କିଟ୍‍ ଓ କିସ୍‍ ତରଫରୁ ମିନି ମାରାଥନ, ରାଜ୍ୟର ବିଭିନ୍ନ ସ୍ଥାନରେ ଶିକ୍ଷାକୁ ନେଇ ସଚେତନତା ସୃଷ୍ଟି ଲକ୍ଷ୍ୟ

କିଟ୍‍ ଓ କିସ୍‍ ତରଫରୁ ମିନି ମରାଥନ । କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଆହ୍ବାନରେ ‘ସମସ୍ତଙ୍କ ପାଇଁ ଶିକ୍ଷା’ ବାର୍ତ୍ତା ନେଇ ପ୍ରତି ବର୍ଷ ଜାନୁଆରୀ ମାସ ଶେଷ ରବିବାର ଦିନ ମାରାଥନା ଆୟୋଜନ କରାଯାଉଛି । ଚଳିତ ବର୍ଷ ଓଡ଼ିଶାର ସମସ୍ତ ଜିଲ୍ଲା ସମେତ ମୋଟ ୫୫ଟି ସ୍ଥାନରେ ମିନି ମାରାଥନ ଆୟୋଜିତ ହୋଇଛି ।

ଭୁବନେଶ୍ୱର (କେନ୍ୟୁଜ): କିଟ୍‍ ଓ କିସ୍‍ ତରଫରୁ ମିନି ମରାଥନ । କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଆହ୍ବାନରେ ‘ସମସ୍ତଙ୍କ ପାଇଁ ଶିକ୍ଷା’ ବାର୍ତ୍ତା ନେଇ ପ୍ରତି ବର୍ଷ ଜାନୁଆରୀ ମାସ ଶେଷ ରବିବାର ଦିନ ମାରାଥନା ଆୟୋଜନ କରାଯାଉଛି । ଚଳିତ ବର୍ଷ ଓଡ଼ିଶାର ସମସ୍ତ ଜିଲ୍ଲା ସମେତ ମୋଟ ୫୫ଟି ସ୍ଥାନରେ ମିନି ମାରାଥନ ଆୟୋଜିତ ହୋଇଛି । ଶିକ୍ଷାକୁ ନେଇ ସାଧାରଣରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ କରାଯାଉଛି ଏହି ମିନି ମାରାଥନ ।

କିଟକ କିସ୍ ପକ୍ଷରୁ ନୟାଗଡରେ ମିନି ମାରାଥନ୍ ଅନୁଷ୍ଠିତ । ନୟାଗଡ ସ୍ଵୟଂଶାସିତ ମହାବିଦ୍ୟାଳୟ ପଡିଆ ଠାରୁ ନୟାଗଡ ମିନି ଷ୍ଟାଡିୟମ ପର୍ଯ୍ୟନ୍ତ ମାରାଥନ୍ ହୋଇଥିଲା । ନୟାଗଡ଼ ବିଧାୟକ ଓ ରଣପୁର ବିଧାୟକ ପ୍ରଧାନ ପତାକା ଦେଖାଇ ମାରାଥନ ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ପୌରପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ସମେତ ୨୦୦ରୁ ଉର୍ଦ୍ଧ୍ବ ପିଲା ସାମିଲ ହୋଇଥିଲେ ।

ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ଶିକ୍ଷା ଥିମକୁ ନେଇ ମିନିମାରାଥନ ଅନୁଷ୍ଠିତ ହୋଇଛି । ଏଥିରେ ରାଷ୍ଟ୍ରପତି ପୁରଷ୍କାର ପ୍ରାପ୍ତ ଶିକ୍ଷକ ବିନୋଦ ଚନ୍ଦ୍ର ଜେନା ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କଲେଜ ଛକ ଠାରୁ ଗଜପତି ଷ୍ଟାଡୀଅମ ପର୍ଯ୍ୟନ୍ତ ଚାଲିଥିଲା ଗଣ ଦୌଡ । କାର୍ଯ୍ୟକ୍ରମକୁ ଗଜପତି ଜିଲ୍ଲା କିସ କୋଡିନେଟର ଉଦିତ କୁମାର ସିଂ ଓ ପୂର୍ବତନ କିସ ଛାତ୍ରଛାତ୍ରୀ ପରିଚାଳନା କରିଥିଲେ ।

କୋରାପୁଟରେ କିସ କିଟ ପକ୍ଷରୁ ଏଜୁକେସନ ଫର ଅଲ ମିନି ମାରାଥନ ଅନୁଷ୍ଠିତ । ପ୍ୟାରେଡ ପଡିଆ ଠାରୁ ମହିଳା ମହାବିଦ୍ୟାଳୟ ପର୍ଯ୍ୟନ୍ତ ୨୬ନଂ ଜାତୀୟ ରାଜପଥରେ ଦୌଡିଲେ ବିଭିନ୍ନ ସ୍କୁଲ କଲେଜର ଶହ ଶହ ଛାତ୍ର ଛାତ୍ରୀ ସମେତ ବୁଦ୍ଧିଜୀବୀ । ସଭାରେ ଯୋଗଦେଇ ଥିଲେ ଅତିରିକ୍ତ ଜିଲ୍ଲାପାଳ ,ଅତିରିକ୍ତ ଏସପି ,ଉପ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ କିସ ଅଭିଭାବକ ସଂଘ ପକ୍ଷରୁ ଅତିଥିମାନଙ୍କୁ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା ।

 

11111

ଅନୁଗୋଳ ଜିଲ୍ଲାରେ କିଟ, କିସ ପକ୍ଷରୁ ସମସ୍ତଙ୍କ ପାଇଁ ଶିକ୍ଷା ସଚେତନତା ନେଇ ଗଣ ଦୌଡ଼ ଅନୁଷ୍ଠିତ ହୋଇଛି । ଏଥିରେ ଛାତ୍ରଛାତ୍ରୀ, କ୍ରୀଡ଼ାବିତ୍ ଓ ସମାଜର ବିଭିନ୍ନ ବର୍ଗର ଲୋକ ଅଂଶଗ୍ରହଣ କରିଥିଲେ। ଅନୁଗୋଳ ଅବକାରୀ ଅଧିକ୍ଷକ ମଧୁସ୍ମିତା ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ଉପସ୍ଥିତ ଥିଲେ । ଅନୁଗୋଳ ଷ୍ଟାଡିୟମ ଠାରୁ ଏହି ମାରାଥନ ଆରମ୍ଭ ହୋଇ ବଜାର ପରିକ୍ରମା କରି ଅନୁଗୋଳ ସାନ୍ଧ୍ୟ ମହାବିଦ୍ୟାଳୟରେ ପହଂଚି ଏକ ସାଧାରଣ ସଭା କରାଯାଇଥିଲା ।

ଯାଜପୁରରେ କିଟ୍ ଓ କିସ୍ ପକ୍ଷରୁ ଆୟୋଜିତ ହୋଇଛି ମିନି ମାରାଥନ୍ । ନରସିଂହ ଚୌଧୁରି ମହାବିଦ୍ୟାଳୟ ନିକଟରୁ ମିନି ମାରାଥନ ଆରମ୍ଭ ହୋଇଥିଲା । ଯାଜପୁର ବିଧାୟକଙ୍କ ପ୍ରତିନିଧି ସତ୍ୟପ୍ରକାଶ ଦାସ ପତାକା ହଲାଇ ଏହାର ଶୁଭାରମ୍ଭ କରିଥିଲେ । ମାରାଥନରେ ଜିଲ୍ଲାର ବିଭିନ୍ନ କଲେଜରୁ ୨୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ନରସିଂହ ଚୌଧୁରି ମହାବିଦ୍ୟାଳୟରୁ ବାହାରି ଯାଜପୁର ପୌରପାଳିକା ଅଧିନ ହକି ପ୍ରଶିକ୍ଷଣ କେନ୍ଦ୍ରରେ ଶେଷ ହୋଇଥିଲା । ଅବସରରେ କିଟ ପକ୍ଷରୁ ସମାବେଶ ନାୟକ, ଡ.ସନ୍ଦୀପ ପଣ୍ଡା, ,ବିଜୟ ମଲ୍ଳିକ, କଳିଙ୍ଗ ଟିଭି ପ୍ରତିନିଧି ଦେବାଶିଷ ସାହୁ ପ୍ରମୁଖ ଅତିଥି ମାନଙ୍କୁ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।ପରେ ଯାଜପୁର ମାଟିର ବରପୁତ୍ର ତଥା ସ୍ଵାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ବିଯୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରଯାଇଥିଲା ।

ବାଲେଶ୍ବରରେ କିଟ୍ କିସ୍ ପକ୍ଷରୁ ମିନି ମାରାଥନ୍ ଆୟୋଜିତ । ବାଲେଶ୍ବର ଗାନ୍ଧୀ ସ୍ମୃତି ଭବନ ପରିସରରୁ ମାରାଥନ୍ ବାହାରି ପରମିଟ ପଡିଆ ଯାଏ ଯାଇଥିଲା । ମାରାଥନରେ ଆଖପାଖ ଅଞ୍ଚଳରୁ ୨ଶହରୁ ଉର୍ଦ୍ଧ୍ବ ଯୁବକ, ଛାତ୍ର, ଯୁବତୀ ଓ ବୁଦ୍ଧିଜୀବୀ ସାମିଲ ହୋଇଥିଲେ । ମାରାଥନକୁ ବାଲେଶ୍ବର ସଦର ବିଧାୟକ ସ୍ବରୂପ କୁମାର ଦାସ ଓ ଜିଲ୍ଲା କ୍ରୀଡା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା ଶୁଭାରମ୍ଭ କରିଥିଲେ ।

ଜଗତସିଂହପୁର ଜିଲ୍ଲା ସଦରମହକୁମାଠାରେ କିଟ କିସ ପକ୍ଷରୁ “ସମସ୍ତଙ୍କ ପାଇଁ ଶିକ୍ଷା” ଲକ୍ଷନେଇ ମିନି ମାରାଥନ ଅନୁଷ୍ଠିତ ହୋଇଛି । ଏହି ଅବସରରେ ସ୍ଥାନୀୟ କଲେଜଛକଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପର୍ଯ୍ୟନ୍ତ ଏକ ଗଣଦୌଡ଼ କରIଯାଇଥିଲା । ଜିଲ୍ଲା ପରିଷଦ ଅଧକ୍ଷ୍ୟ ମନୋଜ କୁମାର ଭୋଇ ଓ ଅତିରିକ୍ତ ଜିଲ୍ଲାପାଳ ଲଗ୍ନଜିତ ରାଉତ ଏହି ମାରାଥନକୁ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅତିଥି ଭାବେ ଯୋଗଦେଇଥିଲେ ।

ଖୋର୍ଦ୍ଧାରେ କିଟ୍ ଓ କିସ ପକ୍ଷରୁ ମିନି ମାରାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ମାରାଥନ ଖୋର୍ଦ୍ଧା ଷ୍ଟାଡିୟମଠାରୁ ବାହାରି ଖୋର୍ଦ୍ଧା ବାଟମଙ୍ଗଳା ମନ୍ଦିର ନିକଟରେ ପହଞ୍ଚି ଥିଲା। ସେଠାରେ ଆୟୋଜିତ ହୋଇଥିଲା ଏଜୁକେସନ ଫର ଅଲ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ମହିଳା ବିଦ୍ୟାଳୟର ପ୍ରିନ୍ସପାଲ, ଅବସରପ୍ରାପ୍ତ ଅଧ୍ୟାପକ ଗୋପାଳ କୃଷ୍ଣ ଦାସ , ଆଇନଜୀବୀ ଶକ୍ତି ମିଶ୍ର , କିଟ୍ ନର୍ଥ କ୍ୟାମ୍ପର ଡେ଼ପୁଟି ଡ଼ାଇରେକ୍ଟର ପ୍ରଦୀପ କୁମାର ବେଉରା ଉପସ୍ଥିତ ଥିଲେ । କିଟ୍ ଓ କିସ ଯେଉଁଭଳି ସଫଳତା ହାସଲ କରିଛି ତାହା କେବଳ ଓଡିଶା ନୁହେଁ ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ପାଇଛି ବୋଲି ଅତିଥିମାନେ ନିଜ ବକ୍ତବ୍ୟରେ କହିଥିଲେ।

2222

 

କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକରେ କିଟ୍ ଓ କିସ ପକ୍ଷରୁ ସମସ୍ତଙ୍କ ପାଇଁ ଶିକ୍ଷା ଉଦେଶ୍ୟରେ ମିନି ମାରାଥନ ଅନୁଷ୍ଠିତ ହୋଇଛି। ଏଥିରେ ତୁମୁଡିବନ୍ଧ ବ୍ଲକ ଅଧକ୍ଷ୍ୟା ବାସନ୍ତୀ ମାଝୀ, ଜିଲ୍ଲା ପରିଷଦ ସଭ୍ୟ ନବୀନ ପାତ୍ର, ତୁମୁଡିବନ୍ଧ ଥାନା ଏ.ଏସ.ଆଇ ସଞ୍ଜୟ କୁମାର ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।  ତୁମୁଡିବନ୍ଧ ବସଷ୍ଟାଣ୍ଡ ନିକଟରୁ ମିନି ମାରାଥନ ଆରମ୍ଭ ହୋଇ ତୁମୁଡିବନ୍ଧ ଜୁନିଅର କଲେଜରେ ଶେଷ ହୋଇଥିଲା।  ଶିକ୍ଷା କ୍ଷେତ୍ରରେ ସଚେତନତା ସୃଷ୍ଟି ସହ ସଶକ୍ତିକରଣ ପାଇଁ କିଟ୍ ଓ କିସର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦଙ୍କ ଡ. ଅଚ୍ୟୁତ ସାମନ୍ତଙ୍କ ଏହି ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ ଅଂଚଳ ବାସୀ ଓ ବୁଦ୍ଧିଜୀବୀ ।  ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରତିନିଧି କୁନା ଦଣ୍ଡସେନା,ତୁମୁଡିବନ୍ଧ ବ୍ଲକ ବିଜେଡି ଉପସଭାପତି ଅମୀୟ କୁମାର ପରାସେଟ, କିସ୍ ସଂଯୋଜକ ଦୀପକ ପରାସେଟ, ସମାଜସେବୀ ଅଶୋକ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।

କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକର ସୁନାପାଙ୍ଗାଠାରେରେ କିଟ୍ ଓ କିସ ପକ୍ଷରୁ ସମସ୍ତଙ୍କ ପାଇଁ ଶିକ୍ଷାର ବାର୍ତ୍ତା ନେଇ ଅନୁଷ୍ଠିତ ହୋଇଥିଲା ମିନି ମାରାଥନ। ବସ୍ତିଙ୍ଗିଆର ସୁନାପାଙ୍ଗାଠାରୁ ଏହି ମାରାଥନ ଆରମ୍ଭ ହୋଇ ବେହେରା ଗାଁ ଦେଇ ୪ କିଲୋମିଟର ଅତିକ୍ରମ କରିବା ପରେ ବସ୍ତିଙ୍ଗିଆ ପଞ୍ଚାୟତ ଅଫିସ ନିକଟରେ ଶେଷ ହୋଇଥିଲା। ୨୦୦ଶହରୁ ଅଧିକ ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀ ଏହି ମାରାଥନରେ ସାମିଲ ହୋଇଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟାକ୍ଷା ନଳିନୀ କହଁର, ଓ ସମ୍ମାନୀତ ଅତିଥି ଭାବେ ଚକପାଦ ବ୍ଲକ ଅଧ୍ୟକ୍ଷା ବୈନେତ୍ରୀ କହଁର ଓ ବିଡିଓ ହୃଦୟ ରଞ୍ଜନ ସାହୁ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ କିସର ସଂଯୋଜକ ପରିଚାଳନା କରିଥିଲେ।

3333

 

ଭଦ୍ରକରେ କିଟ୍‍ ଓ କିସ୍‍ ତରଫରୁ ମିନି ମରାଥନ ଅନୁଷ୍ଠିତ ହୋଇଛି । ଏହି ମାରାଥନ ଭଦ୍ରକ ସହରସ୍ଥିତ ମହତାବ ଛକ ଠାରୁ ଆରମ୍ଭ ହୋଇ ଐତିହାସିକ ଗାନ୍ଧୀ ପଡିଆ ଠାରେ ଶେଷ ହୋଇଥିଲା । କାର୍ଯ୍ୟକ୍ରମକୁ ଭଦ୍ରକ ଜିଲ୍ଲାପାଳ ସିଧେଶ୍ଵର ବଳିରାମ ବନ୍ଦୋର ଏବଂ ଭଦ୍ରକ ଏସପି ବରୁଣ ଗୁଣ୍ଟୁପାଲି ଶୁଭାରମ୍ଭ କରିଥିଲେ । ମାରାଥନରେ ପ୍ରାୟ ଦୁଇ ଶହ ରୁ ଅଧିକ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ । ପରେ ଗାନ୍ଧୀ ପଡିଆଠାରେ ଉଦଯାପନୀ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଡେପୁଟି କଲେକ୍ଟର କାର୍ତିକ ନାଥ ମଣ୍ଡଳ, ପୋଲିସ ଡ଼ିଏସପି କମଳ ଲୋଚନ ଭୂୟାଁ,ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଶିକ୍ଷାବିତ ପ୍ରଦୀପ ପଣ୍ଡା, ଯୁବ ସମାଜସେବୀ ସ୍ୱାଧୀନ ସୁନ୍ଦର ଦାସ ପ୍ରମୁଖ ଯୋଗଦେଇ କିଟ୍ ଓ କିସର ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତଙ୍କ ଉତ୍ସର୍ଗୀକୃତ ମନୋଭାବକୁ ପ୍ରଶଂସା କରିଥିଲେ ।

ନବରଙ୍ଗପୁରରେ ମଧ୍ୟ ଏଜୁକେସନ ଫୋର ଅଲ ବାର୍ତ୍ତା ନେଇ ଦୌଡିଛନ୍ତି ଛାତ୍ର ଛାତ୍ରୀ। ସ୍ଥାନୀୟ ରାମ ମନ୍ଦିରରୁ ବିଭିନ୍ନ ବିଦ୍ୟାଳୟର ପ୍ରାୟ ଦୁଇ ଶହ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିଲା ମାରାଥନ। ବରିଷ୍ଠ ସମାଜସେବୀ ଶ୍ରୀ ଜଗନ୍ନାଥ ମହାପାତ୍ର ସବୁଜ ପତାକା ଦେଖାଇ ଏହି ମାରାଥନ ର ଶୁଭାରମ୍ଭ କରିଥିଲେ। ଆମ୍ବେଦକର ଛକ ସ୍ଥିତ ମହାରାଣୀ ହୀରାଦେବୀ କ୍ଳବ ପର୍ଯ୍ୟନ୍ତ ମାରାଥନରେ ଦୌଡ଼ିଥିଲେ ଛାତ୍ରଛାତ୍ରୀ। ପରେ ମହାରାଣୀ କ୍ଳବ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲାପାଳ ଡ. କମଳ ଲୋଚନ ମିଶ୍ର, ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ବିଧାୟକ ସଦାଶିଵ ପ୍ରଧାନୀ, ସାଇ କେୟାର ଏଜୁକେସନର ଅଧକ୍ଷ ଦୁର୍ଗା ପାଢ଼ୀ, ମହାରାଣୀ କ୍ଳବର ସମ୍ପାଦକ ଶିବ ପ୍ରସାଦ ଦୋରା ଯୋଗଦେଇଥିଲେ। ଏହି ଅବସରରେ କିଟ୍ ଓ କିସର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଜୀବନକୁ ଏକ ଉଦାହରଣ ଭାବେ ନେଇ ଅନୁପ୍ରାଣିତ ହେବା ପାଇଁ ଛାତ୍ର ଛାତ୍ରୀଙ୍କୁ ସମସ୍ତ ଅତିଥି ପରାମର୍ଶ ଦେଇଥିଲେ। ନବରଙ୍ଗପୁର କିସ୍ ଓ କିସର ଜିଲ୍ଲା ସଂଯୋଜକ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.