ଫେବ୍ରୁଆରିରେ ୧୦ରେ ଓଡ଼ିଶା ଗସ୍ତରେ ଆସିବେ ମୋଦି, ସମ୍ବଲପୁର IIM ସ୍ଥାୟୀ କ୍ୟାମ୍ପସର କରିବେ ଉଦଘାଟନ

ଫେବ୍ରୁଆରିରେ ୨ ଥର ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ। ଫେବ୍ରୁଆରି ୩ ପରେ ୧୦ରେ ପୁଣି ଓଡ଼ିଶା ଆସିବେ ନରେନ୍ଦ୍ର ମୋଦି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଭୁବନେଶ୍ବରରେ ବିଶାଳ ମହିଳା ସମାବେଶରେ ଯୋଗଦେବେ।

ଭୁବନେଶ୍ୱର (କେନ୍ୟୁଜ): ଫେବ୍ରୁଆରିରେ ୨ ଥର ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ । ଫେବ୍ରୁଆରି ୩ ପରେ ୧୦ରେ ପୁଣି ଓଡ଼ିଶା ଆସିବେ ନରେନ୍ଦ୍ର ମୋଦି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଭୁବନେଶ୍ବରରେ ବିଶାଳ ମହିଳା ସମାବେଶରେ ଯୋଗଦେବେ ।

୧୪ ରାଜ୍ୟର ୨୫ ହଜାରରୁ ଅଧିକ ମହିଳା ଏକାଠି ହେବେ। ୩ ତାରିଖରେ ସମ୍ବଲପୁର IIM ସ୍ଥାୟୀ କ୍ୟାମ୍ପସର ଉଦଘାଟନ କରିବେ । ପରେ ଝାରସୁଗୁଡାରେ ଏକ ପାୱାର ପ୍ଲାଣ୍ଟ ଓ ରେଳବାଇର କିଛି ପ୍ରକଳ୍ପର ଉଦଘାଟନ କରିବେ  । ଏହାସହ ଅନ୍ୟ କିଛି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି  । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରେ ପରେ ଦଳର ଅନ୍ୟ କେନ୍ଦ୍ରୀୟ ନେତା ଓଡ଼ିଶା ଗସ୍ତରେ ଆସିବା କାର୍ଯ୍ୟକ୍ରମ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.