୪ ହକି ଖେଳାଳିଙ୍କୁ ଆର୍ଥିକ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ଅମିତ ରୋହିଦାସ, ବିରେନ୍ଦ୍ର ଲାକ୍ରାଙ୍କୁ DSP ନିଯୁକ୍ତି

ଭୁବନେଶ୍ବର(କେନ୍ଯୁଜ୍): ୨.୫ କୋଟି ସହ DSP ନିଯୁକ୍ତି । ୪ ହକି ଖେଳାଳିଙ୍କୁ ଆର୍ଥିକ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅମିତ ରୋହିଦାସ, ବିରେନ୍ଦ୍ର ଲାକ୍ରାଙ୍କୁ ୨.୫ କୋଟି ଲେଖାଏଁ ପୁରସ୍କାର ଘୋଷଣା କରାଯାଇଛି। ଉଭୟଙ୍କୁ ପୋଲିସ ବିଭାଗରେ DSP ଭାବେ ମଧ୍ୟ ନିଯୁକ୍ତି ଦିଆଯିବ।

ଭବିଷ୍ୟତରେ ସମସ୍ତ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସେହିଭଳି ମହିଳା ହକି ଖେଳାଳି ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋଙ୍କୁ ୫୦ ଲକ୍ଷ ଲେଖାଏଁ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଛି।

ଆଜି କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.