ଏହା ହେଉଛି ସ୍ୱାର୍ଥପର ଓ ଧୋକ୍କାବାଜ ସ୍ତ୍ରୀଙ୍କ ପରିଚୟ, ଆପଣ ବି ପରଖି ନିଅନ୍ତୁ ଥରେ

ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ବୈବାହିକ ଜୀବନ ବା ପ୍ରେମ ସୁଖ, ଆପଣଙ୍କ ପାର୍ଟନରଙ୍କ ବ୍ୟକ୍ତିତ୍ୱ ଉପରେ ନିର୍ଭର କରିଥାଏ । ଜଣେ ଭଲ ପାର୍ଟନର ଆପଣଙ୍କୁ ବହୁ ଉଚ୍ଚକୁ ନେଇ ଯାଇପାରେ । ସେହିପରି ଜଣେ ଖରାପ ପାର୍ଟନର ଆପଣଙ୍କ ସହ ଆପଣଙ୍କ ବଂଶକୁ ମଧ୍ୟ ବିନାଶ ଆଡକୁ ନେଇଯାଇପାରେ । ସୁଲକ୍ଷଣା ସ୍ତ୍ରୀ ବା ବିଶ୍ୱାସୀ ସ୍ୱାମୀ ସମସ୍ତଙ୍କ ଭାଗ୍ୟରେ ନଥାନ୍ତି । ଚାଣକ୍ୟ ପ୍ରେମ ଓ ବୈବାହିକ ଜୀବନରେ ଏମିତି ଧୋକ୍କାବାଜ ସମ୍ପର୍କରେ କିଛି ପରିଚୟ ଦେଇଛନ୍ତି । ଆସନ୍ତୁ ଜାଣିବା କ’ଣ ତାହା ।

ତ୍ୟାଗ :

ପ୍ରେମ ବା ପତି-ପତ୍ନୀଙ୍କ ସମ୍ପର୍କରେ ପ୍ରେମ ସହିତ ତ୍ୟାଗ ଭାବନା ସବୁଠୁ ଅଧିକ ଗୁରୁତ୍ୱ ବହନ କରିଥାଏ । ଯଦି ଆପଣଙ୍କ ପତି ବା ପତ୍ନୀଙ୍କ ମଧ୍ୟରେ ଏହି ଭାବନା ନାହିଁ,ତେବେ ସେ ପତି ହୁଅନ୍ତୁ ବା ପତ୍ନୀ କେବେ ବି ଧୋକ୍କା ଦେଇ ପାରନ୍ତି । ତ୍ୟାଗ ଉଭୟଙ୍କ ପକ୍ଷରୁ ହେବା ଦରକାର । ଆବଶ୍ୟକ ଓ ସମୟାନୁସାରେ ପତି-ପତ୍ନୀଙ୍କୁ ତ୍ୟାଗ କରିବାକୁ ପଡିଥାଏ । ଉଭୟଙ୍କ ମଧ୍ୟରେ ଯିଏ ଏହା କରେନାହିଁ , ସେ ବିଶ୍ୱାସ ଯୋଗ୍ୟ ନୁହଁନ୍ତି ।

ଚରିତ୍ର ଓ ସ୍ୱଭାବ :

ଜଣେ ମହିଳାଙ୍କ ପରିଚୟ ତାଙ୍କର ଚରିତ୍ର ଓ ସ୍ୱଭାବରୁ ଜଣାପଡିଥାଏ । ଯଦି ଆପଣଙ୍କୁ ଲାଗେ ଯେ ଆପଣଙ୍କ ପାର୍ଟନରଙ୍କ ଚରିତ୍ର ଓ ସ୍ୱଭାବ ଠିକ୍‌ ନାହିଁ,ତେବେ ଏମିତି ମହିଳାଙ୍କ ଠାରୁ ଶୀଘ୍ର ଦୂରେଇ ଯିବା ଉଚିତ୍‌ । ଏମିତି ମହିଳା ସାପ ସଦୃଶ ଯିଏ କେବେ ବି ପେଡିରୁ ବାହାରି ଦଂଶନ କରିପାରିବେ ।

ଗୁଣ :

ତ୍ୟାଗ,ଚରିତ୍ର ଓ ସ୍ୱଭାବ ଛଡା,ବ୍ୟକ୍ତିଙ୍କ ଗୁଣ ବି କୌଣସି ସମ୍ପର୍କରେ ବହୁତ ଗୁରୁତ୍ୱ ବହନ କରିଥାଏ । ଚାଣକ୍ୟ କୁହନ୍ତି ଯେ ଜଣେ ସ୍ତ୍ରୀର ଗୁଣ ହିଁ ପରିବାର ଓ ସମାଜ ଗଠନରେ ମୁଖ୍ୟ ଭୂମିକା ବହନ କରିଥାଏ । ସଦଗୁଣ ବାଲି ସ୍ତ୍ରୀ ପତି ଓ ପରିବାର ପାଇଁ ସୌଭାଗ୍ୟଶାଳୀ ହୋଇଥିବା ବେଳେ ଅବଗୁଣ ପୂର୍ଣ୍ଣ ସ୍ତ୍ରୀ ପରିବାର ଓ ସମାଜର ନାଶ କରିଥାଏ ।

ସ୍ୱାର୍ଥ :

ଜଣେ ସ୍ୱାର୍ଥୀ ସ୍ତ୍ରୀ କେବେ ବି ଭଲ ପତ୍ନୀ ବା ମା’ ହୋଇପାରନ୍ତି ନାହିଁ । ତ୍ୟାଗ ଭାବ ହିଁ ମହିଳାଙ୍କୁ ପୁରୁଷଙ୍କ ଠାରୁ ଅଧିକ ବିଶ୍ୱାସୀ ବନାଇ ଥାଏ । ଯେଉଁ ସ୍ତ୍ରୀ କେବଳ ନିଜ ସମ୍ପର୍କରେ ଚିନ୍ତା କରେ,ସେ କେବେ ବି ଧୋକ୍କା ଦେଇପାରନ୍ତି । ସେଇଥିପାଇଁ ଚାଣକ୍ୟ କହିଛନ୍ତି ଦୁଷ୍ଟ ପତ୍ନୀ, ମିଛୁଆ ମିତ୍ର, ଧୃତ ସେବକ ଓ ସର୍ପ ଏହି ଚାରିଙ୍କ ଉପରେ କେବେ ବି ଦୟା କରିବା କଥା ନୁହେଁ । ନିଜ ସ୍ୱାର୍ଥ ପାଇଁ ସେ କିଛି ବି କରିପାରନ୍ତି । ଏମାନେ ଆପଣଙ୍କ ଜୀବନ ପାଇଁ କେବେ ବି ବିପଦ ହୋଇପାରନ୍ତି । ଏମିତି ଲୋକଙ୍କ ସହ ରହିବା ମୃତ୍ୟୁକୁ ଗଳାରେ ଲଗାଇବା ସହ ସମାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.