Below header

ବିଶ୍ୱକୁ କରୋନା ଭାଇରସ ଦେଲା ୫ଟି ମହାମନ୍ତ୍ର, ବେଳ ଥାଉ ଥାଉ ହୋଇଯାନ୍ତୁ ସଚେତନ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନା ଭାଇରସକୁ ମହାମାରୀ ଭାବେ ଘୋଷଣା କରିଛି । ଭାରତରେ ଏହି କାରଣରୁ ପରିସ୍ଥିତି ଖୁବ ସଂଗୀନ ଅବସ୍ଥାରେ ଅଛି ।୧୦ ଜଣଙ୍କ ମୃତ୍ୟୁ ହୋଇସାରିଥିବ ବେଳେ ୫୦୦ ରୁ ଅଧିକ ଆକ୍ରାନ୍ତ ହେଲେଣି । ଏଯାବତ ୧୯୫ ଦେଶକୁ ଛୁଇଁ ସାରିଥିବା ଏହି ମାରାତ୍ମକ ଭାଇରସ ବିଶ୍ୱ ଅର୍ଥ ବ୍ୟବସ୍ଥାକୁ ଏକ ପ୍ରକାର ଦୋହଲେଇ ଦେବାକୁ ବସିଲାଣି । ଏହି କାରଣରୁ ହିଁ ଅଧିକାଂଶ ଦେଶ ଅନ୍ୟ ଦେଶକୁ ନିଜ ନିଜ ଯାତ୍ରା ବନ୍ଦ କରିଦେଇଥିବା ବେଳେ ନିଜ ଦେଶକୁ ଆସିବା ରାସ୍ତାକୁ ବି ବନ୍ଦ କରିଛନ୍ତି । ଏମିତି ଏକ ସଂଗୀନ ପରିସ୍ଥିତିରେ ସାଧାରଣ ଲୋକଙ୍କୁ ୫ଟି ବିଶେଷ ଶିକ୍ଷା ମିଳିଥିବା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଆସନ୍ତୁ ଜାଣି ରଖିବା ସେ ବିଷୟରେ:

Image result for corona-virus

୧. କିଛି ଲୋକଙ୍କର ଧାରଣା ଥିଲା ବିଶ୍ୱ ପରିସ୍ଥିତିର ପ୍ରଭାବ ସେମାନଙ୍କ ଉପରେ ଜମା ପଡ଼ିବନି । କିନ୍ତୁ ଭୟଙ୍କର କରୋନା ଭାଇରସ ଲୋକଙ୍କ ଏହି ଧାରଣାକୁ ଭୁଲ ପ୍ରମାଣିତ କରିଛି । ପୂର୍ବରୁ ଧାରଣା ଥିଲା କେ ସାତ ସମୁଦ୍ର ପାରି ଦୂରରେ ହେଉଥିବା କୌଣସି ବି ମହାମାରୀ ତାଙ୍କର କୌଣସି କ୍ଷତି ଘଟାଇ ପାରିବ ନାହିଁ ।

୨. କୌଣସି ଏକ ଗ୍ଲୋବାଲ ବା ବୈଷିକ ଦୁଃସ୍ଥିତି ସମୟରେ ଆମେ ପ୍ରଣାଳୀ ଗତ ବା ସିସ୍ଟମେଟିକ ସ୍ଟେପ ଉଠାଇବା ଉଚିତ । ଏହି ସ୍ଟେପ ଗୁଡିକ କେବଳ ଯେ ସରକାର ଉଠାଇବେ ତାହା ନୁହେଁ ବ୍ୟକ୍ତିଗତ ଭାବେ ଏହାକୁ ପାଳନ କରିବା ଆବଶ୍ୟକ । ଦେଶର ସାଧାରଣ ଜନତା ବି ନିଜ ନିଜ ଦାୟିତ୍ୱ ପ୍ରତି ସଚେତନ ହେବା ଆବଶ୍ୟକ । ଏପରି ପରିସ୍ଥିତିରେ ସରକାର ଜାରି କରୁଥିବା ନିୟମ ଗୁଡିକୁ ଜନତା ନିଷ୍ଠାର ସହ ପାଳନ କରିବା ଆବଶ୍ୟକ ।

Image result for socilal distance

୩. ଇଁରାଜୀରେ ଗୋଟେ କଥା ଅଛି ‘ପ୍ରିକ୍ସନ ଇଜ ବେତାର ଦାନ କ୍ୟୁର’ ଅର୍ଥାତ ଚିକିତ୍ସା କରିବା ଅପେକ୍ଷା ଆଗରୁ ହିଁ ସତର୍କ ରହିବା ଅଧିକ ଭଲ । ଏଣୁ ପ୍ରଥମରୁ ସଜାଗ ରହିବା ସବୁଠୁ ଶ୍ରେୟସ୍କର । ହଜାର ହଜାର ଲୋକଙ୍କ ଏକ ସାଙ୍ଗରେ ଚିକିତ୍ସା କରିବା ଠାରୁ ବେଳହୁଁ ସତର୍କ ରହିବା ଅଧିକ ଭଲ । ଏହି ମୂଲ୍ୟବାନ ବାର୍ତ୍ତାଟି ମାରାତ୍ମକ କରୋନା ଭାଇରସ ହିଁ ଦେଇଛି ।

୪. କରୋନା ଭାଇରସ ବିଜ୍ଞାନ ଉପରେ ନିର୍ଭରଶୀଳତାକୁ ଅଧିକ ବଢ଼ାଇ ଦେଇଛି । କରୋନାକୁ ନେଇ ବିଶ୍ୱ ବ୍ୟାପି ଯେମିତି ଏକ ଆତଙ୍କ ଖେଳିଯାଇଛି । ଏଣୁ ପ୍ରତି ଲୋକଙ୍କ ନଜର ଏବେ ଯେମିତି ବିଶେଷଜ୍ଞ ମାନଙ୍କ ଉପରେ ହିଁ ରହିଛି ।

୫. କରୋନା ଭାଇରସ ଓ ଜୟଵାୟୁ ପରିବର୍ତ୍ତନ ମଧ୍ୟରେ ଏକ ପ୍ରଭେଦ ଅଛି । ଜଳବାୟୁ ପରିବର୍ତ୍ତନ ସମୟରେ ସମସ୍ତଙ୍କୁ ଏକାଠି ରହିବା ପାଇଁ ପରାମର୍ଶ ଦିଆଯାଉଥିବା ବେଳେ କିନ୍ତୁ ଏହି ମାରାତ୍ମକ ଭାଇରସ ଦାଉରୁ ରକ୍ଷା ପାଇବା ପାଇଁ ଯେତେ ଦୂର ସମ୍ଭବ ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦିଆଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.