Below header

ଚାଇନାରେ ମହିଳା ନୁହେଁ ବରଂ ଜଣେ ପୁରୁଷ କରିଥାନ୍ତି ଲିପଷ୍ଟିକ୍ ଟେଷ୍ଟିଙ୍ଗ, ଯାହାଙ୍କୁ ଲୋକେ କୁହନ୍ତି ଲିପଷ୍ଟିକ୍ କିଙ୍ଗ

ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ ଅନେକ ମହିଳା ମଡେଲଙ୍କୁ ଲିପଷ୍ଟିକର ପ୍ରଚାର କରୁଥିବା ଦେଖିଥିବେ । କିନ୍ତୁ ଚାଇନାରେ ଏହାର ଦାୟିତ୍ତ୍ୱ ଜଣେ ପୁରୁଷଙ୍କୁ ଦିଆଯାଇଛି । ଲାଇ ଚାଇକି ନାମକ ଜଣେ ଯୁବକ ଦୁନିଆର ସବୁଠାରୁ ମହଙ୍ଗା ଲିପଷ୍ଟିକକୁ ବିଖ୍ୟାତ କରାଇବା ପାଇଁ କାର୍ଯ୍ୟ କରୁଛନ୍ତି । କେବଳ ସେତିକି ନୁହେଁ ଲିପଷ୍ଟିକର ମଡେଲିଂ କରି ସେ ବହୁ ଲୋକପ୍ରିୟତା ମଧ୍ୟ ହାସଲ କରିଛନ୍ତି ।

ଚାଇନାରେ ‘ଲିପିଷ୍ଟିକ୍ କିଙ୍ଗ’ର କାମ କ’ଣ?

ନିଜ କାମରେ ଦକ୍ଷ ହୋଇଥିବା ହେତୁ ଲାଇ ଚାଇକି ‘ଲିପଷ୍ଟିକ୍ କିଙ୍ଗ୍’ ବା ‘ଆଇରନ୍ ଲିପ୍ସ’ ଭାବରେ ପରିଚିତ । ତାଙ୍କର କାମ ହେଉଛି ବିଶ୍ଵର ଦାମୀ ବ୍ରାଣ୍ଡର ଲିପଷ୍ଟିକକୁ ପରୀକ୍ଷା କରି ତାକୁ ପ୍ରସିଦ୍ଧ କରାଇଵା । ଏହି କାମ ପାଇଁ ସୋସିଆଲ ମିଡିଆରେ ତାଙ୍କର ବହୁତ ଲୋକପ୍ରିୟତା ରହିଛି । ଟିକ୍ ଟକ୍ ହେଉ କିମ୍ବା ଅନ୍ୟାନ୍ୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମ, ବହୁତ ସଂଖ୍ୟକ ସୋସିଆଲ୍ ମିଡିଆ ବ୍ୟବହାରକାରୀ ଅଛନ୍ତି ଯେଉଁମାନେ ଲାଇଙ୍କୁ ପସନ୍ଦ କରନ୍ତି । ଲାଇ ଯେଉଁ ଲିପଷ୍ଟିକକୁ ପସନ୍ଦ କରି ତା ଉପରେ ମୋହର ଲଗାନ୍ତି ତାପରେ ତାର ଲୋକପ୍ରିୟତା ବଢି ଯାଇଥାଏ । ଲିପଷ୍ଟିକ୍ ପ୍ରସ୍ତୁତକାରି କମ୍ପାନୀ ମାନଙ୍କର କହିବା ଅନୁଯାୟୀ ଏହାଦ୍ୱାରା ତାଙ୍କୁ ପ୍ରଡକ୍ଟ ପ୍ରସ୍ତୁତ କରିବାରେ ସାହାଯ୍ୟ ମିଳିଥାଏ ।

China: Male Model Of Lipstick Becomes King Of Lipstick | चीन ...

ଚାଇନାରେ ମେକଅପ୍ କ୍ଷେତ୍ର କେବଳ ମହିଳାମାନଙ୍କ ପାଇଁ । ଏଥିରେ କୌଣସି ପୁରୁଷ ନିଜର କ୍ୟାରିୟର ଗଢିବା ନିଶ୍ଚିତ ଭାବେ ନିଜର କ୍ଷତି କରିବା ଭଳି ହୋଇଥାଏ । ତେବେ ଯେତେବେଳେ ଲାଇ ତାଙ୍କ କ୍ୟାରିଅର୍ ଆରମ୍ଭ କଲେ, ଲୋକମାନେ ତାଙ୍କ ନିଷ୍ପତ୍ତିକୁ ଥଟ୍ଟା କରିଥିଲେ । ଲୋକମାନେ କହିଥିଲେ ଯେ ଲାଇ ମହିଳାମାନଙ୍କୁ ଲିପଷ୍ଟିକ୍ ପ୍ରତି ଆକର୍ଷିତ କରିପାରିବେ ନାହିଁ । କିନ୍ତୁ ସେ ଲୋକଙ୍କ ଅନୁମାନକୁ ଭୁଲ ପ୍ରମାଣିତ କଲେ । ବର୍ତ୍ତମାନ ତାଙ୍କର ଅନେକ କମ୍ପାନୀ ସହିତ ଚୁକ୍ତିନାମା ରହିଛି, ଯାହା ତାଙ୍କ ଆୟକୁ ବହୁଗୁଣିତ କରୁଛି । ଲିପଷ୍ଟିକ୍ ରାଜା ବେଳେବେଳେ ତାଙ୍କ ସମୟର 7-8 ଘଣ୍ଟା କେବଳ ଲାଇଭରେ ବିତାଇଥା’ନ୍ତି । ଗୋଟିଏ ସେସନରେ ସେ ଅନେକ ଲିପଷ୍ଟିକକୁ ଟେଷ୍ଟ କରିବା ପରେ ସୋସିଆଲ ମିଡିଆରେ ନିଜର ରିଭିୟୁ ଦେଇଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.