Below header

ନିଜ ଜୀବନକୁ ବାଜି ଲଗାଇ କୁମ୍ଭୀର ମୁହଁରୁ ଛଡାଇ ଆଣିଲା ସାଙ୍ଗର ଜୀବନ, ଦେଖନ୍ତୁ ଭିଡିଓ

ଭୋପାଳରେ ରହୁଥିବା ଦୁଇ ସାଙ୍ଗଙ୍କ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଛି। ଏହି ଭିଡିଓରେ ଥିବା ଦୁଇ ସାଙ୍ଗଙ୍କ ନାମ ଅମିତ ଏବଂ ଗଜେନ୍ଦ୍ର। ଏହି ଦୁଇ ସାଙ୍ଗ ସାଥି ହୋଇ କଲିୟାସୋତ ଡ୍ୟାମକୁ ଗାଧୋଇବାକୁ ଯାଇଥିଲେ କିନ୍ତୁ ଗାଧୋଇବା ସମୟରେ ଅମିତକୁ କୁମ୍ଭୀର ଆକ୍ରମଣ କରିଥିଲା। ଏପରି ଦେଖିବା ପରେ ଗଜେନ୍ଦ୍ର ନିଜ ଜୀବନକୁ ଖାତିର ନ କରି କୁମ୍ଭୀର ସହିତ ଲଢିଗଲେ ଏବଂ ସାଙ୍ଗ ଅମିତର ଜୀବନ ବଞ୍ଚାଇଲେ।


ଏବେ ଅମିତ ଗୁରୁତର ଭାବେ ଆହତ ହୋଇ ଶାରଦା ହସପିଟାଲରେ ଚିକିତ୍ସିତ ହେଉଛନ୍ତି। କିନ୍ତୁ ସେ ଖୁବଶୀଘ୍ର ସୁସ୍ଥ ହୋଇଯିବେ ବୋଲି ଡାକ୍ତର କହିଛନ୍ତି। କିନ୍ତୁ ଘଟଣାର ଭିଡିଓକୁ ଜଣେ ରିପୋର୍ଟର ଅନୁରାଗ ଦ୍ୱାରେ ଟ୍ଵିଟରରେ ଅପଲୋଡ କରିଛନ୍ତି। ଯାହାକୁ ଦେଖିଲେ ଆପଣ ମଧ୍ୟ ଭୟ କରିବେ।

ଏହି ଭିଡିଓକୁ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଯାହାକୁ କିଛି ମିନିଟ୍‌ରେ ହଜାରରେ ଅଧିକରୁ ଭ୍ୟୁ ଏବଂ ୧୦ ହଜାରୁ ଉର୍ଦ୍ଧ୍ୱ ରିଟ୍ଵିଟ୍‌ ଏବଂ ୫୦ରୁ ଅଧିକ ଲାଇକ୍ସ ମିଳିଛି। ଆପଣ କେବେ କୌଣସି ନଦୀ କିମ୍ବା ଡ୍ୟାମକୁ ବିନା ସର୍ତକତାର ସହିତ ଗାଧୋଇବାକୁ ଯିବା ଉଚିତ ନୁହେଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.