Below header

ଗରିବଙ୍କ ମାଷ୍ଟର ସୈଫ୍‌ : ନିଜର ବୟସ ଭୁଲି ଅସହାୟ ଏବଂ ଗରିବଙ୍କ ପାଇଁ ରାନ୍ଧୁଛନ୍ତି ୯୦ ବର୍ଷୀୟ ବୃଦ୍ଧ

ଚେହେରାରେ ଅନେକ ଭାଙ୍ଗ। ମୁଣ୍ଡ ଏବଂ ଆଇବ୍ରୋ ଚୁଟି ଧଳା ହୋଇଗଲାଣି। ଆଖିରେ ଚଷମା। କିନ୍ତୁ ଭୁଲିନାହାନ୍ତି ନିଜର କାର୍ଯ୍ୟ। ୯୦ ବର୍ଷୀୟ ଡିନୋ ଇମ୍ପାଗଲିଜୋ। ଯାହାଙ୍କୁ ଦୁନିଆ ‘ଗରିବଙ୍କ ମାଷ୍ଟର ସୈଫ୍‌’ ବୋଲି କହିଥାଏ। ଏହି ବୟସରେ ଅଧିକାଂଶ ଲୋକ ଖଟରେ ପଡିରୁହନ୍ତି। କିନ୍ତୁ ଏହି ବୟସରେ ଡିନୋ ରୋଷେଇ ଘରେ ଖାଦ୍ୟ ରାନ୍ଧୁଛନ୍ତି। ଏହାର କାରଣ ଗରିବ ଏବଂ ଅସହାୟ ଲୋକଙ୍କ ପେଟ ଭରିବା ତାଙ୍କ ଲକ୍ଷ୍ୟ।

ChefForPoorPeople

ବୃଦ୍ଧ ଜଣକ ଗତ ୧୫ ବର୍ଷ ଧରି ପ୍ରତିଦିନ ହଜାରେରୁ ଅଧିକ ଗରିବ ଲୋକଙ୍କୁ ହାତରେ ରାନ୍ଧି ଖୁଆଉଛନ୍ତି। ତାଙ୍କୁ ଏଥିରେ ସହାୟତା କରିବା ପାଇଁ ୩୦୦ ଜଣିଆ ଏକ ଟିମ୍ ରହିଛି। ରାଜଧାନୀ ରୋମରେ ବାସ କରୁଥିବା ଡିନୋ ଏଥିଲାଗି ଏକ କିଚେନ୍ ମଧ୍ୟ ତିଆରି କରିଛନ୍ତି। ଡିନୋ ଏବଂ ତାଙ୍କ ଟିମ୍ ସପ୍ତାହରେ ୪ ଦିନ ବିଭିନ୍ନ ଫୁଡ୍ ବଜାର ଏବଂ ବେକେରିରୁ ଅନୁଦାନ ସଂଗ୍ରହ କରିଥାନ୍ତି। ସଂଗୃହୀତ ଅନୁଦାନରେ ଗରିବଙ୍କ ପାଇଁ ଖାଦ୍ୟ ରନ୍ଧାଯାଇଥାଏ। ଡିନୋଙ୍କ ଏଭଳି କାର୍ଯ୍ୟକୁ ରାଷ୍ଟ୍ରପତି ସର୍ଜିୟୋ ମଟାରେଲା ପ୍ରଶଂସା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.