Below header

ଚାଣକ୍ୟ ନୀତି : ସୂର୍ଯ୍ୟଙ୍କ ଭଳି ଚମକିଥାନ୍ତି ଏମିତି ଲୋକ, ପଛରେ ଶତ୍ରୁ ବି କରିଥାନ୍ତି ପ୍ରଶଂସା

ଚାଣକ୍ୟ ନୀତି ଅନୁସାରେ କୌଣସି ବ୍ୟକ୍ତି ନିଜକୁ ଦୁର୍ବଳ ଓ କମଜୋର ଭାବିବା ଉଚିତ ନୁହେଁ । ଭଗବାନ ପ୍ରତ୍ୟେକ ଲୋକଙ୍କୁ କିଛି ଖାସ ଗୁଣ ଦେଇ ପଠାଇଥାନ୍ତି । ବ୍ୟକ୍ତି ଯେତେବେଳେ ନିଜ ଗୁଣକୁ ଚିହ୍ନି ଯାଏ ସେ ସୂର୍ଯ୍ୟଙ୍କ ଭଳି ଚମକିଥାନ୍ତି । ଲକ୍ଷ୍ମୀଜୀ ମଧ୍ୟ ଏପରି ଲୋକଙ୍କୁ ଆଶିର୍ବାଦ ପ୍ରଦାନ କରିଥାନ୍ତି ।

ଚାଣକ୍ୟ ଅନୁସାରେ ଯେବେ ଆପଣଙ୍କ ପରିଶ୍ରମ ଓ ଲକ୍ଷ୍ୟ ଏକ ହୋଇଯାଏ ଶତ୍ରୁ ବି ଏପରି ଲୋକଙ୍କୁ ପ୍ରଶଂସା ନକରି ରହିପାରନ୍ତି ନାହିଁ । ବ୍ୟକ୍ତିକୁ ନିଜ ଜ୍ଞାନ ଓ ପରିଶ୍ରମ ଉପରେ ପୂର୍ଣ୍ଣ ବିଶ୍ୱାସ କରିବା ଦରକାର । ଯେଉଁ ଲୋକଙ୍କ ପାଖରେ ଏହି ଗୁଣ ଥାଏ, ସେ କେବେ ବି ପଛକୁ ଫେରିନାହାଁନ୍ତି । ଏହି ଲୋକ ପ୍ରତିଦିନ ସଫଳତାର ନୂଆ କାହାଣୀ ଲେଖିଥାନ୍ତି ।

ଜ୍ଞାନ ପ୍ରାପ୍ତ କରନ୍ତୁ : ଚାଣକ୍ୟ ନୀତି କୁହେ ଯେଉଁ ବ୍ୟକ୍ତି ଜ୍ଞାନ ହାସଲ କରିବାକୁ ବ୍ୟସ୍ତ ରହିଥାନ୍ତି ସେ ଗମ୍ଭୀର ରହିଥାନ୍ତି । ଏମାନଙ୍କ ଉପରେ ଜ୍ଞାନଦେବୀ ସରସ୍ୱତୀ କୃପା ସର୍ବଦା ରହିଥାଏ । ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଜ୍ଞାନ ହିଁ ସବୁ ପ୍ରକାର ଅନ୍ଧକାରକୁ ଦୂର କରିଥାଏ ।

ନିଜର କୌଶଳ ବୃଦ୍ଧି କରନ୍ତୁ : ଚାଣକ୍ୟ ନୀତି କୁହେ ଯେ ଜ୍ଞାନ ସହ ବ୍ୟକ୍ତିକୁ ନିଜର କୌଶଳରେ ବୃଦ୍ଧି କରିବା ଦରକାର । କୁଶଳ ବ୍ୟକ୍ତିକୁ ସମସ୍ତଙ୍କର ଆବଶ୍ୟକ ଥାଏ । ଯେଉଁ ଲୋକଙ୍କ ପାଖରେ କିଛି କାର୍ଯ୍ୟ କରିବାର ଖାସ କୌଶଳ ଥାଏ ସେ ବ୍ୟକ୍ତିଙ୍କୁ ଉଚ୍ଚ ପଦ ମିଳିଥାଏ ।

ସଂସ୍କାରବାନ ହେବା : ଚାଣକ୍ୟ ନୀତି କୁହେ ଜ୍ଞାନ ଓ କୁଶଳତା ସହ ବ୍ୟକ୍ତିକୁ ସଂସ୍କାରବାନ ହେବା ଆବଶ୍ୟକ । ସଂସ୍କାର ହେବା ଦ୍ୱାରା ଜ୍ଞାନ ଓ କୁଶଳତା ବହୁତ ବଢ଼ିଯାଇଥାଏ । ଏମିତି ଲୋକ ପ୍ରତ୍ୟେକ ଯାଗାରେ ସମ୍ମାନ ପାଇଥାନ୍ତି । ଏମିତି ଲୋକ ଅନ୍ୟ ପାଇଁ ଉଦାହରଣ ପାଲଟି ଯାଇଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.