ପ୍ରଥମ ଭୁବନେଶ୍ୱର ମିଡିଆ ବ୍ୟାଡ୍‌ମିଣ୍ଟନ୍‌ କପ୍‌, ଲେଲିନ ଓ ଲିଙ୍ଗରାଜଙ୍କ ଯୋଡ଼ି ଚାମ୍ପିଅନ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଭୁବନେଶ୍ୱର ଜିଲ୍ଲା ବ୍ୟାଡ଼ମିଂଟନ ସଂଘ ପକ୍ଷରୁ ଆୟୋଜିତ ପ୍ରଥମ ଭୁବନେଶ୍ୱର ମିଡ଼ିଆ ବ୍ୟାଡ଼ମିଂଟନ କପରେ ଲେଲିନ ମଲ୍ଲିକ ଓ ଲିଙ୍ଗରାଜ ଲେଙ୍କାଙ୍କ ଯୋଡ଼ି ଚାମ୍ପିଅନ ହୋଇଛନ୍ତି । ଫାଇନାଲ ମ୍ୟାଚରେ ଏହି ଯୋଡ଼ି ୨-୦ ସେଟରେ ସି.ଏସ ବାବୁ ଓ ପି.କେ ପାତ୍ରଙ୍କୁ ପରାସ୍ତ କରିଥିଲେ ।

media bat mintonସ୍ଥାନୀୟ ୟୁନିଟ୍‌-୧ ସ୍ଥିତ ଇନଣ୍ଡୋର ହଲରେ ମିଡ଼ିଆ ବ୍ୟାଡ଼ମିଂଟନ କପ ଅନୁଷ୍ଠିତ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ବିଭିନ୍ନ ଗଣମାଧ୍ୟମର ୪୨ ଜଣ ସାମ୍ବାଦିକ ଅଂଶଗ୍ରହଣ କରିଥିଲେ । ବରିଷ୍ଠ ସାମ୍ବାଦିକ କେ.ରବି ଓ ମନୋରଂଜନ ମିଶ୍ର ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ୨୧ ଯୋଡ଼ିଙ୍କ ମଧ୍ୟରେ ପ୍ରି କ୍ୱାର୍ଟର, କ୍ୱାର୍ଟର, ସେମିଫାଇନାଲ ଓ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ମିଡ଼ିଆ କପର ସେମିଫାଇନାଲରେ ଲେଲିନ ଓ ଲିଙ୍ଗରାଜଙ୍କ ଯୋଡ଼ି ବି.କେ ସାହୁ ଓ ସି.କେ ନାୟକଙ୍କୁ ପରାସ୍ତ କରିଥିବା ବେଳେ ସି.ଏସ ଦାସ ଓ ନିର୍ଦ୍ଦେଶ କୁମାରଙ୍କୁ ପରାସ୍ତ କରି ସି.ଏସ ବାବୁ ଓ ପି.କେ ପାତ୍ରଙ୍କ ଯୋଡ଼ି ଫାଇନାଲକୁ ଯାଇଥିଲେ ।

lelinଚାମ୍ପିଅନ ଓ ରନର୍ସଅପ ଟିମକୁ ଟ୍ରଫି ପ୍ରଦାନ କରାଯିବା ସହ ମ୍ୟାଚରେ ଅଂଶଗ୍ରହଣ କରିଥିବା ସମସ୍ତ ଖେଳାଳିଙ୍କୁ ସ୍ମାରକୀ ପ୍ରଦାନ କରାଯାଇଥିଲା । ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଭକ୍ତ ତ୍ରିପାଠୀ, ଭୁବନେଶ୍ୱର ଜିଲ୍ଲା ବ୍ୟାଡ଼ମିଂଟନ ସଂଘର ସଭାପତି ଚଣ୍ଡୀ ପ୍ରସାଦ ଦାସ, ସମ୍ପାଦକ ସନ୍ତୋଷ ଚୌଧୁରୀ, ବିବେକାନନ୍ଦ ମିଶ୍ର ଓ ବିକ୍ରମ କେଶରୀ ମହାନ୍ତି ଉପସ୍ଥିତ ଥିଲେ ।
ମନୋଜ କୁମାର, ରଶ୍ମୀକାନ୍ତ ଭୂୟାଁ, ଡି ଶୁଭକାନ୍ତ ମହାନ୍ତି, ନଇମୁଦ୍ଦିନ୍‌ ଖାନ, ଜ୍ଞାନ ଚାନ୍ଦ, ଅଜିତ ମହାନ୍ତି ଓ ରଶ୍ମୀ ମ୍ୟାଚ ପରିଚାଳନା କରିଥିଲେ । ଅନୁଷ୍ଠାନର ଉପସଭାପତି ଶକ୍ତିରଂଜନ ସ୍ୱାଇଁ, ଯୁଗ୍ମ ସମ୍ପାଦକ ଦୀପ୍ତି ପ୍ରକାଶ ସୁବୁଦ୍ଧି, କୋଷାଧ୍ୟକ୍ଷ ଶ୍ରୀମନ୍ତ ମିଶ୍ର, ସତୀର୍ଥ ନାୟକ ଓ ପୃଥ୍ୱୀବଲ୍ଲଭ ପଟ୍ଟନାୟକ ପ୍ରମୁଖ ମିଡ଼ିଆ କପ ପରିଚାଳନାରେ ସହଯୋଗ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.