ଜାହାଜରେ ଧଳା ଜହର କାରବାର ଘଟଣା: କୁଜଙ୍ଗ କୋର୍ଟରେ ଦାଖଲ ହେଲା ୨୨୦ କୋଟିର କୋକେନ

କୁଜଙ୍ଗ କୋର୍ଟରେ ଦାଖଲ ହେଲା ୨୨୦ କୋଟି ଟଙ୍କାର କୋକେନ । କୁଜଙ୍ଗ ଜିଲ୍ଲା ଜଜ୍ ଏନଡିପିଏସ କୋର୍ଟରେ କଡା ସୁରକ୍ଷା ମଧ୍ୟରେ ଏହି କୋକେନ୍ ଦାଖଲ ହୋଇଛି ।

ପାରାଦୀପ (କେନ୍ୟୁଜ): ପାରାଦୀପରେ ଏମଭି ଦେବୀ ଜାହାଜରୁ ଜବତ ୨୨୦ କୋଟି ଟଙ୍କାର କୋକେନ ମିଳିବା ଘଟଣା। ଆଜି କୁଜଙ୍ଗ ଏନଡିପିଏସ କୋର୍ଟରେ ୨୨୦ କୋଟି ଟଙ୍କାର କୋକେନ ଦାଖଲ କଲା କଷ୍ଟମ ବିଭାଗ। ୨ଟି ପ୍ୟାକେଟର ସାମ୍ପଲ କଷ୍ଟମ ବିଭାଗକୁ ମିଳିଥିଲା। ସାମ୍ପଲ ଯାଞ୍ଚ ପାଇଁ ଏହା ଫୋରେନସିକ ଲ୍ୟାବକୁ ଯିବ । ଅଧିକ ତଦନ୍ତ ପାଇଁ  ଇଣ୍ଟରପିଟର ହାୟର କରୁଛି କଷ୍ଟମ ବିଭାଗ।

ଏହି ଘଟଣାରେ ଛାନଭିନ କରୁଥିଲା କଷ୍ଟମ ବିଭାଗ ସମେତ,ଏସଟିଏଫ,ଏନସିବି,କୋଷ୍ଟଗାର୍ଡ,ସିଆଇଏସଏଫ ଓ  ଭାରତ ସରକାରଙ୍କ ଅର୍ଥ ବିଭାଗର ସ୍ବତନ୍ତ୍ର ଟିମ। ସ୍ପେନରୁ ବାହାରିଥିବା ଜାହାଜ MV DEBI PANAMA ଇଣ୍ଡୋନେସିଆରେ ପଣ୍ୟ କାଢିବା ପରେ ୨୨ ତାରିଖରେ ଷ୍ଟିଲ ପ୍ଲେଟ ନେବାପାଇଁ ବାହାରିଥିଲା ପାରାଦ୍ଵୀପ ବନ୍ଦର । ପାରାଦୀପ ବନ୍ଦର ଆଙ୍କରେଜରେ ଲାଗିବା ପରେ ୨୯ ତାରିଖ ବୁଧବାର ରାତିରେ ଲାଗିଥିଲା ବନ୍ଦରର ପିଆଇସିଟି ବର୍ଥରେ। ସବୁ କ୍ଲିଅରାନ୍ସ ମିଳିବା ପରେ ଜାହାଜ ବର୍ଥରେ ଲାଗିଥିଲା ଏବଂ ସେଠାରେ ଷ୍ଟିଲ ପ୍ଲେଟ ଲୋଡିଂ ଆରମ୍ଭ ହୋଇଥିଲା। ମାତ୍ର ଜଣେ କର୍ମଚାରୀ ପ୍ରଥମେ ୮ସନ୍ଦିଗ୍ଧ ପ୍ୟାକେଟ ଦେଖି ପୋଲିସକୁ ଖବର ଦେବା ପରେ ପୋଲିସ, କଷ୍ଟମ ବିଭାଗ ପହଁଚି ଛାନଭିନ କରିବା ପରେ ଆଉ ୧୪ ପ୍ୟାକେଟ ମିଳିଥିଲା । ଯାହାର ମୂଲ୍ୟ ୨୨୦ କୋଟି ଟଙ୍କା ହେବ ବୋଲି କଷ୍ଟମ ବିଭାଗର ଅଧିକାରୀ କହିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.