Below header

ଏଠାରେ ଉତ୍ପାଦନ ହୋଇଥାଏ ‘କଳା ସେଓ’, ଦାମ୍ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ ଆପଣଙ୍କୁ

ମାର୍କେଟରେ ଅନେକ ଭେରାଇଟିର ସେଓ ଆସିଥାଏ। ବିଶ୍ୱର ୨୦ରୁ ଅଧିକ ଦେଶରେ ଆଜି ସୁଦ୍ଧା ୨୦୦ରୁ ଊର୍ଦ୍ଧ୍ୱ କିସମର ସେଓ ଉତ୍ପାଦନ ହୋଇସାରିଛି। ଫୁଜି ଆପଲ, ଗ୍ରୀନ୍ ଆପଲ ଭଳି ବହୁ ଭେରାଇଟି ରହିଛି, ଯାହାର ନାଁ ଗଣୁ ଗଣୁ ରାତି ପାହିଯିବ। ଅଧିକରୁ ଅଧିକ ସେଓ ଲାଲ୍‌, ସବୁଜ କିମ୍ବା ହାଲୁକା ହଳଦିଆ ରଙ୍ଗର ହୋଇଥାଏ। କିନ୍ତୁ କେବେ ଶୁଣିଛନ୍ତି କି, କଳା ସେଓ ବିଷୟରେ? ଆଜ୍ଞା ହଁ, ଦୁନିଆରେ ଏବେ ବି ଅନେକ ଜିନିଷ ରହିଛି, ଯାହା ବିଷୟରେ ଆମେ ଆଜି ପଯ୍ୟର୍ନ୍ତ ଜାଣିପାରିନାହୁଁ। ଆଜି ଆମେ ଆପଣଙ୍କୁ ଏହି କଳା ସେଓ ବିଷୟରେ କହିବାକୁ ଯାଉଛୁ। ଗାଢ ବାଇଗେଣୀ ରଙ୍ଗର ଏହି ସେଓକୁ ‘ବ୍ଲାକ୍ ଡାଇମଣ୍ଡ ଆପଲ’ ମଧ୍ୟ କୁହାଯାଇଥାଏ।

ଏହି ଦୁର୍ଲ୍ଲଭ ସେଓ ବହୁ କମ୍ ସ୍ଥାନରେ ମିଳିଥାଏ। ତିବ୍ଦତର ପାହାଡ଼ିଆ ସ୍ଥାନରେ ଉତ୍ପାଦନ ହେଉଥିବା ଏହି ସେଓ ବଡ଼ ଅଦ୍ଭୁତ ଅଟେ। ଏଠାରେ ଏହାକୁ ‘ହୁଆ ନିୟୁ’ ବୋଲି କୁହାଯାଇଥାଏ। ସମୁଦ୍ର ପତ୍ତନଠାରୁ ୩୧୦୦ ମିଟର ଉଚ୍ଚରେ ଏହାକୁ ଚାଷ କରାଯାଏ। ସେଓ ଉତ୍ପାଦନ କରୁଥିବା କୃଷକଙ୍କ ପାଇଁ ବ୍ଲାକ୍ ଡାଇମଣ୍ଡ ସେଓ କୌଣସି ରହସ୍ୟଠାରୁ କମ୍ ନୁହେଁ।

a11

ଆଜିକାଲିର ଟୋକ୍ନୋଲୋଜି ଦୁନିଆରେ ସବୁ ବିଷୟରେ ଇଣ୍ଟରନେଟ୍‌ରେ ତଥ୍ୟ ମିଳିଯାଉଥିବା ବେଳେ ବ୍ଲାକ୍ ଡାଇମଣ୍ଡ ସେଓକୁ ନେଇ ଅଧିକ ତଥ୍ୟ ମିଳି ନ ଥାଏ। ଯେତିକି ଉଚ୍ଚରେ ଏହାକୁ ଚାଷ କରାଯାଇଥାଏ, ସେଠି ଦିନ ଏବଂ ରାତିର ତାପମାତ୍ରା ଅଲଗା ଅଲଗା ହୋଇଥାଏ। କୁହାଯାଏ, ଦିନରେ ମିଳୁଥିବା ଅତି ବାଇଗେଣୀ ରଶ୍ମୀ ଯୋଗୁ ସେଓର ରଙ୍ଗ ଏପରି ହୋଇଥାଏ।

ଏହାସହ ପଢ଼ନ୍ତୁ: ହରିଦ୍ୱାରର ଏହି ୫ଟି ଜାଗାରେ ଘୂରି ବୁଲନ୍ତି ପ୍ରେତାତ୍ମା, ରାତିରେ ଗଲେ ଫେରିବା ସମ୍ଭାବନା କମ୍‌!

୨୦୧୫ରୁ ଏହି ସେଓ ଚାଷ ହୋଇଆସୁଛି। ବେଜିଙ୍ଗ, ସଙ୍ଘାଇ, ଗୁଆଙ୍ଗଜୋ ଆଦି ସ୍ଥାନରେ ଏହାର ବିକ୍ରି ସବୁଠାରୁ ଅଧିକ ହୋଇଥାଏ। ତେବେ ବ୍ଲାକ୍ ଡାଇମଣ୍ଡ ସେଓର ଦାମ୍ ଶୁଣିଲେ ଆପଣ ଚକିତ ହୋଇଯିବେ। ଗୋଟିଏ ସେଓର ମୂଲ୍ୟ ୫୦୦ ଟଙ୍କା ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.