ନୂଆଦିଲ୍ଲୀ : ସାମସଙ୍ଗ ଗତ ସପ୍ତାହରେ ଗାଲାକ୍ସି ଏମ୍ ସିରିଜର ଦୁଇଟି ସ୍ମାର୍ଟଫୋନ ଏମ୧୦ ଏବଂ ଏମ ୨୦ ଲଞ୍ଚ କରିଥିଲା। ଏହି ଦୁଇ ଫୋନର ପ୍ରଥମ ସେଲ ଆଜି ଆରମ୍ଭ ହୋଇଛି। ଏହି ଦୁଇଟି ଫୋନକୁ ଖାସ ୱାଟରଡ଼୍ରପ୍ ନାଞ୍ଚ ଇନଫିନିଟି ଭି ଡିସପ୍ଳେ ସହ ଲଞ୍ଚ କରାଯାଇଛି। ଏହି ବଜେଟ ଫୋନକୁ ଗ୍ରାହକ ଅନଲାଇନ ସପିଂ ସାଇଟ ଆମାଜନ, ଫ୍ଲିପକାର୍ଟରୁ କିଣି ପାରିବେ। ଏଥିରେ ମୋବାଇଲ ସହ ଗ୍ରାହକଙ୍କୁ କିଛି ଖାସ ଫିଚର ମଧ୍ୟ ମିଳିବ।
ସାମସଙ୍ଗର ଏହି ସ୍ମାର୍ଟଫୋନର କିଣାରେ ଆପଣଙ୍କୁ ୧୯୮ ଟଙ୍କାର ପ୍ଳାନ ସହ ୧୦ ରିଚାର୍ଜ ପାଇଁ ଡବଲ ଡେଟା ଅଫର ମିଳିବ। ଯେଉଁଥିରେ ଗ୍ରାହକଙ୍କୁ ୩,୧୧୦ ଟଙ୍କାର ଲାଭ ହେବ।
କେବେଠୁ ହେବାକୁ ଯାଉଛି ବିକ୍ରି :
ସାମସଙ୍ଗର ଏହି ଦୁଇ ମୋବାଇଲ ଏମ୍ ୧୦ ଏବଂ ଏମ୍ ୨୦ର ବିକ୍ରି ଫ୍ରେବ୍ରୁଆରୀ ୫ରୁ ଆମାଜନ୍ ୱେବସାଇଟରେ ଆରମ୍ଭ ହେବାକୁ ଯାଉଛି। ଏହାକୁ ଦୁଇଟି ବେରିଏଣ୍ଟରେ ଲଞ୍ଚ କରାଯାଇଛି। ଗାଲାକ୍ସି ଏମ ୧୦ର ୨/୧୬ ଜିବିର ମୂଲ୍ୟ ୭,୯୯୦ ଟଙ୍କା ଥିବା ବେଳେ ୩/୩୨ ଜିବିର ମୂଲ୍ୟ ୮,୯୯୦ ଟଙ୍କା ରହିଛି। ସେହିପରି ଗାଲାକ୍ସି ଏମ୨୦ର ୩/୩୨ ଜିବିର ମୂଲ୍ୟ ୧୦,୯୯୦ ଟଙ୍କା ଥିବା ବେଳେ ୪/୬୪ ଜିବିର ମୂଲ୍ୟ ୧୨,୯୯୦ ଟଙ୍କା ରହିଛି।
ଆସନ୍ତୁ ଦେଖିବା ଦୁଇ ମୋବାଇଲର ସ୍ପେସିଫିକେସନ୍
ସାମସଙ୍ଗ ଗାଲାକ୍ସି ଏମ୍୧୦ | ସାମସଙ୍ଗ ଗାଲାକ୍ସି ଏମ୍ ୨୦ | |
ଡିସପ୍ଳେ | ୬.୨ ଇଞ୍ଚ | ୬.୩ ଇଞ୍ଚ |
ପ୍ରୋସେସର୍ | ଅକ୍ଟାକୋର ଆଇକ୍ସିନାନ୍ସ ୭୮୭୦ | ଅକ୍ଟାକୋର ଆଇକ୍ସିନାନ୍ସ ୭୯୦୪ |
ରାମ୍ | ୨ ଜିବି /୩ ଜିବି | ୩ ଜିବି /୪ ଜିବି |
ଷ୍ଟୋରେଜ୍ | ୧୬ /୩୨ ଜିବି | ୩୨ / ୬୪ ଜିବି |
ଫ୍ରଣ୍ଟ କ୍ଯାମେରା | ୫ ମେଗାପିକ୍ସଲ | ୮ ମେଗାପିକ୍ସଲ |
ରିୟର କ୍ଯାମେରା | ୧୩ + ୫ ମେଗାପିକ୍ସଲ | ୧୩ + ୫ ମେଗାପିକ୍ସଲ |
ବ୍ଯାଟେରୀ | ୩୪୦୦ ଏମଏଏଚ୍ | ୫୦୦୦ ଏମଏଏଚ୍ |