Below header

ଚାଣକ୍ୟ ନୀତି : ଏମିତି ପରିସ୍ଥିତିରେ ବ୍ୟକ୍ତିକୁ ସାପ ପରି ବ୍ୟବହାର କରିବା ଦରକାର, ତେବେ ଯାଇ ଅସୁବିଧାରୁ ମୁକୁଳି ପାରିବେ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ ସଫଳ ଜୀବନ ପାଇଁ କେତେକ ନୀତି କହିଛନ୍ତି । ଏହି ନୀତି ଗୁଡିକ ଭିତରୁ କେତେ ନୀତି ଵା ବିଚାର ଆପଣଙ୍କୁ କଠୋର ଲାଗିପାରେ କିନ୍ତୁ ଏହି କଠୋରତା ହିଁ ଜୀବନର ସତ୍ୟ ଅଟେ । ବ୍ୟସ୍ତ ବହୁଳ ଜୀବନରେ ଆପଣ ଏହି ବିଚାରଗୁଡିକୁ ଅଣଦେଖା କରିଦେଇ ପାରନ୍ତି କିନ୍ତୁ ଏହା ଜୀବନର ପ୍ରତିଟି ଘଡ଼ିସନ୍ଧି ମୁହୁର୍ତ୍ତରେ ଆପଣଙ୍କୁ ସାହାଯ୍ୟ କରିଥାଏ ।

ସାପ ବିଷାକ୍ତ ନହେଲେ ମଧ୍ୟ ଫଁ ଫଁ ସ୍ୱଭାବ ଛାଡି ନଥାଏ । ସେହିପରି ଦୁର୍ବଳ ବ୍ୟକ୍ତିକୁ ସର୍ବଦା ନିଜର ଦୁର୍ବଳତା ପ୍ରକାଶ କରିବା ଉଚିତ ନୁହେଁ । କାରଣ ଅନ୍ୟମାନେ ସେହି ଦୁର୍ବଳାତାର ଫାଇଦା ନେଇପାରନ୍ତି । ତେଣୁ ଅସୁବିଧାରୁ ବାହାରିବାକୁ ହେଲେ ସାପ ପରି ଫଁ ହେବା ଦରକାର । ତେଣୁ ଚାଣକ୍ୟ ମନୁଷ୍ୟକୁ ଆବଶ୍ୟକ ହେଲେ ସାପ ପରି ହେବାକୁ ପରାମର୍ଶ ଦେଇଛନ୍ତି ।

ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଜଣେ ସଫଳ ବ୍ୟକ୍ତିକୁ କେବେ ବି ନିଜର ଦୁର୍ବଳତା ସମ୍ପର୍କରେ ଅନ୍ୟକୁ ଜଣାଇବା କଥା ନୁହେଁ । କାରଣ ବାରମ୍ବାର ନିଜର ଦୁର୍ବଳତା ସମ୍ପର୍କରେ ଅନ୍ୟକୁ କହିବା ଦ୍ୱାରା ସେ ଆପଣଙ୍କ ଦୁର୍ବଳତାର ଫାଇଦା ଉଠାଇଥାଏ ।

ଚାଣକ୍ୟ କୁହନ୍ତି, ସାପର ବିଷ କାଢ଼ିଦେଲେ ମଧ୍ୟ ସେ ତା’ର ଫୁତ୍କାର ଛାଡି ନଥାଏ । ତା’ର ସେହି ବ୍ୟବହାର ଯୋଗୁ ଶତ୍ରୁ ତା’ ଉପରେ ଆଘାତ କରିବା ପୂର୍ବରୁ ଦୁଇଥର ଚିନ୍ତା କରେ । ତେଣୁ ବ୍ୟକ୍ତି ଦୁର୍ବଳ ଥିଲେ ମଧ୍ୟ ସେହି କଥା ଅନ୍ୟକୁ ଜାଣିବାକୁ ଦେବା ଉଚିତ ନୁହେଁ । ଅନ୍ୟ ଆଗରେ ଶକ୍ତିଶାଳୀ ବୋଲି ନିଜକୁ ପ୍ରଦର୍ଶନ କଲେ ବିରୋଧୀ ଆପଣଙ୍କର କ୍ଷତି କରିପାରିବେ ନାହିଁ ।

ଯେତେବେଳେ ଅସୁବିଧା ଚାରିଆଡୁ ଘେରିଯାଇଥାଏ ବ୍ୟକ୍ତି ନିଜର ହୃଦୟର କଥା ଅନ୍ୟ ଆଗରେ କହିଦେଇଥାଏ । କାରଣ ସେତେବେଳେ ସେ ନିଜ ସହ ଲଢ଼ୁଥିବାରୁ ନିଜ ଭାବନାକୁ ସମ୍ଭାଳି ପାରିନଥାଏ । ଫଳରେ ଅନ୍ୟ ଆଗରେ କହିଥାଏ । ଆପଣଙ୍କ ଏହି ଆଦତର ଫାଇଦା ଉଠାଇଥାନ୍ତି ଶତ୍ରୁ । ଏହି ପରିସ୍ଥିତିରେ ଧ୍ୟାନ ରଖନ୍ତୁ ଯେ ନିଜର ମନର କଥା କାହା ଆଗରେ ପ୍ରକାଶ କରନ୍ତୁ ନାହିଁ । ଯେଉଁ ଲୋକ ଆପଣଙ୍କ ସୁଖ ଦୁଃଖର ସାଥି ହୋଇଥାଏ । ସେପରି ପ୍ରକୃତ ମିତ୍ରକୁ ନିଜର ଦୁଃଖ କହିପାର ବୋଲି ଚାଣକ୍ୟ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.