ହାଇୱେରେ ଗାଡି ଚଲାଉଛନ୍ତି ଯଦି ନିଶ୍ଚୟ ଏକଥାକୁ ମାନନ୍ତୁ, ନଚେତ୍‌ ପରେ କହିବେ କାହିଁକି ମୁଁ ଜାଣିଲିନି !

ହାଇୱେ ଏବଂ ବାକି ରାସ୍ତା ମଧ୍ୟରେ ଗାଡି ଚଳାଇବାରେ ବହୁତ ଫରକ ରହିଛି। କାହିଁକିନା ହାଇୱେରେ ଯିବା ଭୟ ଅଧିକ ରହିଥାଏ। ଏହି କାରଣରୁ ଯେତେବେଳେ ବି ହାଇୱେ କିମ୍ବା ଏକ୍ସପ୍ରେସ୍‌ ୱେରେ କାର ଚଲାଇବେ ସେତେବେଳେ ଆପଣ ଟିକେ ଅଧିକ ସାବଧାନ ରହିବା ଜରୁରୀ। ହାଇୱେ କିମ୍ବା ଏକ୍ସପ୍ରେସ-ୱେରେ କାର ଚଲାଇବା ସମୟରେ ଆପଣଙ୍କୁ ଟ୍ରାଫିକ ନିୟମ ଏବଂ ସ୍ପିଡ୍‌ ଲିମିଟ ତ ପାଳନ କରିବାକୁ ହେବ ତାସହିତ ଆଉ ଏକ ଟ୍ରାଫିକ୍‌ ନିୟମ ରହିଛି। ଯାହାକୁ ଆପଣଙ୍କୁ ମାନିବାକୁ ପଡିବ। ଏହି ନିୟମ ହେଉଛି ନିଜ ଗାଡି ଠାରୁ ଆଗରେ ଥିବା କାର ଭିତରେ ଉଚିତ ବ୍ୟବଧାନ ରଖିବା। ଯଦି ଆପଣ ଏହି ନିୟମକୁ ପାଳନ କରୁନାହାଁନ୍ତି ତାହେଲେ ଆପଣଙ୍କର କାର ଆକ୍ସିଡେଣ୍ଟର ଭୟ ରହିବ, ହାଇୱେରେ ସବୁବେଳେ ଦେଖିବାକୁ ମିଳେ ଯେ ଗୋଟେ ଗାଡି ପଛରେ ଆଉ ଏକ ଗାଡି ଧକ୍କା ଦିଏ। ଏମିତି ଏଥିପାଇଁ ହୋଇଥାଏ କାରଣ ଅନେକ ଲୋକ ଏହି ଟ୍ରାଫିକ୍‌ ନିୟମକୁ ନ ମାନିବା। ତେବେ ଜାଣନ୍ତୁ କେମିତି ଆପଣ ଏ ନିୟମକୁ ପାଳନ କରିବେ

ପ୍ରଥମେ ଜାଣନ୍ତୁ କଣ ଏହି ୩ ସେକେଣ୍ଡ ରୁଲ୍‌ ?

୩ ସେକେଣ୍ଡର ଥମ୍ବ୍‌ ରୁଲ, ଯାହାକୁ ସବୁ କାର ଏବଂ ମୋଟରସାଇକେଲ ଚାଳକଙ୍କୁ ମାନିବା ଉଚିତ। ଏହି ନିୟମ ହାଇେଓ୍ଵ ବ୍ୟତୀତ ବାକି ରାସ୍ତାରେ ମଧ୍ୟ ଲାଗୁ ହୋଇଥାଏ। ଏହି ନିୟମର ଅର୍ଥ ହେଉଛି ଆପଣଙ୍କୁ ନିଜ ଲେନର ଠିକ ଆଗରେ ଯାଉଥିବା ଗାଡି ଠାରୁ ୩ ସେକେଣ୍ଡ ଦୂରତା ରକ୍ଷା କରିବା ଉଚିତ। ଏବେ ଏହା ଜାଣିବା ମୁସକିଲ ଯେ ଆପଣ ୩ ସେକେଣ୍ଡର ପତ୍ତା କେମିତି ଲଗାଇବେ।

ଏଥିପାଇଁ ଆଗରେ ଯାଉଥିବା ଗାଡିକୁ ଧ୍ୟାନ ଦେଇ ଦେଖନ୍ତୁ। ଏବେ ସେହି ସମୟକୁ ଅପେକ୍ଷା କରନ୍ତୁ ଯେତେବେଳେ ସେହି ଗାଡିର ସାଇଡରେ କୌଣସି ଗଛ କିମ୍ବା ସାଇନବୋର୍ଡ ଭଳି କୌଣସି ବସ୍ତୁ ଆସୁଥିବ। ଏବେ ଆପଣଙ୍କୁ ଦେଖିବାକୁ ହେବ ଯେ ସେହି ବୋର୍ଡ କିମ୍ବା ଗଛ ପର୍ଯ୍ୟନ୍ତ ପହଁଚିବା ପାଇଁ ଆପଣଙ୍କୁ କେତେ ସେକେଣ୍ଡସ ଲାଗୁଛି। ଏହି ସମୟ ପାଖାପାଖି ୩ ସେକେଣ୍ଡସର ହେବା ଆବଶ୍ୟକ।

ଏହି ନିୟମର ପାଳନ କରିବା ଦ୍ୱାରା ଏହା ସୁନିଶ୍ଚିତ ହୋଇଥାଏ ଯେ ଆପଣଙ୍କ ଗାଡି ଆଗରେ ଥିବା ଗାଡି ଠାରୁ ସୁରକ୍ଷିତ ଦୂରତାରେ ଅଛି ଏବଂ ଏମରଜେନ୍ସୀ ବ୍ରେକ ଲଗାଇବା ସମୟରେ ଆପଣଙ୍କୁ ଗାଡି ଅଟାଇବାକୁ ପର୍ଯ୍ୟାପ୍ତ ସମୟ ମିଳିଯିବ। ଯଦି ଆପଣ କୌଣସି ବଡ SUV ଚଲାଉଛନ୍ତି ତାହେଲେ ଯଥେଷ୍ଟ ଦୂରତା ରକ୍ଷା କରିବାକୁ ହେଲେ ଆପଣଙ୍କୁ ୫ ସେକେଣ୍ଡର ଦୂରତା ନିୟମର ପାଳନ କରିବାକୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.