Below header

ରାସ୍ତାରେ ସାଙ୍ଗ ମରିପଡିଥିବା ଦେଖି ସହିପାରିଲାନି ଅନ୍ୟ ବନ୍ଧୁ, ଏମିତି ଦେଲା ଅନ୍ତିମ ବିଦାୟ : ଦେଖନ୍ତୁ ଭିଡିଓ

ଯେତେବେଳେ କିଏ ନିଜର ଆମକୁ ଛାଡି ଚାଲିଯାଏ, ତେବେ ମନକୁ କେତେ କଷ୍ଟ ଲାଗିଥାଏ, ତାହା ନିଜେ ଅଙ୍ଗେ ନିଭେଇଥିବା ଲୋକ ହିଁ ଜାଣିଛି। କେବଳ ମଣିଷ ନୁହେଁ ପଶୁପକ୍ଷୀଙ୍କ ମଧ୍ୟ ଏମିତି ଅନୁଭବ କରିଥାନ୍ତି। ଆପଣ ହୁଏତ ଏହି ଭିଡିଓ ଦେଖିଲେ ନିଶ୍ଚିତ ଜାଣିପାରିବେ। ଏହି ଭିଡିଓରେ ପକ୍ଷୀ ମରିଯାଇଥିବା ବେଳେ ତା’ର ସାଥି ତାକୁ ଅନ୍ତିମ ବିଦାୟ ଦେଉଛି।

ସୋସିଆଲ ମିଡିଆରେ ପଶୁପକ୍ଷୀ ଏବଂ ଜୀବଜନ୍ତୁଙ୍କ ଅନେକ ମଜାଦାର ଭିଡିଓ ଭାଇରଲ ହେଉଥିବା ଆପଣ ନିଶ୍ଚିତ ଦେଖିଥିବେ। ଅନେକ ଥର ଏପରି ଭିଡିଓ ଆମ ହୃଦୟ ଜିତିନିଏ। ଏବେ ସୋସିଆଲ ମିଡିଆରେ ପକ୍ଷୀର ଏପରି ଏକ ଭିଡିଓ ଭାଇରଲ ହେଉଛି, ଯାହାକୁ ଦେଖିଲେ ଆପଣ ମଧ୍ୟ ଭାବୁକ ହୋଇଯିବେ। ଏହି ଭିଡିଓରେ ପକ୍ଷୀ ନିଜ ସାଥି ପକ୍ଷୀର ମୃତ୍ୟୁରେ ଦୁଃଖିତ ହୋଇ ତାକୁ ଅନ୍ତିମ ବିଦାୟ ଜଣାଉଛି।

ଦେଖନ୍ତୁ ଏହି ଭିଡିଓ :

ଭିଡିଓରେ ଦେଖିପାରିବେ କି, କିପରି ପକ୍ଷୀଟି ମରି ରାସ୍ତାରେ ପଡିଛି। ସେଠାରେ ପାଖରେ ଥିବା ଆଉ ଜଣେ ସାଥି ପକ୍ଷୀ ଚିନ୍ତିତ ହୋଇ ଏପଟସେପଟ ବୁଲୁଛି। ତା’ ପରେ ପକ୍ଷୀଟି ମରି ପଡିଥିବା ପକ୍ଷୀ ପାଖକୁ ଆସି ତାକୁ କିସ୍‌ କରୁଛି। ଏହା ଦେଖି ଆପଣ ଜାଣିପାରିବେ ଯେ, ଦୁହିଁଙ୍କ ମଧ୍ୟରେ କେତେ ଭଲପାଇବା ସହିତ। ଏହି ଭିଡିଓ ଦେଖି କିଏ ବି ଭାବୁକ ହୋଇଯିବେ।

ଏହି ଭିଡିଓକୁ ଆଇଏଫଏସ୍‌ ଅଧିକାରୀ ସୁଶାନ୍ତ ନନ୍ଦ ଟ୍ଵିଟରରେ ସେୟାର କରିଛନ୍ତି। ଭିଡିଓ ସହିତ ସେ ଲେଖିଛନ୍ତି, ଅଷ୍ଟ୍ରେଲିଆ ଗଲାହ, ଯାହାକୁ ଗୋଲାପୀ କିମ୍ବା ଗ୍ରେ କୋକେଟୁ ନାମରେ ମଧ୍ୟ ଜଣାଶୁଣା। ଜୀବନ ପାଇଁ ସାଥି, କିନ୍ତୁ ସାଥିର ମୃତ୍ୟୁରେ ଭାଙ୍ଗିପଡିଛି ସାଥି।

ଆଇଏଫଏସ୍‌ ସୁଶାନ୍ତ ନନ୍ଦ ପ୍ରତିଦିନ କିଛିନା କିଛି ଏପରି ଭିଡିଓ ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରନ୍ତି। ଯାହାକୁ ଦେଖି ଲୋକେ ପସନ୍ଦ ମଧ୍ୟ କରନ୍ତି ଏବଂ ବିଭିନ୍ନ ପ୍ରକାର କମେଣ୍ଟ ମଧ୍ୟ ଦିଅନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.