ଉଦ୍ଧାର ହୋଇଛି ଏକ ବିଲୁପ୍ତ ପ୍ରଜାତିର ଶାଗୁଣା, ଅସୁସ୍ଥତା କାରଣରୁ ଉଡ଼ିପାରୁନଥିଲା

ଶାଗୁଣା ଅନେକ ପ୍ରଜାତିର ରହିଥାନ୍ତି ତେବେ ଏହା ମଧ୍ୟରୁ କିଛି ବିଲୁପ୍ତ ପ୍ରଜାତି ମଧ୍ୟ ରହିଛନ୍ତି । ଏମାନଙ୍କ ଦୃଷ୍ଟି ଶକ୍ତି ଖୁବ ତୀକ୍ଷଣ ଏବଂ ଶାଗୁଣାଙ୍କ ଯୋଗୁଁ ଆମ ପରିବେଶ ମଧ୍ୟ ପରିଷ୍କାର ରହିଥାଏ । ତେବେ ଏହି ସମୟରେ ଉଦ୍ଧାର ହୋଇଛି ଏକ ବିଲୁପ୍ତ ପ୍ରଜାତିର ଶାଗୁଣା । ଏହି ଶାଗୁଣାକୁ ଉଦ୍ଧାର କରିଛି ଫିରିଙ୍ଗିଆ ବନଖଣ୍ଡ ବିଭାଗ ।

ଦିନକୁ ଦିନ ବିଭିନ୍ନ କାରଣରୁ ବିରଳ ଶାଗୁଣା ପକ୍ଷୀଙ୍କ ସଂଖ୍ୟା ଲୋପ ପାଇବାରେ ଲାଗିଛି । ଆଜିକାଲି ଶାଗୁଣା ବହୁତ କମ ଦେଖିବାକୁ ମିଳୁଛନ୍ତି । ଶାଗୁଣା ଅନେକ ପ୍ରଜାତିର ରହିଥାନ୍ତି ତେବେ ଏହା ମଧ୍ୟରୁ କିଛି ବିଲୁପ୍ତ ପ୍ରଜାତି ମଧ୍ୟ ରହିଛନ୍ତି । ଏମାନଙ୍କ ଦୃଷ୍ଟି ଶକ୍ତି ଖୁବ ତୀକ୍ଷଣ ଏବଂ ଶାଗୁଣାଙ୍କ ଯୋଗୁଁ ଆମ ପରିବେଶ ମଧ୍ୟ ପରିଷ୍କାର ରହିଥାଏ । ତେବେ ଏହି ସମୟରେ ଉଦ୍ଧାର ହୋଇଛି ଏକ ବିଲୁପ୍ତ ପ୍ରଜାତିର ଶାଗୁଣା । ଏହି ଶାଗୁଣାକୁ ଉଦ୍ଧାର କରିଛି ଫିରିଙ୍ଗିଆ ବନଖଣ୍ଡ ବିଭାଗ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଟେଲାପାଲି ଗାଁ ନିକଟରୁ ଏହି ଶାଗୁଣାଟିକୁ ଉଦ୍ଧାର କରାଯାଇଛି ।

ପ୍ରାୟ ୩ ରୁ ୪ ଦିନ ହେବ ଶାଗୁଣାଟି ଏହି ଅଞ୍ଚଳରେ ବୁଲୁଥିବାର ସୂଚନା ଦେଇଛନ୍ତି ସ୍ଥାନୀୟ ଲୋକେ । କିନ୍ତୁ ଅସୁସ୍ଥତା କାରଣରୁ ଶାଗୁଣାଟି ଉଡ଼ି ପାରୁନଥିବାରୁ ଗାଁ ଲୋକେ ଫିରିଙ୍ଗିଆ ଜଙ୍ଗଲ ବିଭାଗର ରେଞ୍ଜର ରବିନ୍ଦ୍ର କୁମାର ପାତ୍ରଙ୍କୁ ଏହି ସମ୍ପର୍କରେ ଖବର ଦେଇଥିଲେ । ଏହା ପରେ ଫିରିଙ୍ଗିଆ ଜଙ୍ଗଲ ବିଭାଗର ରେଞ୍ଜର ଆସି ବନଖଣ୍ଡ ବିଭାଗ ସହ କଥାବାର୍ତ୍ତା କରିଥିଲେ । ଏହାପରେ ଜଙ୍ଗଲ ବିଭାଗ ଟିମ୍ ଶାଗୁଣାକୁ ଉଦ୍ଧାର କରି ଫୁଲବାଣୀ ପଶୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଶାଗୁଣାଟିର ପ୍ରାଥମିକ ଚିକିତ୍ସା କରିଥିଲେ ।

ବର୍ତ୍ତମାନ ଏହି ଶାଗୁଣାର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ୧୯୯୯ ମହାବାତ୍ୟାର ଦୀର୍ଘ ୨୦ ବର୍ଷ ପରେ ଏହି ବିରଳ ଶାଗୁଣା ଦେଖିବାକୁ ମିଳିଛି ଏବଂ ଏହି ଶାଗୁଣାଟିକୁ ନନ୍ଦନକାନନକୁ ପଠାଇଥିବାର କହିଛନ୍ତି ଫିରିଙ୍ଗିଆ ରେଞ୍ଜର ରବିନ୍ଦ୍ର କୁମାର ପାତ୍ର । ଏହି ଶାଗୁଣାଟିର ପରବର୍ତ୍ତୀ ଚିକିତ୍ସା ନନ୍ଦନକାନନରେ ହେବ ବୋଲି ସୂଚନା ଦେଇଛନ୍ତି ଫିରିଙ୍ଗିଆ ରେଞ୍ଜର । କିଛି ବର୍ଷ ପୂର୍ବରୁ ଶାଗୁଣା ଅନେକ ମାତ୍ରାରେ ଦେଖିବାକୁ ମିଳୁଥିଲେ କିନ୍ତୁ ବର୍ତ୍ତମାନ ଶାଗୁଣା ଧୀରେ ଧୀରେ ବିଲୁପ୍ତ ହେବାରେ ଲାଗିଲେଣି । ତେବେ ଏହା ଏକ ବିଲୁପ୍ତ ଶାଗୁଣା ହୋଇଥିବାରୁ ଏହାକୁ ତୁରନ୍ତ ନନ୍ଦନକାନନ ପଠାଇ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.