କଣ କେବେ କୌଣସି ମହିଳା କାହାକୁ ନିଜର ଗୁରୁ କରିପାରନ୍ତି ବା ଗୁରୁ ହୋଇପାରନ୍ତି କି ? ଏନେଇ ଆପଣଙ୍କ ମନରେ ନିଶ୍ଚିଦନ୍ତ ପ୍ରଶ୍ନ ଉଠିଥିବ। ଏହି ପ୍ରଶ୍ନ ବହୁତ ମହତ୍ୱପୂର୍ଣ୍ଣ। ଉଲ୍ଲେଖ ରହିଛି ଭଗବାନ ବୁଦ୍ଧ ଅଧିକ ସମୟ ପର୍ଯ୍ୟନ୍ତ ମହିଳାଙ୍କୁ ଦୀକ୍ଷା ଦେଇନଥିଲେ କିନ୍ତୁ ମହାପ୍ରଜାପତି ଗୌତମୀଙ୍କ କାରଣରୁ ସେ ମହିଳାଙ୍କୁ ମଧ୍ୟ ଦୀକ୍ଷା ଦେଇଥିଲେ। ଜୈନ ଧର୍ମରେ ମଧ୍ୟ ଅନେକ ସମୟ ପର୍ଯ୍ୟନ୍ତ ସାଧ୍ୱୀ କରାଯାଇନଥାଏ। କିନ୍ତୁ ମହାବୀର ସ୍ୱାମୀଙ୍କ ସମୟରେ ନରେଶ ଦଧିବାହନଙ୍କ କନ୍ୟା ଚମ୍ପା ପ୍ରଈଥମ ଜୈନ ଭିକ୍ଷୁଣି ହୋଇଥିଲେ।
ହିନ୍ଦୁ ଧର୍ମରେ ଏଭଳି ଅନେକ ମହିଳା ଅଛନ୍ତି ଯେଉଁମାନେ ବେଦ ରଚନା କରିବା ସହ ଋଷିମାନଙ୍କ ସହ ଶାସ୍ତ୍ରର୍ଥ କରିଛନ୍ତି। ବୈଦିକ ଯୁଗରେ ନାରୀମାନଙ୍କୁ ଧର୍ମ ଏବଂ ରାଜନୀତିରେ ମଧ୍ୟ ପୁରୁଷଙ୍କ ସମାନ ସମାନତା ହାସଲ ଥିଲେ। ସେମାନେ ବେଦ ପଢିବା ସହ ପଢାଉଥିଲେ ମଧ୍ୟ। ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ମୈତ୍ରେୟୀ, ଗାର୍ଗୀ। ଋକ୍ ବେଦର ରଚନାରେ ପାଖାପାଖି ୪୧୪ ଋଷିଙ୍କ ନାମ ମିଳିଥାଏ, ଯାହା ମଧ୍ୟରେ ୩୦ ଜଣ ମହିଳା ଋଷି। କେବଳ ଏତିକି ନୁହେଁ ନାରୀମାନେ ଯୁଦ୍ଧ କଳାରେ ମଧ୍ୟ ପାରଙ୍ଗମ ହୋଇ ରାଜପାଟ ମଧ୍ୟ ସମ୍ଭାଳି ଥିଲେ। ଏହାବ୍ୟତୀତ ମହିଳାମାନେ ଆଶ୍ରମରେ ରହି ଆଶ୍ରମର କାମ, କାର୍ଯ୍ୟ ଦାୟିତ୍ୱ ମଧ୍ୟ ତୁଲାଇଥିଲେ।
ମହାଭାରତ ଯୁଦ୍ଧ ପରେ ନାରୀଙ୍କ ପତନ ଘଟିବା ଆରମ୍ଭ ହୋଇଥିଲା। ଏହି ଯୁଦ୍ଧ ପରେ ସମାଜ ବିଖରିତ ହୋଇଯାଇଥିଲା। ରାଷ୍ଟ୍ର ରାଜନୀତିକ ଶୂନ୍ୟ ହୋଇଯାଇଥିଲା ଏବଂ ଧର୍ଢ଼ର ପତନ ମଧ୍ୟ ହୋଇଥିଲା। ଯୁଦ୍ଧରେ ମୃତ୍ୟୁ ହୋଇଯାଇଥିବା ପୁରୁଷଙ୍କ ସ୍ତ୍ରୀମାନେ ବିଧବା ହୋଇ ଖରାପ ସମୟରେ ଫସି ଯାଇଥିଲେ। ବୈଦିକ ବ୍ୟବସ୍ଥା ଶୂନ୍ୟ ହୋଇଗଲା ଏବଂ ସେହି ସ୍ଥାନରେ ରାଜା ଏବଂ ପୁରୋହିତଙ୍କ ଦ୍ୱାରା ନିର୍ମିତ ସାମାଜିକ ନିୟମ ମହତ୍ୱପୂର୍ଣ୍ଣ ହୋଇଥିଲା। ବୈଦିକ ଯୁଗ ପରେ ମଧ୍ୟ ମଧ୍ୟକାଳରେ ନାରୀଙ୍କ ପରିସ୍ଥିତି ଆହୁରି ଖରାପ ହୋଇଯାଇଥିଲା। ଏହାର କାରଣ ପ୍ରତ୍ୟେକ କ୍ଷେତ୍ରରେ ପୁରୁଷ ଏବଂ ପୁରୁଷଙ୍କ ମାନସିକତା ଭାରି ହେବା। ଏଥିରେ କୁଣି କୁହାଯାଇଥିଲା ନାରୀ କେବେ ଗୁରୁ ହେବା ଉଚିତ ଏବଂ ନା ହିଁ କାହାକୁ ଗୁରୁ କରିବା ଉଚିତ। ଏହା ପଛରେ ଅନେକ ରହସ୍ୟ ଉଲ୍ଲେଖ କରାଯାଇଛି। କିନ୍ତୁ ବାସ୍ତବରେ କୁହାଯାଇଛି ନାରୀର ପତି ହିଁ ତାର ପ୍ରକୃତ ଗୁରୁ ହୋଇଥାଏ। ଅର୍ଥାତ ଅଗ୍ନି ସ୍ୱିଜାତିୟଙ୍କ ଗୁରୁ। ବ୍ରାହ୍ମଣ ଚାରି ବର୍ଣ୍ଣର ଗୁରୁ। ଏକମାତ୍ର ପତି ହିଁ ସ୍ତ୍ରୀଙ୍କ ଗୁରୁ ହୋଇଥାନ୍ତି।