Below header

କୌଣସି ବ୍ୟକ୍ତିଙ୍କୁ ପରଖିବାକୁ ଚାହୁଁଛନ୍ତି ତ ଏହି କଥାକୁ ଧ୍ୟାନ ରଖନ୍ତୁ, କେବେ ବି ଖାଇବେ ନାହିଁ ଧୋକ୍କା

ଆପଣଙ୍କୁ ଚାଣକ୍ୟଙ୍କ ନୀତି ଓ ବିଚାର କଠୋର ଲାଗିପାରେ ହେଲେ ଏହି କଠୋରତା ଜୀବନର ସତ୍ୟତା | ବ୍ୟସ୍ତ ବହୁଳ ଜୀବନରେ ଚାଣକ୍ୟଙ୍କ କଥା ଆପଣଙ୍କୁ ବହୁ ଅସୁବିଧାରୁ ରକ୍ଷା କରିବ | ଆଜି ଚାଣକ୍ୟ ଏହି ଶ୍ଳୋକରେ ଏମିତି କଥା ବିଷୟରେ କହିଛନ୍ତି ଯାହାକୁ ଜାଣି ଆପଣ କିଛି ବି ବ୍ୟକ୍ତିର ଭଲ ଓ ଖରାପ ବିଷୟରେ ଜାଣି ପାରିବେ |

ଶ୍ଳୋକ :

ଯଥା ଚତୁର୍ଭିଃ କନକଂ ପରିକ୍ଷତେ ଳିଘର୍ଷଣଚ୍ଛେଦନତାପତାଡନୈଃ ।

ତଥା ଚତୁର୍ଭିଃ କନକଂ ପରୀକ୍ଷତେ ତ୍ୟାଗେନ ଶୀଳେନ ଗୁଣେନ କର୍ମଣା ।।

ଯେମିତ ସୁନାର ଶୁଦ୍ଧତା କେବଳ ଦେଖିକରି ନୁହେଁ, ତାକୁ ଜାଣିବା ପାଇଁ ତାକୁ ଘଷିକରି, କଟିକରି,ପିଟିକରି ଓ ଗରମ କରାଯାଏ ସେପରି ଜଣେ ବ୍ୟକ୍ତିକୁ କେବଳ ତାକୁ ଦେଖି କରି ତାର ଚରିତ୍ର ବିଷୟରେ ଜାଣି ହୁଏନାହିଁ | ସୁନା ପରି ବ୍ୟକ୍ତିକୁ ବହୁତ କିଛି କଥାର ସାମ୍ନା କରିବାକୁ ପଡେ | ଜଣେ ଉତ୍ତମ ବ୍ୟକ୍ତିକୁ ଜାଣିବାକୁ ହେଲେ ତାକୁ ଏହି ସବୁ କଥାରୁ ବ୍ୟକ୍ତିର ଚରିତ୍ର ବିଷୟରେ ଜଣାପଡେ |

ତ୍ୟାଗ : କୌଣସି ବ୍ୟକ୍ତିକୁ ପରଖିବାକୁ ହେଲେ ତାର ପ୍ରଥମ ଗୁଣ ହେଲା ତ୍ୟାଗ | ଯେଉଁ ବ୍ୟକ୍ତି ଅନ୍ୟର ସୁଖ ଓ ଖୁସି ପାଇଁ ନିଜର ସୁଖକୁ ତ୍ୟାଗ କରିଦିଏ, ଧରିନିଅନ୍ତୁ ଯେ ସେ ଜଣେ ଉତ୍ତମ ବ୍ୟକ୍ତି | କିନ୍ତୁ ଯେଉଁ ବ୍ୟକ୍ତି ଆପଣଙ୍କ ଆଗରେ ନିଜକୁ ଭଲ କହୁଥାଏ ଓ ଅସୁବିଧା ସମୟରେ ଦୁରେଇ ଯାଇ ଥାଏ ସେ ବ୍ୟକ୍ତି କାହାର କାମରେ ଆସନ୍ତି ନାହିଁ |

ଆଚରଣ : କୌଣସି ବ୍ୟକ୍ତିକୁ ଜାଣିବାକୁ ହେଲେ ପ୍ରଥମେ ତାର ଆଚରଣକୁ ଦେଖନ୍ତୁ | ଯେଉଁ ବ୍ୟକ୍ତି କୌଣସି ଭୁଲ କାମରେ ସାମିଲ ହୁଏ ନାହିଁ ଓ ଯିଏ ଅନ୍ୟ ପାଇଁ ମନରେ ଖରାପ ଧାରଣା ରଖେନାହିଁ ସେ ଜଣେ ଭଲ ବ୍ୟକ୍ତି |

ଗୁଣ : କାହାକୁ ବୁଝିବାକୁ ହେଲେ ତାର ଗୁଣ ହିଁ ତାର ପରିଚୟ | ପ୍ରତି ବ୍ୟକ୍ତିଙ୍କ କିଛି ଗୁଣ ଓ କିଛି ଅଵଗୁଣ ଥାଏ | ଯଦି କେହି ମିଛ କହିବା, ଅହଂକାର କରିବା ଓ ଅନ୍ୟକୁ ଅପମାନ କରିବା ଗୁଣ ଥାଏ, ସେହି ଲୋକଠାରୁ ଦୁରେଇ ଯିବା ଉଚିତ |

କର୍ମ : କୌଣସି ବ୍ୟକ୍ତିକୁ ତାର ଗୁଣ ଦ୍ୱାରା ଜଣାଯାଏ | ଯଦି କେହି ବ୍ୟକ୍ତି ଭୁଲ ତରିକାରେ ଧନ ଅର୍ଜ୍ଜନ କରେ ଓ ସବୁ କାମକୁ ଭୁଲ ତରିକରେ କରେ ସେ ଲୋକ ଠାରୁ ଦୂରେଇଯିବା ଉଚିତ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.