ଚୈତ୍ର ନବରାତ୍ରିର ସପ୍ତମ ଦିନ: ମା’ କାଳରାତ୍ରିଙ୍କ ପୂଜା, ଜାଣନ୍ତୁ କେମିତି କରିବେ ପୂଜା ଓ କ’ଣ ମିଳିବ ଲାଭ

ଚୈତ୍ର ନବରାତ୍ରିର ସପ୍ତମ ଦିନ ମା’ କାଳରାତ୍ରିଙ୍କୁ ସମର୍ପିତ ।   ମା’ କାଳରାତ୍ରି ନବଦୁର୍ଗାଙ୍କ ସପ୍ତମ ସ୍ବରୁପ । ମା’ ତିନିଟି ନେତ୍ର ଧାରଣ କରନ୍ତି । ମା’ କାଳରାତ୍ରିଙ୍କ ଗଳାରେ ବିଦ୍ଯୁତର ଅଦ୍ଭୁତ ମାଳା ସହିତ ହାତରେ ଖଡ୍ଗ ଏବଂ କଣ୍ଟା ରହିଥାଏ ।

ମା’ ଦୁର୍ଗାଙ୍କ ୯ଟି ସ୍ୱରୂପ ପୂଜା କରିବାର ସର୍ବଶ୍ରେଷ୍ଠ ସମୟ ହେଉଛି ନବରାତ୍ରି । ଚୈତ୍ର ନବରାତ୍ରିର ସପ୍ତମ ଦିନ ମା’ କାଳରାତ୍ରିଙ୍କୁ ସମର୍ପିତ ।   ମା’ କାଳରାତ୍ରି ନବଦୁର୍ଗାଙ୍କ ସପ୍ତମ ସ୍ବରୁପ । ମା’ ତିନିଟି ନେତ୍ର ଧାରଣ କରନ୍ତି । ମା’ କାଳରାତ୍ରିଙ୍କ ଗଳାରେ ବିଦ୍ଯୁତର ଅଦ୍ଭୁତ ମାଳା ସହିତ ହାତରେ ଖଡ୍ଗ ଏବଂ କଣ୍ଟା ରହିଥାଏ । ଆଉ ମା’ଙ୍କ ବାହାନ ରହିଥାଏ ଗଧ । କିନ୍ତୁ ମା’ ସବୁବେଳେ ଭକ୍ତଙ୍କ କଲ୍ଯାଣ କରନ୍ତି । ତେଣୁ ମା’ଙ୍କୁ ଶୁଭଙ୍କାରୀ ବୋଲି କହନ୍ତି ।

ମା’ଙ୍କ ଉପାସନା କଲେ କ’ଣ ଲାଭ ମିଳେ :

ଶତ୍ରୁ ଓ ବିରୋଧିଙ୍କୁ ନିୟନ୍ତ୍ରିଣ  କରିବା ପାଇଁ ମା’ଙ୍କ ଉପାସନା ଅତ୍ଯନ୍ତ ଶୁଭ । ମା’ଙ୍କ ଉପାସନା କଲେ ଭୟ, ଦୁର୍ଘଟଣା, ରୋଗ ନାଶ ହୁଏ । ମା’ଙ୍କ ଉପାସନା କରିବା ଦ୍ବାରା ନକାରାତ୍ମକ ଶକ୍ତିର କିଛି ପ୍ରଭାବ ପଡିନଥାଏ । ଜ୍ଯୋତିଷରେ ଶନି ନାମକ ଗ୍ରହକୁ ନିୟନ୍ତ୍ରିତ କରିବା ପାଇଁ ମା’ଙ୍କ ପୂଜା କଲେ ଭଲ ପରିଣାମ ମିଳିଥାଏ ।

ମା’ଙ୍କ ପୂଜା ବିଧି :

ମା’ଙ୍କୁ ପୂଜା କରିବା ସମୟରେ ଘିଅ ଦୀପ ଜଳାନ୍ତୁ । ମାଙ୍କୁ ଲାଲ ଫୁଲ ଅର୍ପଣ କରନ୍ତୁ । ଏହାସହିତ ଗୁଡ ଭୋଗ ମଧ୍ୟ ଲଗାନ୍ତୁ । ମା’ଙ୍କୁ ମନ୍ତ୍ର ଜପ କରନ୍ତୁ କିମ୍ବା ସପ୍ତସତୀ ପାଠ କରନ୍ତୁ । ମା’ଙ୍କୁ ଦିଆଯାଇଥିବା ଭୋଗ ଲାଗିଥିବା ଗୁଡକୁ ପରିବାର ମଧ୍ୟରେ ବାଣ୍ଟନ୍ତୁ । ବାକି ଅଧା ଗୁଡକୁ କୌଣସି ବ୍ରାହ୍ମଣକୁ ଦାନ କରିଦିଅନ୍ତୁ। କଳା ରଙ୍ଗର ବସ୍ତ୍ର ଧାରଣ କରି କାହାର କ୍ଷତି କରିବା ଉଦ୍ଦେଶ୍ଯରେ କେବେ ବି ପୂଜା କରନ୍ତୁ ନାହିଁ ।

ଶତ୍ରୁ ଓ ବିରୋଧିଙ୍କୁ କିପରି ଶାନ୍ତ କରିବେ ?

ଧଳା କିମ୍ବା ଲାଲ ବସ୍ତ୍ର ଧାରଣ କରି ରାତିରେ ମା’ କାଳରାତ୍ରିଙ୍କ ପୂଜା କରିବା ଉଚିତ। ମା’ଙ୍କ ସମକ୍ଷରେ ଦୀପ ଜଳାନ୍ତୁ ଏବଂ ଗୁଡ ଭୋଗ ଲଗାନ୍ତୁ । ଏହା ପରେ ୧୦୮ ଥର ନର୍ବାଣ ମନ୍ତ୍ର ପଢନ୍ତୁ ଏବଂ ଲବଙ୍ଗ ଭୋଗ ଲଗାନ୍ତୁ । ମା’ଙ୍କ ମନ୍ତ୍ର ‘ ଓଁ ଏଁ ହ୍ରି କ୍ଲିଂ ଚାମୁଣ୍ଡାୟେ ବିଚୈ’ କହି ୧୦୮ ଲବଙ୍ଗକୁ ଅଗ୍ନିରେ ଅର୍ପଣ କରନ୍ତୁ । ଆପଣଙ୍କୁ ଶତ୍ରୁ ଓ ବିରୋଧୀ ଶାନ୍ତ ହୋଇଯିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.