ସୁବର୍ଣ୍ଣପୁର (କେନ୍ୟୁଜ୍) :ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବଡ଼ଖମାର ଗାଁରେ ଉତ୍ତେଜନା ଦେଖାଦେଇଛି। ତେଜରାତି ଦୋକାନରେ ମଦବିକ୍ରିକୁ ବିରୋଧ କରାଯାଇଛି। ଉତ୍ୟକ୍ତ ମହିଳା ତେଜରାତି ଦୋକାନରେ ପଶି ଭଙ୍ଗାରୁଜା କରିଛନ୍ତି। ବଡଖମାର ଗାଁରେ କିଛି ମାସ ହେଲା ୩ଟି ତେଜରାତି ଦୋକାନରେ ମଦ ବିକ୍ରି ଚାଲିଥିବା ଅଭିଯୋଗ ହୋଇଛି। ଅସାମାଜିକ କାର୍ୟ୍ୟକଳାପ ବଢି ଚାଲିଛି। ଏହି ମଦ ବିକ୍ରିକୁ ବନ୍ଦ କରିବାକୁ ଅଣ୍ଟା ଭିଡିଛନ୍ତି ମହିଳା ମହାସଂଘ।