ଚାଣକ୍ୟ ନୀତି : ଏହି ଲୋକଙ୍କୁ ଭୁଲରେ ବି କରନ୍ତୁ ନାହଁ ସାହାଯ୍ୟ, ଓଲଟା ନିଜେ ଫସିଯାଇ ପାରନ୍ତି, ଜାଣନ୍ତୁ କାରଣ
ଚାଣକ୍ୟ ଜୀ ନିଜର ନୀତି ବଳରେ ହିଁ ନନ୍ଦ ବଂଶର ନାଶ କରିପାରିଥିଲେ । ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ମଗଧ ସମ୍ରାଟ କରିବାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ଆଚାର୍ଯ୍ୟ ଚାଣକ୍ୟଙ୍କ ପ୍ରାୟ ସବୁ ବିଷୟରେ ଗଭୀର ଜ୍ଞାନ ରହିଥିଲା । ଚାଣକ୍ୟଙ୍କ ଅନୁସାରେ ଜୀବନରେ ଯଦି ସଫଳତା ଓ ଧନ ପାଇବାକୁ ଚାହାଁନ୍ତି ତେବେ କିଛି କଥାକୁ ବିଶେଷ ଧ୍ୟାନ ଦେବା ଜରୁରୀ ।
ଅସୁବିଧାରୁ ରକ୍ଷା ପାଇବାକୁ ଚାହୁଁଥିଲେ ଭୁଲରେ କରନ୍ତୁ ନାହିଁ ଏହି କାମ
ଚାଣକ୍ୟ ନୀତି କୁହେ ଯଦି ଆପଣ ଜୀବନରେ ଅସୁବିଧାରେ ନ ପଡ଼ିବାକୁ ଚାହାଁନ୍ତି ତେବେ ଏହି ସବୁ କାମ କରିବା ଠାରୁ ଦୁରରେ ରୁହନ୍ତୁ । ଏପରି କିଛି ଲୋକଙ୍କ ଭଲ କରିବା ଠାରୁ ଦୂରରେ ରୁହନ୍ତୁ ନଚେତ ଆପଣ ବି ଅସୁବିଧାରେ ପଡ଼ିଯିବେ ।
– କେବେ ବି କିଛି ମୂର୍ଖ ବ୍ୟକ୍ତିକୁ ଉପଦେଶ ଦେବା କିମ୍ବା ଠିକ୍ ରାସ୍ତାରେ ଯିବାକୁ ପରାମର୍ଶ ଦେବା ଅନୁଚିତ୍ । ଏହି ଲୋକ ଉପରେ ଆପଣଙ୍କ କଥାର କୌଣସି ପ୍ରଭାବ ପଡ଼ିନଥାଏ । ବରଂ ଏହା ଆପଣଙ୍କୁ ଓଲଟା ହାନୀ ପହଞ୍ଚାଇପାରେ ।
– କେବେ କିଛି ଦୁଷ୍ଟ ମହିଳାଙ୍କୁ ପାଳନ ପୋଷଣ ନକରିବା ଉଚିତ୍ । ନା ଭାବନାରେ ଆସି ତାଙ୍କୁ ଘରେ ଆଶ୍ରୟ ଦେବା ଅନୁଚିତ୍ । ଏପରି ମହିଳା ଆପଣଙ୍କ ଘରର ସୁଖ,ଶାନ୍ତି ଓ ପ୍ରେମକୁ ନଷ୍ଟ କରିଦେବେ ।
– ଯେଉଁ ଲୋକ ସର୍ବଦା ଦୁଃଖୀ ରହିଥାନ୍ତି ଓ ନିଜ ଜୀବନରେ ଘଟୁଥିବା ସବୁ ଖରାପ କାମ ପାଇଁ ଭଗବାନଙ୍କୁ ଦୋଷ ଦେଇଥାନ୍ତି । ଏମିତି ଲୋକଙ୍କ ସହିତ ରୁହନ୍ତୁ ନାହିଁ କିମ୍ବା ତାଙ୍କୁ ସାହାଯ୍ୟ କରନ୍ତୁ ନାହିଁ । ଏମାନେ ଆପଣଙ୍କ ଭଲ କାମରେ ବି ଖରାପ ବାହାର କରି ଆପଣଙ୍କୁ ଦୋଷୀ କରିଥାନ୍ତି ।