Below header

ଅସୁସ୍ଥତା ସମୟରେ ପଚାରିଲେନି ପୁଅ ଝିଅ, ବିଲେଇ କୁକୁରଙ୍କ ନାଁରେ ସବୁ ସମ୍ପତ୍ତି କରିଦେଲେ ମହିଳା

ଜଣେ ବୃଦ୍ଧା ତାଙ୍କର ୨.୮ ମିଲିୟନ ଡଲାରର ସମ୍ପତ୍ତି ପୋଷା କୁକୁର ଓ ବିଲେଇଙ୍କ ନାମରେ କରିଦେଇଛନ୍ତି । ଚୀନର ସାଂଘାଇ ସହରରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ।

ସତରେ ପିତା ମାତା ବୟସର ଅପରାହ୍ନରେ ପହଞ୍ଚିବା ପରେ ପିଲାମାନଙ୍କ ପାଇଁ ଏତେ ଅଲୋଡ଼ା ହୋଇଯାଆନ୍ତି । ତାହା ଆଖିରେ ଦେଖିଲେ ମଧ୍ୟ ଆମେ ବିଶ୍ବାସ କରିପାରି ହେବନି । କିପରି ଏମିତି ବାପା ମା ପ୍ରତି ନିର୍ଦ୍ଦୟ ହୋଇପାରନ୍ତି । ଯେଉଁ ବାପା ମା ଜନ୍ମ ଦେଇ ଏଡ଼ିକିରୁ ଏତେ ବଡ଼ କରିଥାଆନ୍ତି । ଆଙ୍ଗୁଳି ଧରି ଚାଲିବା ଶିଖାଇ ଥାଆନ୍ତି । ଦୁନିଆ ବିଷୟରେ ଭଲମନ୍ଦ ଜଣାଇଥାଆନ୍ତି । ଆଜି ସେହି ବାପା ମାଙ୍କ ଅସୁସ୍ଥତା ସମୟରେ ଏ ପିଲାମାନେ କିପରି କଠୋର ହୋଇପାରନ୍ତି । ଏକଥା ଶୁଣି ଆପଣଙ୍କ ମନରେ ହୁଏତ ପ୍ରଶ୍ନ ଆସୁଥିବ କିଏ ଏପରି ନିଜ ବାପା ମା ପ୍ରତି ଏଭଳି ବ୍ୟବହାର କରିପାରିବ ।

ଆଜି ଆମେ ଆପଣଙ୍କୁ ଏମିତି ଜଣେ ମହିଳାଙ୍କ ବିଷୟରେ କହିବୁ ଯିଏ ତାଙ୍କ ପିଲାଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ଯାହା କରିଛନ୍ତି ଆପଣ ଜାଣିଲେ ଆପଣଙ୍କ ହୋସ୍‌ ଉଡ଼ିଯିବ । ମହିଳା ଜଣକ ତାଙ୍କର ସମସ୍ତ ସମ୍ପତ୍ତି ନିଜର ପୋଷା କୁକୁର ଓ ବିଲେଇ ନାମରେ କରିଦେଇଛନ୍ତି । ଚୀନର ସାଂଘାଇ ସହରରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଜଣେ ବୃଦ୍ଧା ତାଙ୍କର ୨.୮ ମିଲିୟନ ଡଲାରର ସମ୍ପତ୍ତି ପୋଷା କୁକୁର ଓ ବିଲେଇଙ୍କ ନାମରେ କରିଦେଇଛନ୍ତି ।

ତେବେ ମହିଳା ଜଣକ କହିଛନ୍ତି ଯେ ଯେତେବେଳେ ସେ ଅସୁସ୍ଥ ଥିଲେ ସେତେବେଳେ ତାଙ୍କ ପୁଅ-ଝିଅ ତାଙ୍କ କଥା ବୁଝିନଥିଲେ । ତାଙ୍କର କୌଣସି ଯତ୍ନ ନେଇ ନଥିଲେ ଯାହାଫଳରେ ସେ ରାଗିଯାଇ ଏପରି ନିଷ୍ପତି ନେବାକୁ ବାଧ୍ୟ ହୋଇଛନ୍ତି । ଯେତେବେଳେ ସେ ଯନ୍ତ୍ରଣା ପାଉଥିଲେ ସେତେବେଳେ ତାଙ୍କ ପାଖରେ ପୋଷା କୁକୁର ଓ ବିଲେଇ ଛଡା କେହିନଥିଲେ । ଜନ୍ମକଲା ପୁଅ ଝିଅ ମାର ଅସୁସ୍ଥତା ଖବର ପାଇ ମଧ୍ୟ ଆସିନଥିଲେ । ଏପରିକି ପିଲାମାନଙ୍କ ବ୍ୟବହାର ଆଚରଣରେ ଏତେ ବିରକ୍ତ ହୋଇଯାଇଥିଲେ ଯେଉଁ କଥା ସେ କାହା ଆଗରେ ପ୍ରକାଶ କରିପାରୁନଥିଲେ । ପିଲାମାନଙ୍କ ବ୍ୟବହାରରେ ବୀତିସ୍ପୃହ ହୋଇ ଶେଷରେ ନିଜର ସବୁ ସମ୍ପତି ଗୃହପାଳିତ ପଶୁ ନାଁରେ କରିଦେଇଥିଲେ ।

ଏକ ରିପୋର୍ଟ ଅନୁଯାୟୀ, ମହିଳା ଜଣକ କିଛି ବର୍ଷ ପୂର୍ବେ ଏକ ଇଚ୍ଛାପତ୍ର ଦାଖଲ କରିଥିଲେ । ଯେଉଁଥିରେ ସେ ତାଙ୍କ ପିଲାମାନଙ୍କ ନାମରେ ସମ୍ପତ୍ତି ଏବଂ ଟଙ୍କା ନକରାଇ ନିଜ ପୋଷା କୁକୁର ବିଲେଇ ନାମରେ କରିବାକୁ ଚାହୁଁଥିଲେ । କାରଣ ତାଙ୍କ ବିପଦ ସମୟରେ ପିଲାମାନଙ୍କ ବଦଳରେ ପୋଷା କୁକୁର ଏବଂ ବିଲେଇ ତାଙ୍କ ସାହାରା ବନିଥିଲେ । ଯେଉଁଥିପାଇଁ ସେ ଏପରି କରିବାକୁ ବାଧ୍ୟ ହୋଇଥିଲେ । ମହିଳାଙ୍କ ମୃତ୍ୟୁପରେ ପିଲାମାନେ ପ୍ରାୟ ୨୩ କୋଟି ଟଙ୍କା ପାଇବେ ବୋଲି ଉଲ୍ଲେଖ କରିଥିଲେ । ବାକି ସମସ୍ତ ଟଙ୍କା ଏବଂ ସମ୍ପତ୍ତି ବିଲେଇ କୁକୁରଙ୍କ ନାଁରେ କରିଥିବା ଜଣାଯାଇଛି ।

ବାସ୍ତବରେ, ଚୀନର ନିୟମ ଅନୁଯାୟୀ ସମ୍ପତ୍ତି କିମ୍ବା ଟଙ୍କା ସିଧାସଳଖ ପଶୁମାନଙ୍କୁ ଦେବାପାଇଁ ଅନୁମତି ଦିଆଯାଏ ନାହିଁ । ତେଣୁ, ସ୍ଥାନୀୟ ପ୍ରାଣୀ ଚିକିତ୍ସାଳୟକୁ ଏହାର ପ୍ରଶାସକ ଭାବରେ ନିଯୁକ୍ତ କରି ଲିୟୁ ଏହା ପ୍ରସ୍ତୁତ କରିବେ । ତେବେ, ଏହି ପଶୁମାନଙ୍କ ପାଇଁ ତିଆରି ହୋଇଥିବା ନୂତନ ଇଚ୍ଛାକୁ ପରିବର୍ତ୍ତନ କରିବାର ଲିୟୁଙ୍କର ମଧ୍ୟ ବିକଳ୍ପ ଅଛି । ଯଦି ଏହି ମହିଳାଙ୍କ ପିଲାମାନେ ତାଙ୍କର ଯତ୍ନ ନିଅନ୍ତି କିମ୍ବା ଯଦି ସେମାନଙ୍କର ଆଚରଣରେ ପରିବର୍ତ୍ତନ ଆଣନ୍ତି ତେବେ ଏହା ନିୟମ ପରିବର୍ତ୍ତନ ହୋଇପାରିବ । ମହିଳାଙ୍କ ସମ୍ପତ୍ତିକୁ ତାଙ୍କ ପିଲାମାନେ ଫେରିପାଇବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.