ମହାନଦୀରେ ଅଘଟଣ: ମଝି ନଦୀରେ ଖରାପ ହେଲା ଇଞ୍ଜିନ, ୨ ଘଣ୍ଟା ଫସିଲା ଡଙ୍ଗା

ମହାନଦୀରେ ଅଘଟଣ। ଇଞ୍ଜିନ ଖରାପ ଯୋଗୁଁ ଦୀର୍ଘ ୨ ଘଣ୍ଟା ଧରି ଫସିଲା ଯାତ୍ରୀବାହୀ ଡଙ୍ଗା। ଅନ୍ୟ ଏକ ଡଙ୍ଗାରେ ଉଦ୍ଧାର ହେଲେ ସମସ୍ତ ଯାତ୍ରୀ।

ପାରାଦୀପ (କେନ୍ୟୁଜ): ମହାନଦୀରେ ଅଘଟଣ। ଇଞ୍ଜିନ ଖରାପ ଯୋଗୁଁ ଦୀର୍ଘ ୨ ଘଣ୍ଟା ଧରି ଫସିଲା ଯାତ୍ରୀବାହୀ ଡଙ୍ଗା। ଅନ୍ୟ ଏକ ଡଙ୍ଗାରେ ଉଦ୍ଧାର ହେଲେ ସମସ୍ତ ଯାତ୍ରୀ। ମହାନଦୀର ବାହାକୁଦ ଘାଟରୁ ଡଙ୍ଗା ଆସୁଥିଲା ପାରାଦୀପ ମୁଷାଡିଆ । ଆବଶ୍ୟକତା ଠାରୁ ଅଧିକ ଲୋକ ଓ ବାଇକ୍ ରହିଥିବାରୁ ଦୀର୍ଘ ସମୟ ଧରି ଭୟରେ ସ୍ଥିର ହୋଇ ବସି ରହିଥିଲେ ଯାତ୍ରୀ ।

ସୂଚନା ମୁତାବକ ଆଜି ଅପରାହ୍ନରେ କେନ୍ଦ୍ରାପଡା ଜିଲ୍ଲାର ବାହାକୁଦ ଘାଟରୁ ପ୍ରତ୍ୟକ ଦିନ ଭଳି ଏକ ଯନ୍ତ୍ର ଚାଳିତ ଯାତ୍ରୀବାହୀ ଡଙ୍ଗାରେ ଲୋକଙ୍କ ସମେତ ବାଇକ ପାରାଦୀପର ମୁଷାଡିହି ଘାଟକୁ ଆସୁଥିବା ବେଳେ ଡଙ୍ଗାଟି ମଝି ନଦୀରେ ପାଖାପାଖି ୨ ଘଣ୍ଟା ଫସି ରହିଥିଲା। ଡଙ୍ଗାର ଇଞ୍ଜିନ ଖରାପ ହେବାରୁ ବିପଦ ଜନକ ଭାବେ ଫସି ରହିଥିଲେ ୨୫ ରୁ ଊର୍ଦ୍ଧ୍ବ ଯାତ୍ରୀ । ଡଙ୍ଗାରେ ମଧ୍ଯ ଥିଲା ୧୫ରୁ ଊର୍ଦ୍ଧ୍ବ ବାଇକ। ଆବଶ୍ୟକତା ଠାରୁ ଅଧିକ ଲୋକ ଓ ବାଇକ ରହିଥିବାରୁ ଦିର୍ଘ ସମୟ ଧରି ଭୟରେ ସ୍ଥିର ହୋଇ ବସି ରହିଥିଲେ ଯାତ୍ରୀ । ଅନ୍ୟ ଏକ ଡଙ୍ଗା ସାହାଯ୍ଯରେ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା । ତେବେ ଡଙ୍ଗାରେ କୌଣସି ଲାଇଫ ସପୋର୍ଟ ସାମଗ୍ରୀ ନଥିବା ବେଳେ ଡଙ୍ଗାର କ୍ଷମତା ଠାରୁ ଅଧିକ ଲୋକ ରହିବା ଯୋଗୁ ଏପରି ଘଟଣା ଘଟିଥିବା ଅନୁମାନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.