ରିଲେସନସିପରେ ପାର୍ଟନର ଯଦି ଅବହେଳା କରୁଥାନ୍ତି, ହୋଇପାରେ ଏହି ୪ କାରଣ

ବେଳେ ବେଳେ ଏମିତି ହୁଏ ଯେ ପାର୍ଟନର ହଠାତ୍‌ ଅବହେଳା କରିବା ଆରମ୍ଭ କରି ଦିଅନ୍ତି ବା ଅଣଦେଖା କରିବା ଆରମ୍ଭ କରି ଦିଅନ୍ତି । ଯଦି ଆପଣଙ୍କ ପାର୍ଟନର ଏମିତି କରିବା ଆରମ୍ଭ କରି ଦିଅନ୍ତି । ତେବେ ଏହି ଅଣଦେଖାକୁ ବୁଝିବା କଷ୍ଟକର ହୋଇଥାଏ । କାରଣ ଏ ସମ୍ପର୍କରେ ପାର୍ଟନର ଆପଣଙ୍କୁ ଖୋଲି କରି କିଛି କହିନଥାଏ । ଆପଣ ଯାହାକୁ ଅତି ଭଲ ପାଉଥିବେ ଯଦି ସେ ଆପଣଙ୍କୁ ଇଗନୋର କରନ୍ତି ତେବେ ଜାଣିଯିବେ ଯେ ଏଥିରେ କିଛି କାରଣ ରହିଛି । ଆସନ୍ତୁ ଜାଣିବା ଏହି ଅଣଦେଖା ପଛର କାରଣ କ’ଣ ହୋଇପାରେ ।

କେଉଁ କଥା ପାଇଁ ଅରାଜି : ବେଳେ ବେଳେ କିଛି ଚିନ୍ତା ନକରି ମଧ୍ୟ ପାଟିରୁ ଏମିତି କଥା ବାହାରି ଯ ।ଇଥାଏ ଯାହା ପାର୍ଟନରଙ୍କୁ ବିଲକୁଲ ପସନ୍ଦ ଆସିନଥାଏ । ଏହାର କାରଣ ପାଇଁ ସେ ଆପଣଙ୍କୁ ଅଣଦେଖା କରି ତାଙ୍କର ପ୍ରତିକ୍ରିୟ ଜଣାଇଥାନ୍ତି । ବିଶେଷକରି ଝିଅମାନଙ୍କର ଅରାଜି ଏକପ୍ରକାର ଇଗ୍ନୋର ବା ଅଣଦେଖା କରିବା ହିଁ ହୋଇଥାଏ ।

ଧ୍ୟାନ ନଦେବା କାରଣରୁ : ବେଳେ ବେଳେ ପାର୍ଟନର ବହୁବାର ଅଣଦେଖା କରିଥାନ୍ତି ଯେତେବେଳେ ତାଙ୍କ ପ୍ରତି ଧ୍ୟାନ ଦିଆ ନଯାଏ । ବହୁବାର ରିଲେସନସିପ ଆସିଗଲା ପରେ ବ୍ୟକ୍ତି ନିଜର ପାର୍ଟନରଙ୍କୁ ଧ୍ୟାନ ଦେବା ଟିକେ କମ କରିଦେଇଥାନ୍ତି । ତେଣୁ ଝିଅ ନିଜ ପ୍ରତି ଆଟେନସନ ପାଇବା ପାଇଁ ନିଜ ତରଫରୁ ପାର୍ଟନରଙ୍କୁ ଅଣଦେଖା କରିବା ଆରମ୍ଭ କରିଥାଏ ।

ମି ଟାଇମ କି କାରଣ ପାଇଁ : ବହୁବାର ଦେଖାଯାଇଛି ଯେ ମୁଡ ସ୍ୱିଙ୍ଗ ପାଇ ବ୍ୟକ୍ତି ପାର୍ଟନରଙ୍କୁ ଅଣଦେଖା କରିଥାନ୍ତି । ମି ଟାଇମ ବା ନିଜର କିଛି ଏକାନ୍ତ ସମୟ ପାଇବା ପାଇଁ କିଛି କ୍ଷଣ ଏକାକୀ ରହିବା ପାଇଁ ଚାହୁଁଛନ୍ତି । ଏପରି ସ୍ଥିତିରେ କାହାକୁ ମେସେଜ ବା କଲ କରି ପାରିନଥାନ୍ତି ।

କେହି ତୃତୀୟ ବ୍ୟକ୍ତିର ପ୍ରବେଶ : ଯଦି ପାର୍ଟନର ବିନା କାରଣରେ ଲମ୍ବା ସମୟ ପର୍ଯ୍ୟନ୍ତ ଇଗନୋର ବା ଅଣଦେଖା କରନ୍ତି । ତେବେ ହୋଇପାରେ ତାଙ୍କ ଜୀବନରେ ତୃତୀୟ ବ୍ୟକ୍ତିର ପ୍ରବେଶ ହୋଇଯାଇଛି । ହୋଇପାରେ ସେ ଅନ୍ୟ କାହାକୁ ପସନ୍ଦ କରିବା ଆରମ୍ଭ କରିଦେଇଛନ୍ତି । ଆପଣଙ୍କ ଠାରେ ତାଙ୍କର ଇଣ୍ଟରେଷ୍ଟ କମିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.