Below header

କରୋନା ସଂଘର୍ଷ ମଧ୍ୟରେ ଜୀବନକୁ ଉପଭୋଗ କରିବା ପାଇଁ ଆଗେଇ ଆସିଲେ କରୋନା ରୋଗୀଙ୍କ ସହିତ ଡାକ୍ତର, ଦେଖନ୍ତୁ ଭିଡିଓ

ଦିନେ ନା ଦିନେ ଆମେ ସମସ୍ତେ ମରିଯିବା । ବର୍ତ୍ତମାନର ପରିସ୍ଥିତିକୁ ନେଇ କହିଲେ ଆମେ ମରିବା ପୂର୍ବରୁ ବେଡ଼ରେ ପଡି ପଡି କାହିଁକି ମରିବା । ଚାଲନ୍ତୁ ଜୀବନକୁ ଟିକେ ଭଲଭାବେ ଉପଭୋଗ କରିବା ତାପରେ ମରିବା । କାରଣ ପରିସ୍ଥିତି ଯାହା ବି ହେଉନା କାହିଁକି ଆମକୁ ସବୁବେଳେ ପଜିଟିଭ ରହିବା ନିହାତି ଦରକାର । କୋଉଠି ନା କୋଉଠି କରୋନା ମଣିଷକୁ ଶିଖାଇ ଦେଇଛି ଯେ ଧୀରେ ଧୀରେ ଜୀବନକୁ ଉପଭୋଗ କରିବାରେ ହିଁ ଅସଲ ମଜା ନଚେତ ଏହି ବ୍ୟସ୍ତବହୁଳ ସମୟ ଭିତରେ ଜୀବନରୁ ଖୁସି ତ କେଉଁଆଡେ ଉଭେଇ ଯାଇଛି । ଏହି ଭିଡିଓ ଦେଖି ଆପଣ ତ ବୁଝିପାରୁଥିବେ ଯେ ଆମେ ମାନେ ଦୁର୍ବଳ ନୁହେଁ ପରିସ୍ଥିତି ଯେତେ ବି ଖରାପ ହେଉନା କାହିଁକି ଆମେ ହସି ନାଚି ସବୁ ପରିସ୍ଥିତିକୁ ପାର କରିଯାଇପାରିବା ।

video courtesy ‘ANI’

ଏହି ଭିଡ଼ିଓଟି କର୍ଣ୍ଣାଟକର ବେଲୋରି କୋଭିଡ ସେଣ୍ଟରର ବୋଲି ଜଣାପଡିଛି । ଆଉ ବର୍ତ୍ତମାନ ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । କାରଣ ଏହି ଭିଡିଓ ଅନ୍ତତଃ ସେଇମାନଙ୍କ ଓଠରେ ହସ ଫୁଟାଇ ପାରିବ ଯେଉଁମାନେ ଏବେ କରୋନା ସହ ଲଢେଇ କରୁଛନ୍ତି । ଆମେ ଖାଲି ଏତିକି କହିବାକୁ ଚାଁହୁଛୁ କି ଏମାନେ ବି କରୋନା ରୋଗୀ । କେବଳ ରୋଗୀ କାହିଁକି ଏମାନଙ୍କ ସହିତ ଡାକ୍ତର ବି ଅଛନ୍ତି । କରୋନା ଭୟ ମଧ୍ୟରେ ଏମାନେ ମାହୋଲକୁ ଟିକିଏ ହାଲ୍କା କରିବାରେ ଲାଗି ପଡିଛନ୍ତି ଆଉ ଜୀବନକୁ ଜିଇଁବା ପାଇଁ ଚେଷ୍ଟା କରୁଛନ୍ତି କାରଣ ଜୀବନ ତ ଗୋଟିଏ ନା । ତାହେଲେ ଉପଭୋଗ କରିବନି କାହିଁକି ? ଏଠି ରୋଗୀମାନେ ଏକ ଫ୍ଲାସମୋବର ଆୟୋଜନ କରିଥିଲେ ଏବଂ ତାଙ୍କ ଡ୍ୟାନ୍ସର ଏହି ଭିଡ଼ିଓଟି ଏବେ ବହୁତ ଭାଇରଲ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.