ବାବା ଭେଙ୍ଗାଙ୍କ ଏଇ ଭବିଷ୍ୟବାଣୀ ହେବ କି ସତ! ଇସ୍ରାଏଲ-ହମାସ ଯୁଦ୍ଧରୁ ହେବ ତୃତୀୟ ବିଶ୍ୱଯୁଦ୍ଧର ଆରମ୍ଭ ?

୨୦୨୩ ବର୍ଷ ପାଇଁ ବାବା ଭେଙ୍ଗା ମଧ୍ୟ ଅନେକ ଭବିଷ୍ୟବାଣୀ କରିଥିଲେ, ଯାହା ଅତ୍ୟନ୍ତ ଭୟାନକ।ବାବା ଭେଙ୍ଗଙ୍କ ଅନେକ ଭବିଷ୍ୟବାଣୀ ସତ ହୋଇଥିବାବେଳେ ଏବେ କଥା କୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ..

୫ ଦିନରେ ପହଞ୍ଚିଲାଣି ପାଲେଷ୍ଟାଇନ-ଇସ୍ରାଏଲ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ । ୩ ହଜାରରୁ ଅଧିକ ଲୋକଙ୍କ ଗଲାଣି ଜୀବନ। ଉଭୟ ପକ୍ଷ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଥିବାବେଳେ ଏଥିରେ ଛାରଖାର ହୋଇଗଲାଣି ସମ୍ପୂର୍ଣ ଗାଜା । ଗତକାଲି ଗୋଟିଏ ରାତିରେ ହମାସର ୨୦୦ଟି ସ୍ଥାନରେ ଆକ୍ରମଣ କରିଛି ଇସ୍ରାଏଲ । ବର୍ତ୍ତମାନ ସୁଦ୍ଧା ଇସ୍ରାଏଲ ୨୨୦୦ରୁ ଅଧିକ ସ୍ଥାନକୁ ଟାର୍ଗେଟ୍ କରି ଧ୍ୱଂଶ କରିଛି । ହମାସର ମିଲିଟାରୀ ମୁଖ୍ୟଙ୍କ ଘରକୁ ମଧ୍ୟ ଧ୍ୱଂଶ କରିଛି ଇସ୍ରାଏଲ ବାୟୁସେନା । ସେହିପରି ଗାଜାରେ ହମାସ ଏବଂ ଅନ୍ୟ ଆତଙ୍କବାଦୀ ଗୋଷ୍ଠୀ ୧୫୦ରୁ ଅଧିକ ଇସ୍ରାଏଲ ନାଗରିକ ଏବଂ ସୈନିକଙ୍କୁ ବନ୍ଦୀ କରି ନେଇଛି ବୋଲି ଇସ୍ରାଏଲ କହିଛି । ଏହାକୁ ଦେଖି ଗାଜା ନିକଟ ୧୨ରୁ ଅଧିକ ସହରରୁ ଯୁଦ୍ଧକାଳୀନ ଭିତ୍ତିରେ ହଜାର ହଜାର ଇସ୍ରାଏଲୀଙ୍କୁ ଖାଲି କରାଯାଉଛି । ଗାଜା ସୀମାରେ ଡ୍ରୋନ୍ ଓ ଟ୍ୟାଙ୍କ ମୁତୟନ କରାଯାଇଛି । ଏଥିରେ କେବଳ ଇସ୍ରାଏଲୀ ନୁହେଁ ବରଂ ଭାରତର ଏମିତିକି ଓଡିଶାରୁ ମଧ୍ୟ ଅନେକ ଲୋକ ସେଠି ଫସି ରହି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି …

ଏହାକୁ ଦେଖି ଏବେ ବାବା ଭେଙ୍ଗଙ୍କ ଭବିଷ୍ୟବାଣୀ ମନେ ପଡିଯାଉଛି ..୨୦୨୩ ବର୍ଷ ପାଇଁ ବାବା ଭେଙ୍ଗା ମଧ୍ୟ ଅନେକ ଭବିଷ୍ୟବାଣୀ କରିଥିଲେ, ଯାହା ଅତ୍ୟନ୍ତ ଭୟାନକ।ବାବା ଭେଙ୍ଗଙ୍କ ଅନେକ ଭବିଷ୍ୟବାଣୀ ସତ ହୋଇଥିବାବେଳେ ଏବେ କଥା କୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ..। ବର୍ତ୍ତମାନ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି, ବାବା ଭେଙ୍ଗାଙ୍କ ଏହି ଭବିଷ୍ୟବାଣୀ ମଧ୍ୟ କ’ଣ ସତ ହେବ କି? ଯଦି ଏହା ହୁଏ ତେବେ ପୃଥିବୀର ବିନାଶ ଘଟିପାରେ।

ବାବା ଭେଙ୍ଗାଙ୍କ ଭବିଷ୍ୟ ବାଣୀକୁ ସମସ୍ତେ ବିଶ୍ୱାସ କରନ୍ତି । ବାବା ଭେଙ୍ଗା ଆମେରିକାରେ ଆତଙ୍କବାଦୀ ସଂଗଠନ ଅଲ କାଏଦାର ଆକ୍ରମଣ, ଆଇଏସଆଇଏସର ବୃଦ୍ଧି, ସୋଭିଏତ୍ ୟୁନିଅନର ବିଚ୍ଛିନ୍ନତା ଭଳି ଅନେକ ଭବିଷ୍ୟବାଣୀ କରିଥିଲେ, ଯାହା ସମ୍ପୂର୍ଣ୍ଣ ସତ୍ୟ ପ୍ରମାଣିତ ହୋଇଛି। ବାବା ଭେଙ୍ଗା ଦୁନିଆର ଅନ୍ତ ଠାରୁ ନେଇ ଯୁଦ୍ଧ ଏବଂ ବିପର୍ଯ୍ୟୟ ପର୍ଯ୍ୟନ୍ତ ଅନେକ ଭବିଷ୍ୟବାଣୀ କରିଥିଲେ।

୨୦୨୩ ବର୍ଷ ପାଇଁ ବାବା ଭେଙ୍ଗା ମଧ୍ୟ ଅନେକ ଭବିଷ୍ୟବାଣୀ କରିଥିଲେ, ଯାହା ଅତ୍ୟନ୍ତ ଭୟାନକ। ଏଥିମଧ୍ୟରୁ ଅନେକ ଏପର୍ଯ୍ୟନ୍ତ ପ୍ରମାଣିତ ହୋଇଛି। ବର୍ତ୍ତମାନ ଲୋକଙ୍କ ମନରେ ପ୍ରଶ୍ନ ଉଠୁହି ବାବା ଭେଙ୍ଗାଙ୍କ ଏହି ଭବିଷ୍ୟବାଣୀ ମଧ୍ୟ କ’ଣ ସତ ହେବ କି? ଯଦି ଏହା ହୁଏ ତେବେ ପୃଥିବୀର ବିନାଶ ଘଟିପାରେ।

ବାବା ଭେଙ୍ଗାଙ୍କ ପୂର୍ବାନୁମାନ ଅନୁଯାୟୀ, ୨୦୨୩ ମସିହାରେ ତୃତୀୟ ବିଶ୍ୱଯୁଦ୍ଧ ହୋଇପାରେ। ଏହା ସହିତ ସେ କହିଥିଲେ ଯେ ପରମାଣୁ ଆକ୍ରମଣ ମଧ୍ୟ ହୋଇପାରେ, ଯାହା ପୃଥିବୀରେ ବିନାଶ ଆଣିପାରେ। ଏବେ ଇସ୍ରାଏଲ ଏବଂ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଲୋକଙ୍କୁ ଭୟଭୀତ କରିଛି। ବର୍ତ୍ତମାନ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି ଯେ ତୃତୀୟ ବିଶ୍ୱଯୁଦ୍ଧ କ’ଣ ଆରମ୍ଭ ହୋଇଗଲା କି?

ଆତଙ୍କବାଦୀ ସଂଗଠନ ହମାସ ଶନିବାର ଦିନ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା, ଏହା ପରେ ଏହି ଯୁଦ୍ଧ ଆରମ୍ଭ ହୋଇଛି। ହମାସ ଦେଶର ବିଭିନ୍ନ ସହରରେ ୫,୦୦୦ରୁ ଅଧିକ ରକେଟ୍ ମାଡ଼ କରିଛି। ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଶ୍ୱକୁ ଦୁଇ ଦଳରେ ବିଭକ୍ତ କରାଯାଇଛି। ଏହା ପରେ ବର୍ତ୍ତମାନ ଲୋକମାନେ ତୃତୀୟ ବିଶ୍ୱଯୁଦ୍ଧକୁ ଭୟ କରୁଛନ୍ତି। ଯଦି ଏହି ଯୁଦ୍ଧ ତୃତୀୟ ବିଶ୍ୱଯୁଦ୍ଧରେ ପରିଣତ ହୁଏ, ତେବେ ପୃଥିବୀ ରେ ଆଉ କେହି ରହିବେନି!

୨୦୨୩ ମସିହାରେ ବାବା ଭେଙ୍ଗା ତୃତୀୟ ବିଶ୍ୱଯୁଦ୍ଧର ପୂର୍ବାନୁମାନ କରିଥିଲେ। ବିଶ୍ୱର ଅନ୍ୟ ଦେଶ ମଧ୍ୟ ଇସ୍ରାଏଲ ଏବଂ ପାଲେଷ୍ଟାଇନ ନାମରେ ଏହି ଯୁଦ୍ଧରେ ସାମିଲ ହେଉଥିବାରୁ ଏହା ମଧ୍ୟ ଅସମ୍ଭବ ନୁହେଁ। ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀରେ ସବୁଠାରୁ ଭୟଭୀତ ବିଷୟ ହେଉଛି ପରମାଣୁ ଆକ୍ରମଣ। ଯଦି କୌଣସି ଦେଶ ପରମାଣୁ ଆକ୍ରମଣ କରନ୍ତି, ତେବେ ସବୁକିଛି ବିନାଶ ହୋଇଯିବ । ଋଷ ଏବଂ ୟୁକ୍ରେନ ମଧ୍ୟରେ ପୂର୍ବରୁ ଯୁଦ୍ଧ ଚାଲିଛି। ଏବେ ଏହା ପରେ ଇସ୍ରାଏଲ ଏବଂ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ବର୍ତ୍ତମାନ କେବଳ ସମୟ କହିବ ଯେ ବାବା ଭେଙ୍ଗାଙ୍କ ଏହି ଭବିଷ୍ୟବାଣୀ ସତ ପ୍ରମାଣିତ ହେଉଛି କି ନାହିଁ।