ଘରେ ଯଦି ଝଗଡ଼ା ହେଉଥାଏ ତେବେ ଆପଣାନ୍ତୁ ଏହି ସରଳ ଉପାୟ, ବାସ୍ତୁ ଅନୁସାରେ କରନ୍ତୁ ଏହି କାମ

ଦୁନିଆରେ ସବୁ ଅସୁବିଧା ଗୋଟିଏ ପଟରେ ଓ ଘରୋଇ ଝଗଡ଼ା ଗୋଟିଏ ପଟରେ । ଲୋକେ ବାହାରୁ ଥକି, ହାରି ଓ ଚାପରେ ଘରୁକ ସମସ୍ୟାର ସମାଧାନ ପାଇ ଆସିଥାଏ । ଯଦି ଘରେ ଝଗଡା ଆରମ୍ଭ ହୁଏ ତେବେ ସେ ଆଉ କେଉଁ ଆଡେ ଯିବ ।ପରିବାରରେ ହେଉଥିବା ଝଗଡ଼ା ଘରେ ରହୁଥିବା ବାସ୍ତୁ ଦୋଷରୁ ହୋଇଥାଏ । ଆଜି ଆମେ ଗୃହ କଳହର କିଛି ବାସ୍ତୁ ଦୋଷ ସମ୍ପର୍କରେ କହିବୁ । ଯାହାକୁ ସଜାଡି ଦେଲେ ଆପଣଙ୍କ ଘରୁ କଳହ ସମାପ୍ତ ହୋଇଯିବ ।

ସାମନା ସାମନୀରେ ରଖନ୍ତୁ ନାହିଁ ମୂର୍ତ୍ତି : ଘରେ ବା ଠାକୁର ଘରେ ଦେବାଦେବୀଙ୍କ ମୂର୍ତ୍ତି ସାମନା ସାମନୀ ରଖନ୍ତୁ ନାହିଁ । ଦେବାଦେବୀଙ୍କ ଗୋଟିଏରୁ ଅଧିକ ଫଟୋ ରଖନ୍ତୁ ନାହିଁ । ଏମିତି କରିବା ଦ୍ୱାରା ଘରେ ଝଗଡ଼ାର କାରଣ ହୋଇଥାଏ ।

ହନୁମାନଜୀଙ୍କ ଆଗରେ ୫ମୁଖୀ ଦୀପ ଜଳାନ୍ତୁ : ବାସ୍ତୁ ଅନୁସାରେ ମଙ୍ଗଳବାର ଦିନ ହନୁମାନଜୀଙ୍କ ଆଗରେ ୫ମୁଖୀ ଦୀପ ଜଳାଇବା ଦ୍ୱାରା ଘରେ ସକରାତ୍ମକ ଶକ୍ତି ଉତ୍ପନ୍ନ ହୁଏ । ଏହାସହ ଘରେ ଅଷ୍ଟ ଗନ୍ଧ ଧୂପ ଜଳାଇବା ଦ୍ୱାରା ସୁଖ ଶାନ୍ତି ଆସିଥାଏ ।

ଖରାପ ବିଜୁଳି ଉପକରଣ ରଖନ୍ତୁ ନାହିଁ : ବାସ୍ତୁ ଅନୁସାରେ ଘରେ ଲୋକେ ଫ୍ୟୁଜ ବଲ ରଖିବା ଅଶୁଭ ହୋଇଥାଏ । ଏହା ସହ ଘରର କୋଣ ଅନ୍ଧାର ହେବା ମଧ୍ୟ ଖରାପ କୁହାଯାଇଥାଏ । ବିଜୁଳିର ଖରାପ ଜିନିଷ ରଖିଲେ ଘରେ ଝଗଡା ବଢ଼ିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.