ନୂଆପଡା : ଅଣ୍ଡା ବଦଳରେ କୁକୁଡା ଜନ୍ମକଲା ଛୁଆ, ଲୋକେ ଦେଖି ହେଲେ ଆଶ୍ଚର୍ଯ୍ୟ

‘ପ୍ରଥମେ ଅଣ୍ଡା ଆସିଥିଲା କି କୁକୁଡା’ ଏହି ପ୍ରଚଳିତ କଥା ଆପଣ ନିଶ୍ଚିତ ଶୁଣିଥିବେ କିନ୍ତୁ କେବେ ଆପଣ ଶୁଣିଛନ୍ତି କି, କୁକଡା ଅଣ୍ଡା ନୁହେଁ ବରଂ ଛୁଆ ଜନ୍ମ ଦେଇଛି। ଏପରି ଏକ ଘଟଣା ଓଡିଶାର ନୂଆପଡା ଜିଲ୍ଲାରେ ଘଟିଛି।

ସୂଚନାଯୋଗ୍ୟ, ନୂଆପଡା ଜିଲ୍ଲା ଇଚ୍ଛାପୁର ଗାଁ ଅମ୍ବିକା ମାଝୀଙ୍କ ଘରେ ଏକ କୁକୁଡା ଛୁଆକୁ ଜନ୍ମ ଦେଇଛି। କିନ୍ତୁ ଏହି ଛୁଆ ଜନ୍ମ ହେବାର ମାତ୍ର ୧୦ ମିନିଟ୍‌ ପରେ ମରିଯାଇଥିଲା। କୁକୁଡା ଏକ ସ୍ଥାନରେ ନଅଟି ଅଣ୍ଡା ଦେଇଥିଲା, ଯାହା ଉପରେ ସେ ବସି ରହିଥିଲା। କିଛି ସମୟ ପରେ କୁକୁଡାଟି ଅନ୍ୟ ଜାଗାରେ ବସି ଯାଇଥିଲା। ତା’ ପରେ କୁକୁଡା ଛୁଆଟି ଜନ୍ମ ଦେଇଥିଲା। ଲୋକମାନେ କୁକୁଡା ନିକଟକୁ ଯାଇ ଦେଖିଥିଲେ କୌଣସି ଅଣ୍ଡା ଫାଟିନଥିବା ବେଳେ ଛୁଆଟି କେମିତି ଆସିଲା, ତାହା ଜାଣି ଆଶ୍ଚର୍ଯ୍ୟ ହୋଇଥିଲେ।

egg

ଏହି ଘଟଣାକୁ ନେଇ ନୂଆପଡା ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ ଡା. ତ୍ରିଲୋଚନ ଧଳ କହିଛନ୍ତି, ମୁଁ ମୋ ଜୀବନରେ ପ୍ରଥମ ଥର ପାଇଁ ଏପରି ଘଟଣା ଦେଖିଲି। କିନ୍ତୁ ସମ୍ଭବତଃ କୁକୁଡାର ପ୍ରଜନନ ତନ୍ତ୍ରରୁ ଅଣ୍ଡା ବାହାରକୁ ଆସିବା ପୂର୍ବରୁ ବିକଶିତ ହୋଇଯାଇଥିଲା ତେଣୁ ଛୁଆକୁ ଜନ୍ମ ଦେଇଥିଲା। କୁକୁଡା ଠାରୁ ଅଣ୍ଡା ବାହାରକୁ ଆସିବାର ୨୧ ଦିନ ପର୍ଯ୍ୟନ୍ତ ଉଷୁମ ଦେଇଥାଏ, ତା’ ପରେ ଛୁଆ ଜନ୍ମ ହୋଇଥାଏ।

chicken

ସୂଚନାଯୋଗ୍ୟ, ଏହା ପୂର୍ବରୁ ୨୦୧୮ରେ କେରଳର ବାୟନାଡ ଏବଂ ୨୦୧୨ରେ ଶ୍ରୀଲଙ୍କାରେ ଏପରି ଘଟଣା ସାମ୍ନାକୁ ଆସିଥିଲା। କିନ୍ତୁ ଏହିସବୁ ପରିସ୍ଥିତିରେ କୁକୁଡା ଛୁଆର ମୃତ୍ୟୁ ଘଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.