Below header

ତୀଖ ପାହାଡ ଉପରେ ଦୁଃସାହସିକ ଭାବେ କାର୍‌ ଚଲାଇଲେ ବ୍ୟକ୍ତି, ଭିଡିଓ ଦେଖି ଲୋକେ ତାଜୁବ୍‌

କ୍ୟାମେରାର କଳା ବିଷୟରେ ତ ଆପଣ ଜାଣିଥିବେ। କିଛି ଲୋକ ଦୃଶ୍ୟକୁ ନିଜ କ୍ୟାମେରାରେ କଏଦ କରନ୍ତି ତ ଆଉ କିଛି ଲୋକ କ୍ୟାମେରା ସାହାଯ୍ୟରେ ଏମିତି କିଛି ଅସମ୍ଭବକୁ ସମ୍ଭବ କରିଦିଅନ୍ତି ଯେ ଯାହାକୁ ଦେଖିବା ପରେ ଆପଣଙ୍କୁ ମୁହଁ ଖୋଲା ହିଁ ଖୋଲା ରହିଯିବ। ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି।

ଯାହାକୁ ଦେଖିବା ପରେ ଆପଣ ଭାବିବା ପାଇଁ ବାଧ୍ୟ ହୋଇଯିବେ। ଭିଡିଓ ଦେଖି ଆପଣ ବି ଚିନ୍ତାରେ ପଡିଯିବେ କେମିତି ଛିଡା ହୋଇଥିବା ପାହାଡରେ ସିଧା ସିଧା ଚାଲୁଛି।

ଏହି ଭିଡିଓରେ ଅନେକ ରିଆକସନ୍‌ ମିଳୁଛି। ଯେଉଁଠି କିଛି ଲୋକ ଏହାକୁ ସତ ମାନୁଛନ୍ତି ତ ଆଉ କେହି ଏହାକୁ କେବଳ କ୍ୟାମେରାର କମାଲ ବୋଲି କହୁଛନ୍ତି। ଏହି ୧୪ ସେକେଣ୍ଡର ଭିଡିଓକୁ ହର୍ଷ ଗୋୟନକା ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛନ୍ତି।

ସେ କ୍ୟାପସନରେ ମଜାଳିଆ ଢ଼ଙ୍ଗରେ ଲେଖିଛନ୍ତି, ‘ଯେତେବେଳେ ଆପଣଙ୍କ ପାଖରେ ଭଲ କ୍ୱାଲିଟୀର ଟାୟାର ଥିବ’। ଏହାକୁ ପୋଷ୍ଟ କରିବାର ମାତ୍ର କିଛି ସମୟ ଭିତରେ ଭିଡିଓଟି ଖୁବ୍‌ ଭାଇରାଲ ହୋଇଗଲା। ଆପଣ ବି ଥରେ ଦେଖନ୍ତୁ ଏ ଦୁଃଶାହସିକ ଭିଡିଓ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.