Below header

ପାକିସ୍ତାନର ଷଡଯନ୍ତ୍ର,ଭାରତକୁ ଡ୍ରଗ୍ସ ଓ ଅସ୍ତ୍ରଶସ୍ତ୍ର ପଠାଇବା ପାଇଁ ବ୍ୟବହାର କରୁଛି ଡ୍ରୋନ୍‌

ନୂଆଦିଲ୍ଲୀ : ଭାରତକୁ କ୍ଷତି ପହଞ୍ଚାଇବା ପାଇଁ ପାକିସ୍ତାନ ପ୍ରତିଦିନ କିଛି ନା କିଛି ହରକତ ଜାରି ରଖିଛି । ଏବେ ଭାରତକୁ ଡ୍ରଗ୍ସ ଓ ଅସ୍ତ୍ରଶସ୍ତ୍ର ପଠାଇବାକୁ ଡ୍ରୋନ ବ୍ୟବହାର କରୁଛି । ନିକଟରେ ଭାରତୀୟ ଯବାନମାନେ ପଞ୍ଜାବ ଅମୃତସର ନିକଟରେ ଏକ ସନ୍ଦିଗ୍ଧ ପାକିସ୍ତାନ ଡ୍ରୋନକୁ ଠାବ କରିଛନ୍ତି । ପାକିସ୍ତାନର ଏହି ଡ୍ରୋନ ପଠାଇବା ଘଟଣା କିଛି ନୁଆ ନୁହେଁ । ଏହା ପୂର୍ବରୁ ଜମ୍ମୁ କଶ୍ମୀର ଅନ୍ତରାଷ୍ଟ୍ରୀୟ ସୀମାରେ ଏପରି ବହୁ ଡ୍ରୋନକୁ ଜବତ କରାଯାଇଛି । ସୀମା ସୁରକ୍ଷା ବାହିନୀ ଏସବୁ କାର୍ଯ୍ୟକଳାପ ଉପରେ କଡ଼ା ଦୃଷ୍ଟି ରଖିଛନ୍ତି ।

ଖସାଇଛନ୍ତି ୧୬ ଡ୍ରୋନ୍‌

୨୧ ଡିସେମ୍ବରରେ ବିଏସଏଫ୍‌ ଯବାନମାନେ ଅମୃତସରରେ ପାକିସ୍ତାନ ଆଡୁ ଆସୁଥିବା ଏକ ଡ୍ରୋନକୁ ଖସାଇ ଦେଇଥିଲେ । ଡିସେମ୍ବର ପ୍ରଥମ ସପ୍ତାହରେ ଯବାନମାନେ ପ୍ରାୟ ୧୬ ଡ୍ରୋନକୁ ଖସାଇ ଦେଇଛନ୍ତି । ଦିନକୁ ଦିନ ବଢ଼ୁଥିବା ଡ୍ରୋନ ଆକ୍ରମଣକୁ ଦୃଷ୍ଟରେ ରଖି ଯବାନମାନେ ସୀମାରେ କଡା ଦୃଷ୍ଟି ରଖିଛନ୍ତି ।

ଡ୍ରୋନରେ କ୍ୟାମେରା

ନିକଟରେ ଭାରତୀୟ ସୀମାରେ ଏକ ଚୀନ ନିର୍ମିତ ଡ୍ରୋନ ମିଳିଥିଲା । ଯେଉଁଥିରେ ଏକ କ୍ୟାମେରା ଲାଗିଥିବା ଦେଖାଯାଇଥିଲା । ସମ୍ଭବତଃ ସୀମା ଉପରେ ଗତିବିଧିକୁ ଲକ୍ଷ୍ୟ କରିବା ପାଇଁ ଏପରି ବ୍ୟବସ୍ଥା କରାଯାଇଥିବା ଜଣାଯାଇଛି ।

ଡ୍ରୋନରୁ ମିଳିଲା ଡ୍ରଗ୍ସ

ଡ୍ରୋନରୁ ଡ୍ରଗ୍ସ ମିଳିବା ପରେ ଏଥିରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ଜଡିତ ଥିବା ଜଣାଯାଇଛି । ପଞ୍ଜାବ ଓ ଜମ୍ମୁ କ୍ଷେତ୍ରରେ ଜବତ ହୋଇଥିବା ଡ୍ରୋନରୁ ପିସ୍ତଲ, ରାଇଫଲ୍‌, ଏମପି୪ କାର୍ବାଇନ୍‌,କାର୍ବାଇନ ମାଗାଜିନ,ଗ୍ରେନେଡ ସହିତ ନିଶା ଜିନିଷ ଜବତ ହୋଇଥିବା ଜଣାଯାଇଛି । ଏଥିରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.