Below header

ଏବେ କୁକୁଡା ଦେବ ଆୟୁର୍ବେଦିକ ଅଣ୍ଡା ! ଯାହାକୁ ଖାଇପାରିବେ ନିରାମିଷାସୀ

ଆମିଷ ଏବଂ ନିରାମିଷ ଉଭୟ ପରସ୍ପରଠାରୁ ଭିନ୍ନ । ଆକାଶ ପାତାଳ ଭଳି ଏମାନଙ୍କ ସାମଞ୍ଜସ୍ୟ । ଆପଣ କଣ କେବେ ଭାବି ପାରିବେ କୁକୁଡା କେବେ ନିରାମିଷ ହୋଇପାରିବ? ଏକଥାକୁ ଯିଏ ଯିଏ ବି ଶୁଣିବା ମାତ୍ରେ ନା’ହିଁ କହିବ । କିନ୍ତୁ ଏବେ ବଜାରରେ ଏମିତି କୁକୁଡା ଅଣ୍ଡା ଉପଲବ୍ଧ ହେବ ଯାହାକୁ ନିରାମିଷାସୀ ଲୋକ ଖାଇ ପାରିବେ । ଆପଣଙ୍କୁ ଏହା ଆଶ୍ଚର‌୍ୟ୍ୟ ଲାଗୁଥିଲେ ବି ସତ । କାରଣ ଖୁବ ଶୀଘ୍ର ବଜାରକୁ ଆସିବ ସାକାହାରୀ ଆୟୁର୍ବେଦିକ ଅଣ୍ଡା ।

Pink Eggsବର୍ତ୍ତମାନ ମିରଟ୍‌ର ସର୍ଦାର ବଲ୍ଲଭ ଭାଇ ପଟେଲ କୃଷି ବିଶ୍ୱ ବିଦ୍ୟାଳୟରେ ଆୟୁର୍ବେଦିକ ଅଣ୍ଡା ଉପରେ ଗବେଷଣା କରାଯାଉଛି । ଏହି ଅଣ୍ଡା ସ୍ୱାସ୍ଥ୍ୟ ପାଇଁ ବିଶେଷ ଭାବେ ଲାଭଦାୟକ ହେବ । ଆୟୁର୍ବେଦିକ ଅଣ୍ଡାର ଉତ୍ପାଦନକୁ ନେଇ ମିରଟ୍‌ର କୃଷି ବିଶ୍ୱ ବିଦ୍ୟାଳୟରେ ଅନେକ ସମ୍ଭାବନା ଦେଖା ଦେଇଛି । ବିଶେଷ ଭାବେ ଦେଖିବାକୁ ଗଲେ ଆମେ ଖାଉଥିବା ଅଣ୍ଡାର ରଙ୍ଗ ଧଳା ହୋଇଥାଏ । କିନ୍ତୁ ଆୟୁର୍ବେଦିକ ଅଣ୍ଡାର ରଙ୍ଗ ଗୋଲାପୀ ।

ଏହାସହ ପଢନ୍ତୁ : ଅଣ୍ଡା ସହିତ ଖାଆନ୍ତୁ ନାହିଁ ଏସବୁ ଜିନିଷ, ନଚେତ୍ ବିଷାକ୍ତ ହୋଇଯିବ ଖାଦ୍ୟ

eggବିଶ୍ୱ ବିଦ୍ୟାଳୟର କୁକୁଡା ଅନୁସନ୍ଧାନ ଓ ପ୍ରଶିକ୍ଷଣ ବିଭାଗର ପ୍ରଭାରୀଙ୍କ କହିବା ମୁତାବକ କୁକୁଡ଼ାଙ୍କ ଅଣ୍ଡା ଦାନ ପୂର୍ବରୁ ଯେଉଁ ଆହାର ଦିଆଯାଉଛି ତାହା ସମ୍ପୂର୍ଣ ଭାବେ ଆୟୁର୍ବେଦିକ ଜଡିବୁଟିରେ ପ୍ରସ୍ତୁତ ହୋଇଛି । କୁକୁଡ଼ାଙ୍କ ପାଇଁ ଏକ ଆହାର ଚାର୍ଟ ପ୍ରସ୍ତୁତ କରାଯାଇଛି ଏବଂ ସେହି ଅନୁସାରେ କୁକୁଡ଼ାଙ୍କୁ ଖାଇବାକୁ ଦିଆଯାଉଛି । ଏହି ଆୟୁର୍ବେଦିକ ଅଣ୍ଡାର ମୂଲ୍ୟ ପାଖାପାଖି ୨୩ ରୁ ୨୪ ଟଙ୍କା । କିନ୍ତୁ ବିଶ୍ୱ ବିଦ୍ୟାଳୟ ଫାର୍ମରେ ଏହି ଅଣ୍ଡାର ମୂଲ୍ୟ ୧୫ ଟଙ୍କା । ଏହି ଅଣ୍ଡାରେ ଓ଼ମେଗା-୩ ଫେଟି ଏସିଡ ରହିଛି ଯାହା ମାଛମାନଙ୍କ ମଧ୍ୟରେ ରହିଥାଏ । ଏହା ଅତି ପୁଷ୍ଟିକର ଏବଂ ସ୍ବାସ୍ଥ୍ୟ ପାଇଁ ଅତି ଉପକାରୀ ଅଟେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.