ମର୍ଯ୍ୟାଦାପୂର୍ଣ୍ଣ ‘ଖେଳରତ୍ନ’ ପୁରସ୍କାର ପାଇଁ ରୋହିତଙ୍କ ନାମ ସୁପାରିସ କଲା ବିସିସିଆଇ

ମର୍ଯ୍ୟାଦାପୂର୍ଣ୍ଣ ଖେଳରତ୍ନ ପୁରସ୍କାର ପାଇଁ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ନାମ ସୁପାରିସ କରିଛି ବିସିସିଆଇ। ବିସିସିଆଇ ପକ୍ଷରୁ ୨୦୨୦ ବର୍ଷର ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ଖେଳାଳି ତାଲିକା ପ୍ରକାଶ କରାଯାଇଛି । ଅନ୍ୟ ପକ୍ଷରେ ପେସ୍ ବୋଲର ଈଶାନ୍ତ ଶର୍ମା, ଓପନର ଶିଖର ଧାୱନ ଏବଂ ମହିଳା ଅଲରାଉଣ୍ଡର ଦୀପ୍ତି ଶର୍ମାଙ୍କୁ ‘ଅର୍ଜୁନ’ ପାଇଁ ସୁପାରିସ୍ କରାଯାଇଛି । ୧ ଜାନୁଆରୀ ୨୦୧୬ରୁ ୩୧ ଡିସେମ୍ବର ୨୦୧୯ ମଧ୍ୟରେ ଖେଳାଳିମାନଙ୍କ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ବିସିସିଆଇ ଏହି ତାଲିକା ପ୍ରସ୍ତୁତ କରିଛି ।

bcci

ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି, ବୋର୍ଡ଼ ପକ୍ଷରୁ ଖେଳାଳିମାନଙ୍କ ପ୍ରଦର୍ଶନ ବିଚାରକୁ ନିଆଯାଇ ତାଲିକା ପ୍ରସ୍ତୁତି କରାଯାଇଛି । ରୋହିତ ୨୦୧୯ରେ ଦିନିକିଆ ମ୍ୟାଚରେ ସବୁଠାରୁ ଅଧିକ ରନ କରିଥିବା ବ୍ୟାଟ୍ସମ୍ୟାନ ଭାବେ ରେକର୍ଡ କରିଛନ୍ତି। ଏହାସହିତ ଇଂଲଣ୍ଡରେ ହୋଇଥିବା ବିଶ୍ୱକପରେ ୫ଟି ଶତକ କରି ରେକର୍ଡ କରିଥିବା ବେଳେ ୫୪୮ ରନ କରିଥିଲେ। ଯାହା ଟୁର୍ନାମେଣ୍ଟର ସବୁଠାରୁ ଅଧିକ ରନ ଥିଲା। ତେଣୁ ‘ଖେଳରତ୍ନ’ ପାଇଁ ସେ ହକ୍ଦାର ଅଛନ୍ତି । ୨୦୧୫ରେ ‘ଅର୍ଜୁନ’ ପୁରସ୍କାର ପାଇଥିବା ରୋହିତ ୨୦୧୯ରେ ଆଇସିସି ଦିନିକିଆ କ୍ରିକେଟର ଅଫ୍ ଦ ଇୟର ପୁରସ୍କାର ପାଇଥିଲେ ।

rajib

ସେହିପରି ଈଶାନ୍ତ, ଧାୱନ ଓ ଦୀପ୍ତିଙ୍କୁ ‘ଅର୍ଜୁନ’ ପାଇଁ ସୁପାରିସ୍ କରାଯାଇଛି । ଈଶାନ୍ତ ଟେଷ୍ଟ ଦଳର ପେସ୍ ବିଭାଗ ସମ୍ଭାଳୁଛନ୍ତି । ଭାରତ ଦୀର୍ଘ ଦିନ ଧରି ଟେଷ୍ଟ ମାନ୍ୟତାରେ ଶୀର୍ଷରେ ରହିଛି । ଏଥିରେ ତାଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ । ଧାୱନ ନିୟମିତ ଭଲ ପ୍ରଦର୍ଶନ କରୁଥିବାବେଳେ ଆଇସିସି ଇଭେଣ୍ଟରେ ପ୍ରଭାବୀ ପ୍ରଦର୍ଶନ କରିଆସିଛନ୍ତି । ଅନ୍ୟ ପକ୍ଷରେ ମହିଳା ଦଳ ସଫଳତାରେ ଦୀପ୍ତିଙ୍କ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ରହିଛି ।’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.