Below header

ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଏବେ କରନ୍‌ ଜୋହରଙ୍କୁ ବି ହେବ ପଚରାଉଚରା, ସମନ ପଠାଇଲା ମୁମ୍ବାଇ ପୋଲିସ

ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଆଜି ଗୋଟେ ପଟେ ଧର୍ମା ପ୍ରଡକ୍ସନ୍‌ର ସିଇଓ ଅପୂର୍ବ ମେହେତାଙ୍କୁ ପଚରାଉଚରା କରାଯାଇଥିବା ବେଳେ ଏବେ ମୁମ୍ବାଇ ପୋଲିସ ଫିଲ୍ମ ନିର୍ମାତା କରନ୍‌ ଜୋହରଙ୍କୁ ସମନ ଜାରି କରିଛି। ଚଳିତ ସପ୍ତାହରେ କରନ୍‌ ଜୋହରଙ୍କୁ ପଚରାଉଚରା ପାଇଁ ଡକାଯିବ ବୋଲି ଜଣାଯାଇଛି।

Sushant Singh Rajput Suicide Case Update: Mumbai Police Rules Out ...

ଧର୍ମା ପ୍ରଡକ୍ସନ୍‌ର ସିଇଓ ଅପୂର୍ବ ମେହେତା ଆଜି ଧର୍ମା ପ୍ରଡକ୍ସନ୍‌ ଓ ସୁଶାନ୍ତ ସିଂହ ରାଜପୁତଙ୍କ ମଧ୍ୟରେ ‘ଡ୍ରାଇଭ’ ଫିଲ୍ମକୁ ନେଇ ହୋଇଥିବା କଣ୍ଟ୍ରାକ୍ଟର କପି ନେଇ ପୋଲିସ ଷ୍ଟେସନ୍‌ରେ ପହଞ୍ଚିଥିଲେ।

Karan Johar Height, Age, Girlfriend, Biography, Children, Family ...

ସୂଚନାଯୋଗ୍ୟ ଯେ ଗତ କିଛି ଦିନ ପୂର୍ବେ ମ୍ୟାନେଜର ଶ୍ରୁତି ମୋଦିଙ୍କୁ ପଚରାଉଚରା ବେଳେ ଡ୍ରାଇଭ ଫିଲ୍ମକୁ ନେଇ ସୁଶାନ୍ତ ଓ ଧର୍ମା ପ୍ରଡକ୍ସନ୍‌ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଏହି ମାମଲା ସେତେବେଳେ ମିଡିଆରେ ବି ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଥିଲା। ପୋଲିସ ଏବେ ଏହି ଗଣ୍ଡଗୋଳର କାରଣ ବିଷୟରେ ତଦନ୍ତ କରିବ।

Never made any efforts to make friends within Bollywood: Kangana ...

ରବିବାର ଦିନ ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ ଦେଶମୁଖ ମିଡିଆକୁ କହିଥିଲେ ଦିନେ ଦୁଇ ଦିନ ମଧ୍ୟରେ ମହେଶ ଭଟ୍ଟଙ୍କ ବୟାନ ନିଆଯିବ। ସିଆରପିସି ଅନୁସାରେ କଙ୍ଗନା ରାଣାଓ୍ଵତ୍‌ଙ୍କୁ ରିପୋର୍ଟ ତଲବ କରାଯିବ। ଯାହା ଯାହାକୁ ଆବଶ୍ୟକ ପଡ଼ିବ ତଦନ୍ତ ପାଇଁ ଡକାଯିବ ବୋଲି ସେ କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.