Below header

ଏଠାରେ ରଥଯାତ୍ରା ହୁଏ ଭିନ୍ନ ରୂପରେ, ଠାକୁରଙ୍କୁ ଦିଆଯାଏ ତୋପ ସଲାମୀ

ନୂଆଦିଲ୍ଲୀ : ଶ୍ରୀଜଗନ୍ନାଥଙ୍କ ଦୁର୍ଲଭ ରଥ ଯାତ୍ରା ଦେଶ ଓ ଦେଶ ବାହାରେ ପାଳନ କରାଯାଇଥାଏ । ତେବେ ଏହି ରଥଯାତ୍ରାକୁ କେତେକ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକାରେ ମଧ୍ୟ ପାଳନ କରାଯାଉଥିବାର ଦେଖାଯାଉଛି ।

ଛତିଶଗଡ଼ର ବସ୍ତରରେ ରଥଯାତ୍ରା ପର୍ବ ବହୁତ ଅଲଗା । ଏଠାରେ ଗୋଞ୍ଚା ରଥଯାତ୍ରା କୁହାଯାଏ । ବସ୍ତରରେ ରଥଯାତ୍ରା ମଧ୍ୟ ବହୁ ପୁରୁଣା । ଏଠାରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବେଳେ ତୋପ ସଲାମୀ ଦେବାର ପରମ୍ପରା ରହିଛି । ପ୍ରତିବର୍ଷ ଏଠାରେ ପାଳନ କରାଯାଉଥିବା ଗୋଞ୍ଚା ରଥଯାତ୍ରା ପୁରା ରୀତିନୀତି ଅନୁଯାୟୀ ପାଳନ କରାଯାଇଥାଏ ।

ବସ୍ତରରେ ବନ୍ଧୁକକୁ ତୋପ କୁହାଯାଏ । ଏହି ତୋପ ଜରିଆରେ ଶ୍ରୀଜଗନ୍ନାଥଙ୍କୁ ସଲାମୀ ଦିଆଯାଇଥାଏ । ବସ୍ତର ଲୋକେ ଭଗବାନଙ୍କ ପ୍ରତି ଆସ୍ଥା ପ୍ରକଟ କରିବାକୁ ଏହି ସଲାମୀ ଦେଇଥାନ୍ତି । ଏହି ତୋପରେ ଗୁଳି ସ୍ଥାନରେ ଏକ ପ୍ରକାର ଫଳ ଭରାଯାଏ । ଏହି ଫଳକୁ ସ୍ଥାନୀୟ ଭାଷାରେ ପେଙ୍ଗ ବା ପେଙ୍ଗୁ ବୋଲି କୁହାଯାଏ ।

 

rath
photo credit: aajtak.in

ଏହି ଫଳ ଆଷାଢ଼ ମାସରେ ଫଳିଥାଏ । ତୋପର ରେଞ୍ଜ ୫୦ ମିଟର ପର୍ଯ୍ୟନ୍ତ ଥିବାବେଳେ ଏଥିରେ ଫଳ ଭରାଯାଏ । ଏହି ଫଳକୁ ବନ୍ଧୁକରେ ବାଉଁଶ ସାହାଯ୍ୟରେ ଭରାଯାଏ । ଏହାପରେ ଭଗବାନ ଶ୍ରୀଜଗନ୍ନାଥଙ୍କୁ ଏହି ତୋପ ସଲାମୀ ଦିଆଯାଇଥାଏ ।

ଏହି ଫଳର ମଞ୍ଜିରୁ ତେଲ ବାହାରିଥାଏ । ଯାହାକି ଔଷଧୀୟ ଗୁଣରେ ଭରପୁର ରହିଥାଏ । ଏହି ତେଲର ବ୍ୟବହାର ଗଣ୍ଠି ଦରଜ ଓ ବାତ ରୋଗରେ ଲାଗିଥାଏ । ଏହି ତେଲକୁ ଶରୀରରେ ମାଲିସ ବି କରାଯାଇଥାଏ । ମାନ୍ୟତା ରହିଛି କି ଏହି ତୋପର ଫଳ ଶରୀରରେ ପଡ଼ିବା ଆବଶ୍ୟକ । ଏହା ଶରୀରରେ ପଡ଼ିଲେ ଶାରୀରିକ ସମସ୍ୟା ଦୂର ହୋଇଥାଏ ।

 

rath
photo credit: aajtak.in

କୁହାଯାଏ ଏଠାରେ ରଥଯାତ୍ରା ଉତ୍ସବର ଆରମ୍ଭ ବସ୍ତର ମହାରାଜା ପୁରୁଷୋତ୍ତମ ଦେବଙ୍କ ପୁରୀ ଜଗନ୍ନାଥ ଧାମ ଯାତ୍ରା ପରେ ହୋଇଥିଲା । ମାନ୍ୟତା ଅନୁସାରେ ଓଡ଼ିଶାରେ ସର୍ବ ପ୍ରଥମେ ରାଜା ଇନ୍ଦ୍ରଦ୍ୟୁମ୍ନ ରଥଯାତ୍ରାର ଆରମ୍ଭ କରିଥିଲେ । ତାଙ୍କ ପତ୍ନୀଙ୍କ ନାମ ‘ଗୁଣ୍ଡିଚା’ ଅନୁଯାୟୀ ରଥଯାତ୍ରାକୁ ଶ୍ରୀଗୁଣ୍ଡିଚା କୁହାଯାଉଥିବା ବେଳେ ବସ୍ତରରେ ଏହାକୁ ‘ଗୋଞ୍ଚା’ କୁହାଯାଏ । ପ୍ରାୟ ୬୦୦ ବର୍ଷ ପୂର୍ବେ ଆରମ୍ଭ କରାଯାଇଥିବା ରଥଯାତ୍ରାର ଏହି ପରମ୍ପରା ଆଜି ବି ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.