Below header

ସେବା ଦେଉଛି ବିଜୟ ପାଲଙ୍କ ଗାର୍ଡେନ ଆଟୋ, ଜାଣନ୍ତୁ କେଉଁଠି

କୋଲକାତାର ବିଜୟ ପାଲ । ଜଣେ ଅଟୋ ଡ୍ରାଇଭର । ସହରରେ ଅଟୋ ଚଳାଇ ନିଜ ଗୁଜୁରାଣ ମେଣ୍ଟାନ୍ତି । କିନ୍ତୁ ସାଧାରଣ ଅଟୋ ଡ୍ରଇଭରଟିଏ ହେଲେ ମଧ୍ୟ ତାଙ୍କର ଗୋଟିଏ ଅସାଧାରଣ ପଦକ୍ଷେପ ଏବେ ତାଙ୍କୁ ଚର୍ଚ୍ଚିତ କରିଦେଇଛି । ଆଉ ସେହି କାମଟି ହେଲା ତାଙ୍କ ଅଟୋର ଛାତ ଉପରେ ଏକ ଛୋଟ ବଗିଚା କରି ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଛନ୍ତି । ତାଙ୍କ ଗ୍ରୀନ ଅଟୋ ଉପରେ ଛୋଟ ଘାସ ବଗିଚା କରି ସ୍ଲୋଗାନରେ ‘ସେଭ ଟ୍ରୀ ଆଣ୍ଡ ସେଭ ଲାଇଫ’ ଲେଖିଛନ୍ତି ।

ସୋସିଆଲ ମିଡିଆରେ ଏହାର ଏକ ଫଟୋ ଭାଇରାଲ ହୋଇଥିଲା । ଆଉ ଏହା ପରେ ବିଜୟଙ୍କୁ ମିଳିଛି ଅଜସ୍ର ସାଧୁବାଦ । ଏହା କେବଳ ପରିବେଶ ସୁରକ୍ଷାର ବାର୍ତ୍ତା ନୁହେଁ ବରଂ ଗ୍ରୀଷ୍ମ ଋତୁରେ ଯାତ୍ରୀମାନଙ୍କୁ ଖରା ଦାଉରୁ ରକ୍ଷା କରି ଏକ ଶୀତଳ ବାତାବରଣରେ ଯାତାୟାତ କରିବାରେ ସହାୟକ ହୋଇଛି । ତେଣୁ ବିଜୟଙ୍କ ଏହି ଅଭିନବ ପଦକ୍ଷେପ ପାଇଁ ସୋସିଆଲ ମିଡିଆରେ ହଜାର ହଜାର ସଂଖ୍ୟାର ଲୋକଙ୍କ ଶୁଭେଚ୍ଛା ଆସିବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.