Below header

ଏହି ଜିନିଷ ଗୁଡିକୁ ଖାଲି ଦେଖିଦେଲେ ବି ହୋଇଥାଏ ଅତ୍ୟନ୍ତ ଶୁଭ, ପଡିଥାଏ ମା’ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି

ଆମେ ଆଗରୁ ଜାଣିଛେ ଗରୁଡ ପୁରାଣରେ ଜୀବନ- ମୃତ୍ୟୁ ସମେତ ମୃତ୍ୟୁ ପରେ ଜୀବନର ସତ୍ତାକୁ ନେଇ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି । ଏହା ବ୍ୟତୀତ ଏଥିରେ ପାପ- ପୁର୍ଣ୍ୟ, ଦେବୀ- ଦେବତାଙ୍କ କୃପା ପାଇବା ପାଇଁ ଉପାୟ ମାନ ବିଷୟରେ ମଧ୍ୟ ଉଲ୍ଲେଖ ରହିଛି । ଏହି ଗରୁଡ ପୁରାଣରେ ମା’ ଲକ୍ଷ୍ମୀଙ୍କ କୃପା କେମିତି ଲାଭ ହେବ ସେନେଇ ବି ଉଲ୍ଲେଖ ରହିଛି । ପୁରାଣ ଅନୁଯାୟୀ ପୃଥିବୀରେ ଏମିତି କିଛି ଜିନିଷ ରହିଛି ଯାହା ଏତେ ଶୁଭ ହୋଇଥାଏଯେ ତାହାକୁ କେବଳ ଦେଖିବା ବି ଅତ୍ୟନ୍ତ ଶୁଭ ହୋଇଥାଏ । ସେହି ବ୍ୟକ୍ତି ମାନଙ୍କ ଉପରେ ମା’ଙ୍କ କୃପା ରହିଥାଏ ।

ଗାଈ କ୍ଷୀର:

ଗାଈ କ୍ଷୀର ସ୍ୱାସ୍ଥ୍ୟ ପାଇଁ ଖୁବ ଲଭଦାୟୀ ହୋଇଥାଏ । ଗରୁଡ ପୁରାଣ ଅନୁଯାୟୀ ଗାଈ କ୍ଷୀରକୁ ଦେଖିଦେଲେ ବି ଅନେକ ପୁର୍ଣ୍ୟ ଅର୍ଜନ ହୋଇଥାଏ । ସକାଳୁ ସକାଳୁ ଗାଈ କ୍ଷୀର ଦେଖିଲେ ଦିନ ଭଲରେ କଟିଥାଏ ବୋଲି ବିଶ୍ୱାସ ରହିଛି ।

MILK

ଗୋମୂତ୍ର :

ଗୋମୂତ୍ର ଉପଯୋଗ ଅନେକ ଲୋକ ଔଷଧ ଭାବରେ କରିଥାନ୍ତି । ଏହା ସହ ଗୋମୂତ୍ରରେ ମା ଗଙ୍ଗା ବାସ କରନ୍ତି । ଗରୁଡ ପୁରାଣ ଅନୁଯାୟୀ ଗୋମୂତ୍ର ଦେଖିଲେ ବି ଅନେକ ପୁର୍ଣ୍ୟଫଳ ମିଳିଥାଏ ।

GOMUTRA

ଗୋଶାଳା:

ଗାଈ ରଖିବା ସ୍ଥାନକୁ ଗୋଶାଳା କୁହାଯାଏ । ଶାସ୍ତ୍ରରେ ଉଲ୍ଲେଖ ଅଛି ଗୋଶାଳା ନିର୍ମାଣ କଲେ ଯେତିକି ପୁର୍ଣ୍ଣ୍ୟ ମିଳେ ମନ୍ଦିର ତୋଳିଲେ ମଧ୍ୟ ସମାନ ପରିମାଣର ପୁର୍ଣ୍ଣ୍ୟ ମିଳିଥାଏ ।

ଗୋବର:

ସନାତନ ଧର୍ମରେ ଗୋବରର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । କୌଣସି ପୂଜାସ୍ଥଳକୁ ସଫା କରାଯିବା ପରେ ଗୋବରରେ ଲିପା ଯାଇଥାଏ | ଏହି ପରମ୍ପରା କାହିଁ କେଉଁ କାଳରୁ ଚାଲି ଆସୁଛି । ଯାହାକୁ ଖୁବ ଶୁଭ ଧରାଯାଏ । ବିଶ୍ୱାସ ରହିଛିକି ଯଦି ଗାଈ ମାନେ ଆସି ଘରର ଠିକ ସାମ୍ନାରେ ଗୋବର ଛାଡ଼ନ୍ତି ତେବେ ଗୃହକର୍ତ୍ତାଙ୍କ ଉପରେ ଲକ୍ଷ୍ମୀଙ୍କ କୃପା ରହିଥାଏ ।

GODHULI

ଗୋଧୂଳି;

ବିଶ୍ୱାସ ରହିଛିକି ଗାଈର ପାଦ ତୀର୍ଥ ସ୍ଥାନ ସମାନ ହୋଇଥାଏ । ସେଥିପାଇଁ ଲୋକେ ଗାଈର ପାଦ ଛୁଇଁ ପ୍ରଣାମ କରିଥାନ୍ତି । ଏଣୁ ଗାଈ ନିଜ ପାଦରେ ଖୋଳି ଧୂଳି ବାହାର କଲେ ଅତ୍ୟନ୍ତ ଶୁଭ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.