୍ମୀର ଲାଲ ଲଙ୍କା ପାଉଡର, ବେକିଙ୍ଗ ସୋଡା, ହଳଦି ପାଉଡର ଏବଂ ଅଦା ରସୁଣ ପେଷ୍ଟ ପକାଇ ସବୁକୁ ଭଲଭାବେ ମିକ୍ସ କରିଦିଅନ୍ତୁ।
  • ଏହାପରେ ଏହି ମିଶ୍ରଣରେ ଅଳ୍ପ ପାଣି ପକାଇ ଗାଢ଼ା ଘୋଳ ପ୍ରସ୍ତୁତ କରନ୍ତୁ।
  • ଏବେ ଗ୍ୟାସରେ ଏକ ପ୍ୟାନ ବସାଇ ତେଲ ଗରମ କରନ୍ତୁ।
  • ତେଲ ଗରମ ହେବା ପରେ ବେସନରେ କୋଟେଡ କରିଥିବା ପନୀରକୁ ବେଡ୍ର ଗୁଣ୍ଡ ବା ବ୍ରେଡ ଚୂରାରେ ମିକ୍ସ କରି ଗରମ ତେଲରେ ଛାଣି ଦିଅନ୍ତୁ।
  • ପନୀରକୁ ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ।
  • ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ସ୍ୱାଦିଷ୍ଟ ପନୀର ପପକର୍ନ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.