Below header

ଜନ୍ମ ନେଲା ଅଦ୍ଭୁତ ଶିଶୁ, ଯାହାର ଶରୀରରେ ଥିଲା ଛୁରୀରେ ଚିରାହେଲା ଭଳି ଚିହ୍ନ

ଆଜିକାଲିର ଦୁନିଆରେ ମଣିଷଙ୍କ ଶରୀରରେ ବିଭିନ୍ନ ପ୍ରକାରର ରୋଗ ଦେଖାଯାଇଥାଏ । ବୟସ୍କ ଲୋକଙ୍କ ମୁକାବିଲାରୁ ଯୁବ ପିଢିଙ୍କ ନିକଟରେ ଅନେକ ପ୍ରକାରର ନୂଆ ରୋଗ ଦେଖାଯାଇଥାଏ । ତେବେ ପଶ୍ଚିମ ବଙ୍ଗଳାର ହାଓ୍ଵଡାରେ ଜନ୍ମିତ ଏକ ନବଜାତକ ଶିଶୁର ଶରୀରରେ ହୋଇଥିବା ଏକ ରୋଗ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ର୍ଦୁଲଭ ରୋଗ ଯୋଗୁଁ ଶିଶୁର ସମ୍ପୂର୍ଣ୍ଣ ଶରୀରରେ ଛୁରୀ ଦ୍ୱାରା କଟା ହୋଇଥିବା ଚିହ୍ନ ଦେଖିବାକୁ ମିଳିଛି । ଶିଶୁ ଶରୀରରେ ଏଭଳି ଏକ ଅଦ୍ଭୁତ ଦାଗ ଦେଖି ବାପା ମା ବି ତାକୁ ଆପଣେଇବାକୁ ରାଜି ହେଉନଥିଲେ । ଏନେଇ ତାଙ୍କ ଉପରେ କାଉନ୍ସଲିଂ ହେବା ଦ୍ୱାରା ପରେ ସେମାନେ ପିଲାଟିକୁ ସ୍ୱୀକାର କରିବାକୁ ରାଜି ହେଲେ ।

ଏହି ଅଦ୍ଭୁତ ରୋଗକୁ ‘ହାର୍ଲିକ୍ୱିନ ଇଥିୟୋସିସି’ (Harlequin ichthyosis )। ଏହି ରୋଗ ହେବା ଦ୍ୱାରା ଶିଶୁର ଚର୍ମ ଖୁବ ଶକ୍ତ ଓ ବିକୃତ ହେବା ସହ ଦେହସାରା ଛୁରୀର ଚିରା ଦାଗ ରହିଥାଏ । ଏହିଭଳି ରୋଗଟି ଅଟୋସୋମିଲ ରିସେସିବ ରୋଗ ସହିତ ଜଡିତ । ଡାକ୍ତରଙ୍କ କହିବାନୁସାରେ ପରିବାର କିମ୍ବା ସମ୍ପର୍କୀୟ ମଧ୍ୟରେ ବିବାହ ହୋଇଥିଲେ ଏହିଭଳିି ରୋଗରେ ଆକ୍ରାନ୍ତ ଥିବା ଶିଶୁଙ୍କର ଜନ୍ମ ହେବାର ସମ୍ଭାବନା ଅଧିକ ରହିଥାଏ ।

harlequin-ichthyosis

ଏହି ଶିଶୁଟି ଚଳିତ ସପ୍ତାହ ବଙ୍ଗାଳର ଏକ ପ୍ରାଇଭେଟ ହସ୍ପିଟାଲରେ ଜନ୍ମ ଗ୍ରହଣ କରିଥିଲା। ନଅ ମାସର ଜଣେ ଗର୍ଭବତୀ ମହିଳା ଛଟପଟ ହୋଇ ହସପିଟାଲରେ ପହଞ୍ଚିଥିଲେ । ଆଶ୍ଚର୍ଯ୍ୟର କଥା ଯେ, ସେହି ମହିଳା ଜଣକ ନଅ ମାସ ଧରି କୌଣସି ପ୍ରକାରର ଟେଷ୍ଟ କରିନଥିଲେ । ଚେକ୍‌ଅପ ପରେ ମହିଳା ଜଣକର UGC ଟେଷ୍ଟ କରାଯାଇଥିଲା ,ଯେଉଁଥିରେ ପିଲାକୁ କନେକ୍ଟିଭ ଟିସୁ ଡିସଅର୍ଡର ଥିବାର ଜଣା ପଡିଥିଲା ।

ଡାକ୍ତରଙ୍କ କହିବା ଅନୁଯାୟୀ ଜନ୍ମ ପରେ ଶିଶୁର ଶରୀର ଠିକ୍‌ ଭାବରେ ବିକଶିତ ନହେବା ସହିତ ତାର ଆଖି, କାନ ଆଦି ମଧ୍ୟ ଗଠନ ହୋଇନଥିଲା । ସମ୍ପୂର୍ଣ୍ଣ ପୃଥିବିରେ ଏବେ ପର୍ଯ୍ୟନ୍ତ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଲୋକଙ୍କ ସଂଖ୍ୟା ମାତ୍ର ୨୦୦ ରୁ ୨୫୦ ରହିଥିବାର ମେଡିକାଲ ହିଷ୍ଟ୍ରିରୁ ଜଣା ପଡିଛି । ଏହି ରୋଗରେ ପୀଡିତ ଶିଶୁଙ୍କର ବଞ୍ଚି ରହିବାର ଆଶା ଖୁବ କମ୍‌ ବା ୫% ଯର୍ଯ୍ୟନ୍ତ ହୋଇଥାଏ । ତେବେ ସେହି ଶିଶୁଟି ଜୀବିତ ରହିଲେ ତାକୁ ମେଡିକାଲ ଟିମ୍‌କୁ ରିସର୍ଚ ପାଇଁ ଦିଆଯିବା ଲାଗିି ସମସ୍ତ ଡାକ୍ତର ଶିଶୁଟିର ପିତା ମାତାଙ୍କୁ ଅନୁରୋଧ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.