Below header

କୋଟି କୋଟି ଟଙ୍କାର ରକ୍ତ ଚନ୍ଦନ କାଠ ହେଉଛି ଚୋରା ଚାଲାଣ, ସବୁ ଜାଣି ଚୁପ୍ ବନ ବିଭାଗ

ଗଜପତି : ବନ୍ଯଜନ୍ତୁ ତଥା ଜଙ୍ଗଲ ଜାତ ଗଛଲତା ଗୁଡିକର ସୁରକ୍ଷା ପାଇଁ ବନ ବିଭାଗକୁ ନିୟୋଜିତ କରାଯାଇଛି । ଯେତେବେଳେ ବିଲୁପ୍ତ ହେଉଥିବା ମୂଲ୍ଯବାନ ଔଷଧୀୟ ବୃକ୍ଷ କଥା ଆସେ ତେବେ ବନ ବିଭାଗ ଏଦିଗରେ ଅଧିକ ସଚେତନ ରହିଥାଏ । ଏମିତି ଏକ ବୃକ୍ଷ ହେଉଛି ରକ୍ତ ଚନ୍ଦନ । ଯାହାକୁ ଆମେ ସମସ୍ତେ ଶୁଣିଥିବା ଓ ଦେଖିଥିବା ମଧ୍ଯ । ଏହା ଅତି ମୂଲ୍ଯବାନ । କିନ୍ତୁ ଏହି ବୃକ୍ଷର ହଜାର ହଜାର ସଂଖ୍ଯକ ଉପସ୍ଥିତି ରହିଛି ଗଜପତି ଜିଲ୍ଲାର ଏକ ଅଞ୍ଚଳରେ । ଏନେଇ ଖୋଦ୍ ଗଜପତି ଡିଏଫଓ ମଧ୍ଯ ଜାଣିନଥିବା ନେଇ ଖବର ଚର୍ଚ୍ଚାର ପରିସରକୁ ଆସିଛି ।

woodଗଜପତି ଜିଲ୍ଲା ଦେବଗିରୀ ରେଞ୍ଜ ଅନ୍ତର୍ଗତ ନାମନଗଡ ପଞ୍ଚାୟତର ଆନନ୍ଦପୁର ମୌଜାର ଢେପସାହି ଗ୍ରାମକୁ ଲାଗି ରହିଥିବା ଜଙ୍ଗଲ । ହେଉଁଠାରେ ବହୁ ସଂଖ୍ଯକ ରକ୍ତ ଚନ୍ଦନ ଗଛ ଦେଖିବାକୁ ମିଳେ । କିନ୍ତୁ ଦୁଃଖର କଥା ନା ଏହାର ରକ୍ଷଣ ବେକ୍ଷଣ ହେଉଛି ନା ଏହା ଜଙ୍ଗଲ ବିଭାଗର ବୋଲି କୌଣସି ସୂଚନା ଫଳକ ରହିଛି । ଏଠାରେ ପ୍ରତିଦିନ ସୂର୍ଯ୍ଯଅସ୍ତ ହୋଇଗଲେ କାଠ ମାଫିଆଙ୍କ ପ୍ରବେଶ ଓ ସୂର୍ଯ୍ଯ ଉଦୟ ପୂର୍ବରୁ ପ୍ରସ୍ଥାନ ହୋଇଥାଏ । ଅନେକ ବିରାଟ ବିରାଟ ରକ୍ତ ଚନ୍ଦନ ଗଛ କାଟି ଉପାଡି ପଦା କରିସାରିଲେଣି ମାଫିଆମାନେ । ଯାହାଫଳରେ ଧିରେ ଧିରେ ଏଠାରୁ ଏହି ମୂଲ୍ଯବାନ ଗଛ ବିଲୁପ୍ତ ହେବାରୁ ବସିଲାଣି ।

ସାଧାରଣତଃ ଏହି ଗଛ ଗୁଡିକ ସଂରକ୍ଷିତ ଜଙ୍ଗଲରେ ଦେଖିବାକୁ ମିଳେ । ବିଶ୍ବସ୍ତ ସୂତ୍ରରୁ ଯାହା ଜଣାପଡିଛି ଏହା ମଧ୍ଯ ଏକ ସଂରକ୍ଷିତ ଜଙ୍ଗଲ କିନ୍ତୁ କୌଣସି ସୂଚନା ଫଳକ କିମ୍ବା ଜଗୁଆଳି ମଧ୍ଯ ନିୟୋଜିତ ନାହାନ୍ତି । ଖୁଲମ ଖୁଲା ବନ କର୍ମଚାରୀ ଓ କାଠ ମାଫିଆଙ୍କ ଭିତରେ ମଧୁ ଚନ୍ଦ୍ରିକାରେ ବର୍ତ୍ତମାନ ସୁଦ୍ଧା କୋଟି କୋଟି ଟଙ୍କାର ରକ୍ତ ଚନ୍ଦନ କାଠ ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଛି । ଏହାସହ ଅଞ୍ଚଳବାସର ଏସବୁ ଅନ୍ଧାରରେ ହେଉଥିବା ସ୍ବୀକାର କରିଛନ୍ତି । ତେବେ ଯଦି ବନ ବିଭାଗ ସେମାନଙ୍କୁ ଦାୟିତ୍ବ ଦିଏ ତେବେ ସେମାନେ ଏହାର ସୁରକ୍ଷା କରିବେ ବୋଲି ମଧ୍ଯ କହିଛନ୍ତି ।

woodତେବେ ଆଇନ୍ ଅନୁସାରେ ଏପରି ବିଲୁପ୍ତ ଗଛ ଚୋରି ରୋକିବା ପାଇଁ ଆମ ଆଇନ୍ ବ୍ଯବସ୍ଥାରେ ଅନେକ କଡାକଡି ଆଇନ୍ ରହିଥିଲେ ମଧ୍ଯ ମାଫିଆଙ୍କୁ ଧରିବା ପାଇଁ କୌଣସି କାର୍ଯ୍ଯନୁଷ୍ଠାନ ଗ୍ରହଣ କରାଯାଉନାହିଁ । ସେପଟେ ଉକ୍ତ ଘଟଣା ବିଷୟରେ କିଛି ଅବସର ପ୍ରାପ୍ତ ବନ ଅଧିକାରୀ କରିଛନ୍ତି କି, ଏହି ଗଛ ଗୁଡିକୁ ରାଜା ରାଜୁଡା ଅମଳରେ ଓ ବ୍ରିଟିଶ୍ ସମୟରେ ରୋପଣ କରାଯାଇଛି । ତେବେ ଏହି ଘଟଣାରେ କ୍ଯାମେରା ସମ୍ମୁଖରେ କିଛି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ଜିଲ୍ଲା ଡିଏଫଓ ବିବେକ ତ୍ଯାଗି । ଅନ୍ଯପଟେ ଉକ୍ତ ଜଙ୍ଗଲରେ କେତେ ମାତ୍ରାରେ ରକ୍ତ ଚନ୍ଦ ଗଛ ରହିଛି ଏବଂ ଏହାର ସୁରକ୍ଷା ପାଇଁ ଜଙ୍ଗଳ ବିଭାଗ କେବେ ଅନୁସନ୍ଧାନ ସାରି ଏହାର ସୁରକ୍ଷା ଦାୟିତ୍ବ ଗ୍ରହଣ କରିଛି ଏହା ଦେଖିବାକୁ ବାକି ରହିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.