ବଜାରକୁ ଆସିଲା ସାଓମୀର Redmi Smart TV Max, ଘରେ ବସି ସିନେମା ହଲର ମଜା ଉଠାଇ ପାରିବେ ୟୁଜର

ସ୍ମାର୍ଟଫୋନ ନିର୍ମାଣକାରୀ କମ୍ପାନୀ ସାଓମୀ Redmi Smart TV Max ଟିଭି କୁ ବଜାରରେ ଲଞ୍ଚ କରିଛି ।  କମ୍ପାନୀ ଏଥିରେ ୯୮ ଇଞ୍ଚ ଡିଷ୍ପ୍ଲେ ସୁବିଧା ଦେଉଥିବାରୁ ଏହା ୪କେ ଏଚଦଡିଆର ସପୋର୍ଟ କରିପାରିବ ।  ଏହା ବାଦ କମ୍ପାନୀ ଏଥିରେ ଡ଼ଲବୀ ସାଉଣ୍ଡ ସିଷ୍ଟମ ସହ ଅନ୍ୟାନ ଖାସ ସୁବିଧା ମାନ ବି ଦେଉଛି ।  ସାଓମୀ କମ୍ପାନୀର ଏହି ଟିଭିର ମୂଲ୍ୟ ଭାରତୀୟ ମୁଦ୍ରା ହିସାବରେ ୨,୧୫,୪୦୦ ଟଙ୍କା ରଖାଯାଇଥିବା ସୂଚନା ମିଳିଛି ।  ଏହି ସ୍ପେଶାଲ ଟିଭିର ବିକ୍ରି ଖୁବ ଶୀଘ୍ର ଆରମ୍ଭ ହୋଇଯିବ ବୋଲି ଜଣାଯାଇଛି ।  ଆପଣଙ୍କୁ କହି ରଖିବା ଉଚିତ ହେବକି ଏହା ପୂର୍ବରୁ ବି କମ୍ପାନୀ ଭାରତୀୟ ବଜାରରେ ଶସ୍ତା ଦରରେ ଅନେକ ସ୍ମାର୍ଟ ଟିଭି ଲଞ୍ଚ କରିଥିଲା ।

ଫିଚର ଦୃଷ୍ଟିରୁ ଏଥିରେ ଦିଆଯାଉଥିବା ୯୮ ଇଞ୍ଚର ୪ କେ ଏଚ୍ଡିଆର ଡିଷ୍ପ୍ଲେରେ ୟୁଜର ମାନେ ସିନେମା ହଲ ପରି ମଜା ଉଠାଇ ପାରିବେ । ଏହା ବାଦ ଏହି ଟିଭିରେ ଭଲ ପରଫରମାନ୍ସ ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଚାରି ଯିବି ରାମ, ୬୪ ଜିବି ଷ୍ଟୋରେଜର ଫ୍ୟାସିଲିଟି ବି ମିଳୁଛି । ଏହାବାଦ କନେକ୍ଟିଭିଟି ପାଇଁ ୟୁଜରଙ୍କୁ ବଳୁଟୁଥ, ଏଚଡ଼ିଏମଆଇ ପୋର୍ଟ ସମେତ ଭଏସ କଣ୍ଟ୍ରୋଲର ବି ସୁବିଧା ମାନ ମିଳୁଛି ।  ୟୁଜରଙ୍କୁ ଭଲ ସାଉଣ୍ଡ ସୁବିଧା ଦେବା ପାଇଁ ଡ଼ବଳି + ଡିଟିଏସ ସୁବିଧା ମଧ୍ୟ ଦେଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.