ବିଶ୍ୱାସ ହେଉନି ନା ! ଭାରତରେ ଗୋଟିଏ ବର୍ଷରେ ୧୨ ଲକ୍ଷ ଲୋକ ମରିଛନ୍ତି ବାୟୁ ପ୍ରଦୂଷଣରେ

ନୂଆଦିଲ୍ଲୀ : ୨୦୧୭ରେ ବାୟୁ ପ୍ରଦୂଷଣରୁ କେବଳ ଭାରତରେ ୧୨ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି । ଏହି ରିପୋର୍ଟ ଦେଇଛି ଆମେରିକାର ହେଲ୍ଥ ଇନଫେକ୍ଟସ ଇନଷ୍ଟିଚ୍ୟୁଟ୍ । ଦକ୍ଷିଣ ଏସିଆ ହେଉଛି ବିଶ୍ୱର ସବୁଠାରୁ ପ୍ରଦୂଷିତ ଅଞ୍ଚଳ । ତା ଭିତରେ ଭାରତ ଓ ଚୀନ୍ରେ ୨୦୧୭ରେ ୧୨ ଲକ୍ଷ ଲେଖାଏଁ ଲୋକ ବାୟୁ ପ୍ରଦୂଷଣରେ ମରିଥିବା ଏହି ରିପୋର୍ଟରେ କୁହାଯାଇଛି । ଯେତେବେଳେ କି ସାରା ବିଶ୍ୱରରେ ହୃଦ୍ଘାତ, ଡାଇବେଟିଜ୍, କର୍କଟ ଆଦି ରୋଗରେ ମୋଟ୍ ୫୦ ଲକ୍ଷ ଲୋକ ମରିଛନ୍ତି ସେତେବେଳେ ଭାରତ ଓ ଚୀନ୍ରେ ମରିଛନ୍ତି ୨୪ ଲକ୍ଷ । ସଡ଼କ ଦୁର୍ଘଟଣା ଓ ମ୍ୟାଲେରିଆ ଆଦି ରୋଗ ତୁଳନାରେ ବାୟୁ ପ୍ରଦୂଷଣ ଯୋଗୁଁ ଅଧିକ ମୃତ୍ୟୁ ହେଉଛି ।
ଅବଶ୍ୟ ବାୟୁ ପ୍ରଦୂଷଣକୁ ରୋକିବା ଲାଗି ଭାରତରେ ଅନେକ ଯୋଜନା କରାଯାଇଛି । ହେଲେ ସେସବୁ ଯଦି ଠିକ୍ ଭାବେ କାର୍ଯ୍ୟକାରୀ ହୁଏ ତେବେ ଫଳପ୍ରଦ ହେବ । ଅବଶ୍ୟ ଭାରତ ତୁଳନାରେ ଚୀନ୍ରେ ପ୍ରଦୂଷଣ ରୋକିବାକୁ ନିଆଯାଇଥିବା ପଦକ୍ଷେପ ସଫଳ ହୋଇଛି ବୋଲି ମଧ୍ୟ ରିପୋର୍ଟରେ କୁହାଯାଇଛି ।