Below header

ସେନାରେ ନିଅଣ୍ଟିଆ ସମସ୍ୟା, ଅଧିକାରୀଙ୍କ ଟି.ଏ, ଡି.ଏ ବନ୍ଦ

ନୂଆଦିଲ୍ଲୀ : ସେନାରେ ପାଣ୍ଠି ନଥିବାରୁ ବଡ଼ ସମସ୍ୟା । ସ୍ଥାୟୀ ଓ ଅସ୍ଥାୟୀ ସେନା ଅଧିକାରୀଙ୍କୁ ଟି.ଏ., ଡି.ଏ ଦିଅଯାଇ ପାରୁନାହିଁ । ଏପରିକି ଅଗ୍ରୀମ କିମ୍ବା କ୍ଳେମ୍‌ ଆଦିକୁ ମଧ୍ୟ ବନ୍ଦ କରିଦିଆଯାଇଛି । ପ୍ରିନସିପଲ କଣ୍ଟ୍ରୋଲର ଅଫ୍‌ ଡିଫେନ୍ସ ଅକାଉଣ୍ଟ (ପିଡିସିଏ) ପକ୍ଷରୁ ଏ ନେଇ ନୋଟିସ୍‌ ଜାରି କରାଯିବା ପରେ ଅଧିକାରୀ ଓ କର୍ମଚାରୀଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଛି ।

ARMY-2

ଏଭଳି ପଦକ୍ଷେପ ବିଭାଗର ଦୈନନ୍ଦିନ କାର୍ଯ୍ୟକୁ ପ୍ରଭାବିତ କରିବ ବୋଲି କିଛି ଅଧିକାରୀ କହିଛନ୍ତି । ସୋସିଆଲ ମିଡିଆରେ ଏହି ଖବରକୁ ତୀବ୍ର ସମାଲୋଚନା କରାଯିବା ପରେ ପିଡିସିଏ ନୋଟିସ୍‌କୁ ପ୍ରତ୍ୟାହାର କରି ନେଇଛି ।
ପ୍ରତି ବର୍ଷ ସେନା କର୍ମଚାରୀ ଓ ଅଧିକାରୀଙ୍କ ପରିବହନ ବାବଦରେ ପ୍ରାୟ ୪୦୦୦ କୋଟି ଟଙ୍କା ଖର୍ଚ୍ଚ ହେଉଛି । ହେଲେ ପିଡିସିଏକୁ ଏ ବାବଦରେ ୩୨୦୦ କୋଟି ଟଙ୍କା ଦିଆଯାଉଥିବାରୁ ନିଅଣ୍ଟ ପଡୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.