ସୁପର ମାର୍କେଟ ଭିତକୁ ଅଚାନକ ପଶି ଆସିଲା ଭାଲୁ, ଦେଖିବା ପରେ ଗ୍ରାହକଙ୍କ ଅବସ୍ଥା ହେଲା ଏମିତି; ଦେଖନ୍ତୁ ଭିଡିଓ

ସୁପର ମାର୍କେଟ ଭିତରେ ଆପଣ ସପିଂ କରୁଥିବେ ଆଉ ଏହି ସମୟରେ ଯଦି ହଠାତ୍‌ ଏକ ଭାଲୁ ପଶିଆଶେ ତେବେ କ’ଣ ହେବ ଥରେ ଚିନ୍ତା କରିଛନ୍ତି? ଏଭଳି କିଛି ଘଟଣା ଘଟିଛି କାର୍ଲିଫର୍ଣ୍ଣିଆର ଏକ ଗ୍ରୋସରୀ ମାର୍କେଟରେ। ଏଠାକୁ ଅଚାନକ ଏକ ଭାଲୁ ପଶି ଆସିବାରୁ ଉପସ୍ଥିତ ଲୋକଙ୍କ ଅବସ୍ଥା ଖରାପ ହୋଇଯାଇଥିଲା।

ସେଠାକାର ସ୍ଥିତି କେମିତି ଥିଲା ତାହା ଜଣେ ଯୁବତୀ ଭିଡିଓ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଭାଲୁଟି ମାର୍କେଟ ଭିତରକୁ ପଶିବା ବେଳେ ଯୁବତୀ ସେଠାରେ ଉପସ୍ଥିତ ଥିଲେ। ଭିଡିଓରେ ଦେଖାଯାଇଛି ଯେ ଏକ କଳା ରଙ୍ଗର ଭାଲୁ ଆରାମରେ ଗ୍ରୋସରୀ ଷ୍ଟୋର ଭିତରକୁ ପଶୁଛି ଓ ସେଠାରେ ବୁଲୁଛି। ଇନ୍‌ଷ୍ଟାଗ୍ରାମ୍‌ରେ ଏହି ଭିଡିଓକୁ tishacampbellmartin  ସେୟାର କରିଛନ୍ତି।

ଦେଖନ୍ତୁ ଭିଡିଓ:

 

View this post on Instagram

 

A post shared by Tisha Campbell (@tishacampbellmartin)

ସ୍ଥାନୀୟ ମିଡିଆ ରିପୋର୍ଟ ମୁତାବକ ଏହି ଘଟଣା ଶନିବାରର। କାର୍ଲିଫର୍ଣ୍ଣିଆର ପୋର୍ଟର ରେଞ୍ଚର ରାଲ୍ଫ ଷ୍ଟୋର ଭିତରକୁ ଏକ ଭାଲୁ ପଶିଆସିଥିଲା। ମାତ୍ର ସେ କାହାର କିଛି କ୍ଷତି କରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.