Below header

କୁଳି କରି କରିପାରିବେ କରୋନା ଟେଷ୍ଟ, ମାତ୍ର କେଇ ମିନିଟରେ ଜାଣିପାରିବେ ରିପୋର୍ଟ ପଜିଟିଭ୍‌ ନା ନେଗେଟିଭ୍

ଆଉ ଦରକାର ହେବ ନାହିଁ ନାକ ଏବଂ ଗଳାରୁ ସ୍ୱାବ ସଂଗ୍ରହ…କେବଳ କୁଳି କରି କରିପାରିବେ କରୋନା ଟେଷ୍ଟ… ମାତ୍ର କେଇ ମିନିଟରେ ଜାଣିପାରିବେ ରିପୋର୍ଟ ପଜିଟିଭ୍‌ ନା ନେଗେଟିଭ୍‌…

ରାଷ୍ଟ୍ରୀୟ ପର୍ଯ୍ୟାବରଣ ଇଞ୍ଜିନିୟରିଂ ଅନୁସନ୍ଧାନ ସଂସ୍ଥାନ କରୋନା ଟେଷ୍ଟକୁ ନେଇ ଏକ ଏମିତି ତରିକା ଖୋଜି ବାହାର କରିଛନ୍ତି, ଯେଉଁଥିେ କେବଳ କୁଳି କରି କୌଣସି ବି ବ୍ୟକ୍ତିଙ୍କ ସାମ୍ପୁଲ ନିଆଯାଇପାରିବ। ଏଥିପାଇଁ ଏବେ ଆଉ ଗଳା କିମ୍ବା ନାକରୁ ସ୍ୱାବ ଦରକାର ପଡିବନି। ତେବେ କରୋନା ଟେଷ୍ଟର ଏହି ପଦ୍ଧତିକୁ ଆଇସିଏମଆର ମଧ୍ୟ ମଞ୍ଜୁରୀ ଦେଇସାରିଛି।

ଏହି ସଂସ୍ଥା ଏକ ଏମିତି ଦ୍ରବ୍ୟ ତିଆରି କରିଛି, ଯାହାକୁ ମୁହଁରେ ନେଇ ୧୫ ରୁ ୨୦ ସେକେଣ୍ଡ କୁଳି କରି ତାକୁ ଏକ କାଚ ବୋତଲରେ ରଖିଦେବେ। କୁଳି କରୁଥିବା ଏହି ଦ୍ରବ୍ୟକୁ ଲ୍ୟାବରେ ନେଇ ପରିକ୍ଷଣ କରିବା ଦ୍ୱାରା ବ୍ୟକ୍ତି କରୋନା ସଂକ୍ରମିତ କି ନୁହେଁ ପତ୍ତା ଲଗାଇହେବ। ଏହାକୁ ଷ୍ଟେରାଇଲ ସାଲାଇନ୍‌ ଗାର୍ଗଲ ଟେକନିକ୍‌ ନାମ ଦିଆଯାଇଛି। ଏହି ସଂସ୍ଥା ଦାବି କରିଛି ଯେ ଏହି ପଦ୍ଧତିରେ ଟେଷ୍ଟ କରିବା ବହୁତ ସହଜ ହୋଇଯିବ।

ଏବେ ଆସନ୍ତୁ ଜାଣିବା ଏହି ଟେଷ୍ଟ କରିବା ପାଇଁ ଆପଣଙ୍କୁ କଣ ସବୁ ଦରକାର ପଡିବ

ଏଥିରେ ସାମ୍ପୁଲ ରଖିବା ପାଇଁ କେବଳ ଗୋଟେ ଶିଶି ଏବଂ ଦ୍ରବ୍ୟର ଆବଶ୍ୟକ ପଡିବ। ଏବଂ ଏହାର ରେଜଲ୍ଟ ଆରଟି-ପିସିଆର ଟେଷ୍ଟ ଭଳି ହିଁ ହେବ। ଏହାଦ୍ୱାରା ସ୍ୱାବ କମ୍‌ ମିଳିବାର ଭୟ ରହିବନାହିଁ, କାହିଁକିନା କୁଳି ଦ୍ୱାରା ଅଧିକ ସ୍ୱାବ ସଂଗ୍ରହ ହୋଇପାରିବ। ଏଥିସହିତ ନାକ ଏବଂ ଗଳାରୁ ନିଆଯାଉଥିବା ସାମ୍ପୁଲକୁ ଲ୍ୟାବ ପର୍ଯ୍ୟନ୍ତ ପହଁଚିବାକୁ ବହୁତ ମୁସକିଲ ହେଉଥିଲା, ଟ୍ରାନ୍ସପର୍ଟ ମିଡିଆ ସଲ୍ୟୁସନ ଦରକାର ପଡୁଥିଲା ଏବଂ ଏକ ନିଶ୍ଚିତ ତାପମାନରେ ହିଁ ଲ୍ୟାବ ପର୍ଯ୍ୟନ୍ତ ପହଁଚା ଯାଉଥିଲା। କିନ୍ତୁ ଏହି ଷ୍ଟେରାଇଲ ସାଲାଇନ୍‌ ଗାର୍ଗଲ ଟେକନିକରେ କୁଳି କରାଯାଇଥିବା ନମୁନାକୁ ସାମାନ୍ୟ ତାପମାନରେ ମଧ୍ୟ ଲ୍ୟାବ୍‌ ପର୍ଯ୍ୟନ୍ତ ନିଆଯାଇହେବ।

ତେଣୁ ଏହି ଟେକନିକ୍‌ ବହୁତ ଭଲ ପ୍ରମାଣିତ ହୋଇପାରିବ। ଏହି ଟେକନିକ ଗ୍ରାମାଞ୍ଚଳରେ ଅଧିକ ଲାଭପ୍ରଦ ହୋଇପାରିବ। ସବୁଠୁ ଖାସ୍‌ କଥା ହେଉଛି ମୁହଁ ଏବଂ ନାକରୁ ସ୍ୱାବ ସଂଗ୍ରହ ହେଉଥିବାରୁ ଅଧିକାଂଶ ଲୋକ ଭୟ କରୁଥିଲେ, କିନ୍ତୁ ଏଥିରେ ଭୟ କରିବାର କିଛି କାରଣ ହିଁ ନାହିଁ। ଏହି ଟେକନିକର ଦାମ୍‌ ମଧ୍ୟ ବହୁତ ଶସ୍ତା। ଜଣେ ସାଧାରଣ ମଣିଷ ବି ଏହାଦ୍ୱାରା ଅତି ସହଜରେ ଟେଷ୍ଟ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.