ଆସିଲା ଜିଓର ସବୁଠୁ ବଢ଼ିଆ ପ୍ରିପେଡ୍‌ ପ୍ଲାନ୍‌, ବର୍ଷେ ପାଇଁ ପ୍ରତିଦିନ ମିଳିବ ୨.୫ ଜିବି ଡାଟା ସେ ବି କମ ମୂଲ୍ୟରେ !

ରିଲାଏନ୍ସ ଜିଓ ଏବେ ଇଣ୍ଡଷ୍ଟ୍ରି ସବୁଠାରୁ ବଢ଼ିଆ ପ୍ରିପେଡ୍‌ ପ୍ଲାନ ଆରମ୍ଭ କରିଛି । ଏହି ଯୋଜନାରେ ଉପଭୋକ୍ତାମାନେ ପ୍ରତିଦିନ ୨.୫ ଜିବି ଡାଟା, ଅନଲିମିଟେଡ୍‌ ଭଏସ୍‌ କଲ୍‌ ଏବଂ ୧୦୦ SMS ର ସୁଵିଧା ପାଇପାରିବେ ।

ରିଲାଏନ୍ସ ଜିଓ ଏବେ ଇଣ୍ଡଷ୍ଟ୍ରି ସବୁଠାରୁ ବଢ଼ିଆ ପ୍ରିପେଡ୍‌ ପ୍ଲାନ ଆରମ୍ଭ କରିଛି । ଯାହାଦ୍ୱାରା ସେ ଅନ୍ୟ ପ୍ରାଇଭେଟ୍‌ ଟେଲିକମ୍‌ କମ୍ପାନୀ ସହିତ ପ୍ରତିଦ୍ୱନ୍ଦିତା କରୁଛି । ଜିଓର ଏହି ପ୍ମାନ ୩୬୬୨ ଟଙ୍କାର ରହିଛି । ଏହି ପ୍ଲାନରେ ଅଧିକ ଡାଟା ସହିତ ଅନ୍ୟ ସୁବିଧା ମଧ୍ୟ ରହିଛି । କୌଣସି ଅଫିସିଆଲି ଘୋଷଣା ବିନା ଏହି ପ୍ଲାନକୁ ଆରମ୍ଭ କରାଯାଇଛି। ଯଦି ଆପଣ ଅଧିକ ଡାଟା ବ୍ୟବହାର କରୁଛନ୍ତି ଏବଂ ବର୍ଷସାରା ରିଚାର୍ଜର ଅସୁବିଧାରୁ ବଞ୍ଚିବାକୁ ଚାହୁଁଛନ୍ତି, ତା’ ହେଲେ ଏହି ପ୍ଲାନ ଆପଣଙ୍କ ପାଇଁ ବହୁତ ଭଲ ରହିବ । ତେବେ ଆସନ୍ତୁ ଜାଣିବା ଏହି ପ୍ଲାନ ବିଷୟରେ…

ଜିଓର ଏହି ୩୬୬୨ ଟଙ୍କାର ପ୍ରିପେଡ୍‌ ପ୍ଲାନ ୧ ବର୍ଷ ପାଇଁ ରହିଛି । ଏହି ଯୋଜନାରେ ଉପଭୋକ୍ତାମାନେ ପ୍ରତିଦିନ ୨.୫ ଜିବି ଡାଟା, ଅନଲିମିଟେଡ୍‌ ଭଏସ୍‌ କଲ୍‌ ଏବଂ ୧୦୦ SMS ର ସୁଵିଧା ପାଇପାରିବେ । ଏମିତିରେ ମୋଟ ୧ ବର୍ଷରେ ୯୧୨.୫ ଜିବି ଡାଟା ମିଳିବ । ଏହି ପ୍ଲାନ ରିଚାର୍ଜ କରୁଥିବା ୟୁଜର୍ସମାନେ ଅନଲିମିଟେଡ୍‌ 5G ଡାଟା ମଧ୍ୟ ପାଇପାରିବେ ।

ଜିଓର ଏହି ୩୬୬୨ ଟଙ୍କାର ପ୍ରିପେଡ୍‌ ପ୍ଲାନ ବହୁତ ଲାଭଦାୟୀ ହେବ ବୋଲି ଜଣ ପଡ଼ିଛି । ଏହି ପ୍ଲାନରେ ଉପଭୋକ୍ତାମାନେ ଅନଲିମିଟେଡ୍‌ ଡାଟା, ଭଏସ୍ କଲ୍‌ ଏବଂ SMS ପାଇବା ସହିତ ୧ ବର୍ଷ ପାଇଁ Sony LIV ଏବଂ ZEE 5ର ଫ୍ରି ଆକ୍ସେସ୍ ପାଇବେ । ସେହି ଉପଭୋକ୍ତାଙ୍କ ପାଇଁ ଏହା ଅତ୍ୟନ୍ତ ଲାଭଦୀୟୀ ହେବ, ଯେଉଁମାନେ ନିଜର ପ୍ରିୟ ଶୋ ଏବଂ ଫିଲ୍ମ ଦେଖିବା ପାଇଁ ଏହି ଦୁଇଟି ପ୍ଲାଟଫର୍ମ ସହିତ OTT ପ୍ଲାଟଫର୍ମ ବ୍ୟବହାର କରୁଛନ୍ତି ।

ଏହା ବ୍ୟତୀତ, ଏହି ପ୍ଲାନରେ Jio cinema, Jio cloud ଏବଂ Jio TV ଭଳି ଅନ୍ୟ OTT ସୁବିଧା ମଧ୍ୟ ମିଳିଥାଏ । ଦୈନିକ ଡାଟା ଲିମିଟ ପୂରା ହୋଇଯିବା ପରେ ଇଣ୍ଟରନେଟ୍ ସ୍ପିଡ଼ 64 Kbps ହୋଇଯିବ । ରିଲାଏନ୍ସ ଜିଓ ଏପର୍ଯ୍ୟନ୍ତ 5G ସହିତ ୭୭୬୪ ସହରରେ ପହଞ୍ଚି ସାରିଛି । ଟେଲିକମ୍ କମ୍ପାନୀ ୨୦୨୩ ଶେଷ ସୁଦ୍ଧା ଭାରତର ପ୍ରତ୍ୟେକ କୋଣ ଅନୁକୋଣରେ 5G ପହଞ୍ଚାଇବାର ଲକ୍ଷ୍ୟ ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.