ଏ କ’ଣ କରୁଛି ଷଣ୍ଢ! ଦେଖୁ ଦେଖୁ ଛାତ ଉପରେ ଚଢ଼ିଗଲା; ପୁଣି ରାଗିଯାଇ ରାସ୍ତା ମଝିକୁ ଡେଇଁଲା…ଦେଖନ୍ତୁ ଭାଇରାଲ Video

ସାଧାରଣତଃ ଜୀବଜନ୍ତୁମାନଙ୍କୁ ରାସ୍ତାରେ ବେସାହାରା ଭାବରେ ବୁଲୁଥିବାର ଦେଖାଯାଏ। କେବେ କେବେ ଏମାନେ ଦ୍ରୁତ ଗତିରେ ଆସୁଥିବା ଗାଡ଼ି ଚକ ତଳେ ଚାପି ହୋଇଯାଆନ୍ତି ତ ଆଉ କେବେ ଅତି ରାଗିଯାଇ ଲୋକଙ୍କ ଉପରେ ଆକ୍ରମଣ କରିବାକୁ ମଧ୍ୟ ପଛାନ୍ତି ନାହିଁ। ପଥଚାରୀଙ୍କ ଉପରେ ହଠାତ୍‌ ଏମାନେ ଆକ୍ରମଣ କରି ବସନ୍ତି। ଏହି ସମୟରେ ଲୋକମାନେ ନିଜ ନିଜ ଜୀବନ ବଞ୍ଚାଇବା ପାଇଁ ରାସ୍ତାରେ ଧାଁ ଦୌଡ଼ କରନ୍ତି।

ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ ଷଣ୍ଢକୁ ଘରର ଛାତ ଉପରେ ଛିଡ଼ା ହୋଇଥିବାର ଦେଖିବାକୁ ମିଳୁଛି। ଆଗକୁ ଆପଣ ଯାହା ଦେଖିବେ, ତାହାକୁ ଦେଖି ଆପଣଙ୍କ ଆଶ୍ଚର୍ଯ୍ୟର ସୀମା ରହିବ ନାହିଁ। ଭିଡିଓରେ ଆପଣ ଦେଖିପାରିବେ ଯେ ଏକ କଳା ରଙ୍ଗର ଷଣ୍ଢ ଏକ ଘରର ଛାତ ଉପରେ ଚଢ଼ିଛି। ବାହାରକୁ ଆସିବାକୁ କୌଣସି ବାଟ ନ ପାଇବାରୁ ଷଣ୍ଢଟି ରାଗିଯାଇ ସେଇଠୁ ହିଁ ରାସ୍ତା ମଝିକୁ ଡେଉଁଛି।

ଷଣ୍ଢ ଏହିଭଳି ଭାବେ ଛାତ ଉପରୁ ତଳକୁ ଡେଇଁବାର ଦେଖି ସେଠାରେ ଚଳପ୍ରଚଳ ହେଉଥିବା ଲୋକମାନେ ଜୀବନ ବିକଳରେ ଦୌଡ଼ୁଥିବାର ନଜର ଆସୁଛନ୍ତି। ଏହି ଭିଡିଓ ଇଣ୍ଟରନେଟ୍‌ରେ ଖୁବ୍‌ ଭାଇରାଲ ହେଉଛି, ଯାହାକୁ ଦେଖି ଲୋକେ ଏକଦମ୍‌ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଏଥିରେ ପଥଚାରୀମାନେ ଷଣ୍ଢ ଆକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଦୌଡ଼ାଦୌଡ଼ି କରୁଥିବାର ଦେଖାଯାଉଛନ୍ତି।

 

View this post on Instagram

 

A post shared by Ajay Attri (@ajayattri_52)

ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଇନ୍‌ଷ୍ଟାଗ୍ରାମରେ ଏହି ଭିଡିଓକୁ ajayattri_52 ନାମକ ଆକାଉଣ୍ଟରୁ ସେୟାର କରାଯାଇଛି, ଯାହାକୁ ଏ ପର୍ଯ୍ୟନ୍ତ ୬୮ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି। ଯେତେବେଳେ କି, ଶତାଧିକ ଲୋକେ ଭିଡିଓକୁ ଲାଇକ୍‌ କରିଛନ୍ତି। ଭିଡିଓ ଦେଖି ୟୁଜରମାନେ ଏହା ଉପରେ ବିଭିନ୍ନ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ପ୍ରଥମେ ଜଣାଅ କି, ଷଣ୍ଢ ସେଠାକୁ କେମିତି ଗଲା’। ଅନ୍ୟ ଜଣେ ଲେଖିଛନ୍ତି, ‘ସେହି ମହିଳା ଠିକ୍‌ ଟାଇମ୍‌ରେ ବଞ୍ଚିଗଲେ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.