Below header

ବାପାକୁ ଆସି ବାଡ଼େଇଲେ, ମୋତେ ଠେଲିଦେଲେ.. ମୋ ମୁଣ୍ଡରେ ମାଡ଼ ହେଇଛି…

ବାପାଙ୍କ ସହ ମର୍ଣ୍ଣିଂ ୱାକରେ ଯାଇଥିଲା ଜଗା । ଚା ପିଇଲା ବେଳେ ଅଟୋ ପାର୍କିଂ ନେଇ ଜଗା ବାପାଙ୍କର ଜଣେ ବ୍ୟକ୍ତିଙ୍କ ସହ ଝଗଡା ହୋଇଥିଲା । ପରେ ମାରପିଟ୍ ମଧ୍ୟ ହୋଇଥିଲା। ଏହି ସମୟରେ ଜଗାକୁ ମଧ୍ୟ ଠେଲି ଦେଇଥିଲା । ଫଳରେ ଜଗାର ମୁଣ୍ଡ ମାଡ ହୋଇଥିଲା।

ବାପାଙ୍କର ମୋର ତଳକୁ ଚା ପିଇ ଯାଇଥିଲୁ । ସେଠି ଗାଡ଼ି ରଖୁଥିଲୁ ବାପାକୁ ଆସି ବାଡ଼େଇଲେ। ମୋତେ ଠେଲିଦେଲେ। ମୋ ମୁଣ୍ଡରେ ମାଡ଼ ହେଇଯାଇଛି ।…

ହଁ ଆଜ୍ଞା, ରାଜ୍ୟରେ ଯୋଡାମୁଣ୍ଡ ଶିଶୁ ଭାବେ ଦୁଇ ଭାଇ ଜଗା-ବଳିଆ ବେଶ ଜଣାଶୁଣା । ଦୁଇ ଭାଇଙ୍କ ଅପରେସନ ପରେ ଦୁର୍ଭାଗ୍ୟବଶତଃ କାଳିଆର ମୃତ୍ୟୁ ହୋଇଥିବା ବେଳେ ଜଗା ନୂଆ ଜୀବନ ପାଇଥିଲେ । ୧୫ ଜଣିଆ ଡାକ୍ତର ଟିମ୍‌ଙ୍କ ଅକ୍ଲାନ୍ତ ପରିଶ୍ରମ ପରେ ଜଗାର ମୁଣ୍ଡ ଅପରେସନ କରାଯାଇଥିଲା । ଏହି ଅସ୍ତ୍ରୋପଚାର ପରେ ବେଳେ ଜଗା ସୁସ୍ଥ ହୋଇ ଘରକୁ ଫେରିଥିଲେ । ତେବେ ଆଜି ଅଟୋ ପାର୍କିଂରୁ ନେଇ ଗଣ୍ଡଗୋଳ ହୋଇଥିଲା ଆଉ ତଳେ ପଡ଼ିଗଲା ଜଗା । ଯେଉଁ ମୁଣ୍ଡ ଅପରେସନ ହୋଇଥିଲା ପୁଣି ସେହି ମୁଣ୍ଡ ମାଡ଼ ହେବାରୁ ଚିନ୍ତାରେ ପଡ଼ିଯାଇଛନ୍ତି ବାପା ମା ।

ଅଭିଯୋଗ ଅନୁଯାୟୀ, ଆଜି ସକାଳେ ବାପାଙ୍କ ସହ ମର୍ଣ୍ଣିଂ ୱାକରେ ଯାଇଥିଲା ଜଗା । ଚା ପିଇଲା ବେଳେ ଅଟୋ ପାର୍କିଂ ନେଇ ଜଗା ବାପାଙ୍କର ଜଣେ ବ୍ୟକ୍ତିଙ୍କ ସହ ଝଗଡା ହୋଇଥିଲା । ପରେ ମାରପିଟ୍ ମଧ୍ୟ ହୋଇଥିଲା। ଏହି ସମୟରେ ଜଗାକୁ ମଧ୍ୟ ଠେଲି ଦେଇଥିଲା । ଫଳରେ ଜଗାର ମୁଣ୍ଡ ମାଡ ହୋଇଥିଲା।

ଏନେଇ ଜଗାର ବାପା ଥାନାରେ ଓ ମେଡିକାଲ କତୃପକ୍ଷଙ୍କୁ ଅଭିଯୋଗ କରି ଥିଲେ । ଏପଟେ ଜଗାର ମୁଣ୍ଡରେ ମାଡ ହୋଇଥିବାରୁ ଜଗାକୁ ସଙ୍ଗେ ସଙ୍ଗେ ହସପିଟାଲ ନିଆଯାଇଥିଲା । ତାର ଚିକିତ୍ସା କରି ମୁଣ୍ଡର ct ସ୍କାନ କରାଯାଇଛି । ଏବେ ଜଗାର ସ୍ବାସ୍ଥ୍ୟବସ୍ଥା ଭଲ ଥିବା କହିଛନ୍ତି ଫୁଲବାଣି ଏଡିଏମଓ । ଏପର୍ଯ୍ୟନ୍ତ ଅଭିଯୁକ୍ତକୁ ଗିରଫ କରାଯାଇନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.