କାଲି ତୃତୀୟ ପର୍ଯ୍ୟୟ ନାମାଙ୍କନ ଦାଖଲର ଶେଷ ଦିନ, ଆଜି ଦାଖଲ କଲେ ବହୁ ହେଭିୱେଟ

ଭୁବନେଶ୍ବର(କେନ୍ୟୁଜ୍) : କାଲି ତୃତୀୟ ପର୍ଯ୍ୟୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ । ଆଜି ବହୁ ହେଭିୱେଟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । କଟକ ଲୋକସଭା ଆସନ ପାଇଁ କଟକ ଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ଭର୍ତ୍ତୃହରି ମହତାବ। ସେହିପରି ବିଜେପି ପ୍ରାର୍ଥୀ ପ୍ରକାଶ ମିଶ୍ର ବି ନାମାଙ୍କନ ଦାଖଲ କରିଛନ୍ତି । ସେହିପରି ଚନ୍ଦ୍ରସାରଥୀ ବେହେରା କଟକ ସଦର ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଭାବେ ନାମାଙ୍କନ କରିଛନ୍ତି । ନିଜର ସମର୍ଥକଙ୍କ ସହ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।

ତୃତୀୟ ପର୍ଯ୍ୟୟ ନିର୍ବାଚନ ପାଇଁ ଆସନ୍ତା ୨୩ ତାରିଖରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱର ଲୋକସଭା ଆସନ ପାଇଁ ମତଦାନ ହେବ । ତୃତୀୟ ପର‌୍ୟ୍ୟାୟରେ ୪୨ ବିଧାନସଭା ଆସନ ପାଇଁ ମୋଟ ୧୦୪ଜଣ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ୬ ଲୋକସଭା ଆସନ ପାଇଁ ମୋଟ ୧୯ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ସେହିପରି ଚତୁର୍ଥ ପର‌୍ୟ୍ୟାୟ ନିର୍ବାଚନ ପାଇଁ ନୋମିନେସନ ଚାଲିଛି । ଚତୁର୍ଥ ପର‌୍ୟ୍ୟାୟ ନିର୍ବାଚନ ପାଇଁ ୯ ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି ।

ପ୍ରାର୍ଥୀପତ୍ର ଦାଖଲ କଲେ ଅତନୁ ସବ୍ୟସାଚୀ ନାୟକ। କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକ। ଏକ ବିରାଟ ଶୋଭାଯାତ୍ରାରେ ଆସି ଅତିରିକ୍ତ ଉପଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ଅତନୁ। ତାଙ୍କ ସହ ଥିଲେ ବିଜେଡି ଲୋକସଭା ପ୍ରାର୍ଥୀ ଅନୁଭବ ମହାନ୍ତି ।

ଭୁବନେଶ୍ୱର ଏକାମ୍ର ଆସନ ପାଇଁ ପୁଣି ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ଅଶୋକ ଚନ୍ଦ୍ର ପଣ୍ଡା । ଆଜି ସେ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେହିପରି ଜୟଦେବ ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ପ୍ରାର୍ଥୀ ଅରବିନ୍ଦ ଢାଲି ନାମାଙ୍କନ କରିଛନ୍ତି । ଉଭୟ ବିରାଟ ଶୋଭାଯାତ୍ରାରେ ନିଜର ସମର୍ଥକମାନଙ୍କ ସହ ଭୁବନେଶ୍ୱର ଉପ ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.