Below header

ବଦଳୁଛି ପାଣିପାଗ; ଆଗକୁ ଖାଦ୍ୟ ସଙ୍କଟ ବଢିବ ! ବେଳ ଥାଉ ଥାଉ ସୁଧୁରିଯାଅ

କୁହାଯାଏ ଆମେ ଏଇ ମାଟିର ମଣିଷ। ଏଇ ମାଟିରୁ ଜନ୍ମ ପୁଣି ଏଇ ମାଟିରେ ଦିନେ ମିଶିଯିବ । ଟିକେ ଚିନ୍ତା କରନ୍ତୁ ତ ଯଦି ମାଟି ନରୁହେ ମଣିଷ ମିଶିବ କୋଉଠି ?? ମାଟିରୁ ଅନେକ ଜୀବଜନ୍ତୁ ଜନ୍ମ ନିଅନ୍ତି । ମାଟି ନଥିଲେ ଜୀବ ଜନ୍ମ ନେବେ କେମିତି।

ଅନେକ ରିସର୍ଚ୍ଚ କହୁଛି ଆମ ପୃଥିବୀରେ ୪୫ ରୁ ୬୦ ପ୍ରତିଶତ ମାଟି ବଞ୍ଚିଛି ଯେଉଁଠି ଚାଷ କରାଯାଇପାରିବ। ହେଲେ ଲୋକ ସଂଖ୍ୟା ତାଠାରୁ କାହିଁ କେତେ ଅଧିକ । ଲୋକସଂଖ୍ୟା ଏବଂ ନଷ୍ଟ ହେଉଥିବା ଚାଷ ଜମିକୁ ଯଦି ହିସାବ କରାଯାଏ ତେବେ ଜଣା ପଡୁଛି ଚାଷ ଜମି ସବୁ ୭୦ବର୍ଷ ପରେ ଆଉ ନଥିବ। ଆଉ କିଛି ବର୍ଷ ଭିତରେ ମାଟି ସବୁ ଶେଷ ହୋଇଯିବ ।

ଆପଣ ପୂର୍ବରୁ ବଡ ବଡ଼ ଜୀବଙ୍କ ବିନାଶ ବିଷୟରେ ଶୁଣିଥିବେ ହେଲେ ଏବେ ପ୍ରସ୍ତୁତ ହୋଇ ଯାଆନ୍ତୁ ପ୍ରଥମେ ମାଟିର ବିନାଶଦେଖିବାକୁ। ସବୁ ସଙ୍କଟକୁ ବଳିଯିବ ମାଟି ସଙ୍କଟ । ସଂଯୁକ୍ତ ରାଷ୍ଟ୍ରର ରିସର୍ଚ୍ଚ କହୁଛି ୩୦ ବର୍ଷ ଭିତରେ ମାଟିରେ ରହୁଥିବା କୀଟ ୮୦ ପ୍ରତିଶତ ଶେଷ ହୋଇ ଗଲେଣି। ଯାହାକୁ କୁହାଯାଏ ଇନ୍ସେକ୍ଟ ବାୟୋମାସ। ମାନେ ମାଟିକୁ ଉର୍ବର ରଖୁଥିବା ଜିଆ କେଞ୍ଚୁଆଙ୍କ ସଂଖ୍ୟା କମି ଗଲାଣି । ଯାହା ଫଳରେ ମାଟି ଆଉ ଫସଲ କରିବା ଅବସ୍ଥାରେ ନାହିଁ। ଯଦି ମାଟି ନଷ୍ଟ ହେବ ଫସଲ ନିହାତି ଖରାପ ହେବ । ଯାହା ଫଳରେ ୫୦ ପ୍ରତିଶତ ଫସଲ କମିଯିବ। ଆଉ ଆସିବ ଭୋଜନର ସଙ୍କଟ । ଯଦି ଖାଦ୍ୟ ସଙ୍କଟ ହେବ ଯିଏ ଯେତେ ବଳଶାଳୀ ଖାଦ୍ୟ ତା ପାଖରେ ରହିବ । ସେତେବେଳେ ସରକାର କି ଅନ୍ୟକିଏ ମାଗଣା ଖାଦ୍ୟ ସାମଗ୍ରୀ ବାଣ୍ଟି ପାରିବେ ନାହିଁ। ସେତେବେଳେ ମାଗଣା ଖିଆ ମଣିଷଟିଏ କଣ କରିବ ।

ଯେଉଁ ଦୁଃଖ ପୂର୍ବରୁ ଭାରତ ଦେଖିଛି ଆମେ ପୁଣି ଖାଦ୍ୟ ସଙ୍କଟ ସମୟକୁ ଫେରିବା ଆଉ ତା ପରେ …କିଛି କଳ୍ପନା କରିବା ଚିନ୍ତା ବାହାରେ। ଆପଣ ଭାବୁଛନ୍ତି କି କେବଳ ଗରିବ ଲୋକ ମାରିବେ ନା, ସମସ୍ତେ ମରିବେ । ଏଭଳି ପରିସ୍ଥିତି ଇତିହାସ ପୃଷ୍ଠା ରେ ରହିଛି ପୁଣି ସମୟ ଆମକୁ ଇତିହାସ ପୃଷ୍ଠା ରେ ଛାପିଦେବ । କେତେ ପ୍ରକାର ସଚେତନତା କରାଯାଉଛି ହେଲେ ଆଜିକାଲି କାହା ପାଖରେ ସମୟ ଅଛି ଶୁଣିବା ପାଇଁ। ରିସର୍ଚ୍ଚ କହୁଛି ମାଟି ରେ ୨ପ୍ରତିଶତ ଜୈବିକ ସାମଗ୍ରୀ କମି ଗଲାଣି । ମାନେ ବର୍ଷା ପାଣି କିମ୍ବା ଅନ୍ୟାନ୍ୟ ଜୈବିକ ସାମଗ୍ରୀ ବାନ୍ଧି ରଖି ପାରୁନି ମାଟି। ଏହାର ଅର୍ଥ ଆମେ ଯେଉଁ ମାଟି ଆଜି ଦେଖୁଛେ ଆଗକୁ ସେହି ସ୍ଥାନରେ କେବଳ ବାଲି ରହିଯିବ । ଆମେରିକାରେ ଯେଉଁ ଭଳି କୀଟନାଶକ ବ୍ୟବହାର ଚାଲିଛି ଏବଂ ଯେମିତି ନୂଆ ନୂଆ ବିଲିଡିଂ ତିଆରି ହେଉଛି ସେଠାରେ ମାଟି ଖୋଜିବାକୁ ପଡ଼ୁଛି।

f1
Photo credit: NBT

ମାଟିରେ ଥିବା ହ୍ୟୁମସ ମାନେ ଜୈବ ବିବିଧତା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଉଛି, ଆଧୁନିକ ଚାଷ ପ୍ରଣାଳୀ ପାଇଁ । କାରଣ ଆପଣ ପଢିଥିବେ ମାଟିର ତୃତୀୟ ସ୍ତର ଯାଏଁ ଜୈବ ବିବିଧତା ଥାଏ । ପାଖାପାଖି ୫ ରୁ ୬ ଇଞ୍ଚ ଯାଏଁ ମାଟି ରେ ଉର୍ବର ଗୁଣ ରୁହେ । ହେଲେ ଟ୍ରାକ୍ଟର ରେ ଚାଷ ଫଳରେ ମାଟି ୧୦ ରୁ ୧୨ ଇଞ୍ଚ୍ ଯାଏଁ ଖୋଳି ହେଇଚାଲେ । ଯାହା ଫଳରେ ମାଟି ଶୁଖିଯାଏ ଏବଂ ତାର ଅସ୍ତିତ୍ଵ ହରାଇ ଦିଏ । ଆପଣ କହିପାରିବେ, ମାଟି ଏକ ପ୍ରକାରର ମରି ଯାଏ ।

ଏଥିପାଇଁ ମାଟିରେ ଗଛ ଲଗାଯିବା ଜରୁରୀ । ଘାସ ହେଉ କି ବଡ ଗଛ ମାଟି ଉପରେ ରହିବା ଦରକାର୍। ବାୟୋ ଡାଇଭରସିଟି ବଞ୍ଚାଇ ରଖିବା ପାଇଁ ଗଛ ବଞ୍ଚି ରହିବା ଆବଶ୍ୟକ। ପରିବେଶ ବଞ୍ଚାଇବାପାଇଁ ମାଟିକୁ ବଞ୍ଚାଇ ରଖିବା ଜରୁରୀ ।

ଏବେ ଆପଣ ମାନେ ଚିନ୍ତା କରନ୍ତୁ ଜଳବାୟୁକୁ କେମିତି ଆମେ ସୁରକ୍ଷିତ ରଖିବା । ଆପଣ ମାନେ ହିଁ କିଛି ସମୟ କାଢି ଏହି ଭିଡିଓ ଟିକୁ ସେୟାର କରନ୍ତୁ ନିଜେ କୁହନ୍ତୁ ଏବେ ସମୟ ଆସିଛି ଜଳବାୟୁ କୁ ନିୟନ୍ତ୍ରଣ କରିବା ପାଇଁ । ଏକାଠି ହୁଅନ୍ତୁ, ନିଜ ପାଇଁ ନିଜେ ପରିବର୍ତ୍ତନ ଆଣନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.